ETV Bharat / bharat

ଜମ୍ମୁରେ CDS ଜେନେରାଲ ବିପିନ ରାୱତ; ଜୈସଲମେର ସ୍ଥଳସେନା ପ୍ରମୁଖ

author img

By

Published : Jul 15, 2021, 2:28 PM IST

ସ୍ଥଳସେନା ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ ରାଜସ୍ଥାନ ପୋଖରନ ଗସ୍ତରେ ଯାଇ ଯବାନଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ବୋଫର୍ସ, ଧନୁଷ, ଭଳି ସ୍ବଦେଶୀ ବନ୍ଧୁକ ଚାଳନାର ମକଡ୍ରିଲ ଦେଖିଛନ୍ତି ।

CDS general Bipin rawat
CDS general Bipin rawat

ଶ୍ରୀନଗର: ପାକିସ୍ତାନ ସୀମାରେ ଆତଙ୍କବାଦୀଙ୍କ ପ୍ରାଦୁର୍ଭାବ ଧୀରେ ଧୀରେ ବଢିବା ଓ ଜମ୍ମୁ ଏୟାରବେଶରେ ବାରୁମ୍ବାର ଡ୍ରୋନ ଉଡିବା ମଧ୍ୟରେ ଆଜି ସିଡିଏସ ଜେନେରାଲ ବିପିନ ରାୱତ ଜମ୍ମୁରେ ପହଞ୍ଚିଛନ୍ତି । ସିଡିଏସ LOC ଯିବା ସହ ସ୍ଥାନୀୟ ସ୍ଥିତି ସମୀକ୍ଷା କରିବେ । ଏହାବାଦ ମୁତୟନ ହୋଇଥିବା ସୁରକ୍ଷାବଳଙ୍କ ସହ ଆଲୋଚନା କରିବେ । ପାକିସ୍ତାନର ଡ୍ରୋନ ଷଡଯନ୍ତ୍ର ପ୍ରସଙ୍ଗରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେଇପାରନ୍ତି ।

ସେପଟେ ଆଜି (ଗୁରୁବାର) ସ୍ଥଳସେନା ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ ରାଜସ୍ଥାନ ପୋଖରନ ଗସ୍ତରେ ଯାଇ ଯବାନଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ବୋଫର୍ସ, ଧନୁଷ, ଭଳି ସ୍ବଦେଶୀ ବନ୍ଧୁକ ଚାଳନାର ମକଡ୍ରିଲ ଦେଖିଛନ୍ତି ।

ଆଣ୍ଟି ଡ୍ରୋନ କୌଶଳ ଆପଣାଇବ ସେନା...

ଜମ୍ମୁ ଗସ୍ତ ପୂର୍ବରୁ ସିଡିଏସ ଜେନେରାଲ ବିପିନ ରାୱତ କହିଛନ୍ତି ଡ୍ରୋନ ଦ୍ବାରା ଆକ୍ରମଣ ଷଡଯନ୍ତ୍ରର ମୁକାବିଲା ପାଇଁ ସେନା ସକ୍ଷମ ଅଛି । ତଥାପି ସେନାକୁ ଅଧିକ ସଶକ୍ତ କରିବା ପାଇଁ ଡ୍ରୋୱ ଓ ଆଣ୍ଟି ଡ୍ରୋନ ଉପରେ ବିଚାର ଚାଲିଛି । ବିଶ୍ବ ବଜାରରେ ଉପଲବ୍ଧ ହେଉଥିବା ଅତ୍ୟାଧୁନିକ ଡ୍ରୋନ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏହାସହ ସେନା ଓ ଡିଆରଡିଓ ନିଜସ୍ବ ଡ୍ରୋନ ବିକଶିତ କରୁଛନ୍ତି ବୋଲି ସିଡିଏସ ଜେନେରାଲ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.