ETV Bharat / bharat

Mohali Blast: CCTV ଫୁଟେଜରେ ନଜର ଆସିଲା ସନ୍ଦେହଜନକ କାର

ସାମ୍ନାକୁ ଆସିଲା ମୋହାଲି ବିସ୍ଫୋରଣର ସିସିଟିଭି ଫୁଟେଜ । ଫୁଟେଜରେ ଚିହ୍ନଟ ସନ୍ଦେହଜନକ କାରକୁ ଠାବ କରିବା ପାଇଁ ପୋଲିସ ଚଳାଇଛି ଉଦ୍ୟମ । ଅଧିକ ପଢନ୍ତୁ

Mohali blast: CCTV ଫୁଟେଜରେ ନଜର ଆସିଲା ସନ୍ଦେହଜନକ କାର
Mohali Blast: CCTV ଫୁଟେଜରେ ନଜର ଆସିଲା ସନ୍ଦେହଜନକ କାର
author img

By

Published : May 11, 2022, 4:31 PM IST

Updated : May 11, 2022, 6:17 PM IST

ଚଣ୍ଡିଗଡ଼: ସାମ୍ନାକୁ ଆସିଲା ମୋହାଲି ବିସ୍ଫୋରଣର ସିସିଟିଭି ଫୁଟେଜ । ସିସିଟିଭିରେ ସନ୍ଦେହଜନକ କାର ଚିହ୍ନଟ କରାଯାଇଛି । କାରଟି ଅତିକ୍ରମ କରିବା ପରେ ଏହି ବିସ୍ଫୋରଣ ଘଟିଥିବାର ସିସିଟିଭିରେ କଏଦ ହୋଇଛି । ତେବେ ଭିଡିଓ ଆଧାରରେ ପୋଲିସ ତଦନ୍ତକୁ ବ୍ୟାପକ କରିଛି ।

Mohali blast: CCTV ଫୁଟେଜରେ ନଜର ଆସିଲା ସନ୍ଦେହଜନକ କାର

ସୋମବାର ପଞ୍ଜାବ ମୋହାଲି ସ୍ଥିତ ରାଜ୍ୟ ପୋଲିସର ଗୁଇନ୍ଦା ମୁଖ୍ୟାଳୟରେ ରକେଟ ପ୍ରୋପେଲ୍ଡ ଗ୍ରେନେଡ (RPG) ଦ୍ବାରା ଆକ୍ରମଣ କରାଯାଇଥିଲା । ତେବେ ଏହି ବିସ୍ଫୋରଣ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଥିଲା । ସଂନ୍ଧ୍ୟା ପ୍ରାୟ 7.45 ମିନିଟ୍ ସମୟରେ ମୁଖ୍ୟାଳୟର ତୃତୀୟ ମହଲା ନିକଟରେ ଏହି ବିସ୍ଫୋରଣ ଘଟିଥିଲା । ତୁରନ୍ତ ବୋମା ନିଷ୍କ୍ରିୟକାରୀ ଟିମ୍ ଏବଂ ଫରେନସିକ ସ୍କ୍ବାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ଆଜି ତଦନ୍ତର ଅଗ୍ରଗତି ସ୍ବରୂପ ଘଟଣା ଦିନର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 11, 2022, 6:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.