ETV Bharat / bharat

Mathura Train Accident: ଆସିଲା CCTV ଫୁଟେଜ, ଭିଡିଓ କଲରେ ବ୍ୟସ୍ତ ଥିଲେ ଲୋକୋ ପାଇଲଟ

author img

By ETV Bharat Odisha Team

Published : Sep 28, 2023, 4:13 PM IST

ମଥୁରା ଜଙ୍କସନରେ ପ୍ଲାଟଫର୍ମ ଉପରକୁ ପାସେଞ୍ଜର ଟ୍ରେନ ମାଡିଯିବା ଘଟଣାରେ ଆସିଲା ସିସିଟିଭି ଫୁଟେଜ । ଲୋକୋ ପାଇଲଟଙ୍କ ଭିଡିଓ କଲ ନିଶା ଦୁର୍ଘଟଣାର କାରଣ । 5 ନିଲମ୍ବିତ, ତଦନ୍ତ ଜାରି । ଅଧିକ ପଢନ୍ତୁ

Mathura train accident: ଆସିଲା ଲୋକ କ୍ୟାବର CCTV ଫୁଟେଜ, ଭିଡିଓ କଲରେ ଥିଲେ ଲୋକୋ ପାଇଲଟ

ଆସିଲା ଲୋକୋ କ୍ୟାବର CCTV ଫୁଟେଜ, ଭିଡିଓ କଲରେ ବ୍ୟସ୍ତ ଥିଲେ ଲୋକୋ ପାଇଲଟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମଥୁରା ଜଙ୍କସନରେ ବୁଧବାର ରାତିରେ ଏକ ପାସେଞ୍ଜର ଟ୍ରେନ ଆଶ୍ଚର୍ଯ୍ୟଜନକ ଭାବେ ଲାଇନଚ୍ୟୁତ୍‌ ହୋଇ ପ୍ଲାଟଫର୍ମ ଉପରେ ମାଡିଯିବା ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଦୁର୍ଘଟଣାଗ୍ରସ୍ତ ଟ୍ରେନର ଲୋକୋ କ୍ୟାବ (ଡ୍ରାଇଭର କ୍ୟାବିନ)ରେ ଲାଗିଥିବା ସିସିଟିଭି ଫୁଟେଜରୁ ଦୁର୍ଘଟଣାର କାରଣ ଲୋକୋ ପାଇଲଟଙ୍କ ତ୍ରୁଟି ପାଇଁ ହୋଇଥିବା ଜଣାପଡିଛି । ଡ୍ରାଇଭରଜଣକ (ଲୋକୋ ପାଇଲଟ) ଭିଡିଓ କଲରେ କଥା ହେଉଥିଲେ । ଅସାବଧାନତା କାରଣରୁ ଏହି ଦୁର୍ଘଟଣା ଘଟିଛି । ଏଥିରେ ସମ୍ପୃକ୍ତ ଲୋକୋ ପାଇଲଟଙ୍କ ସମେତ ମୋଟ 5 ଜଣ ଅଧିକାରୀ ଓ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇ ତଦନ୍ତ ଜାରି ରହିଛି ।

ସିସିଟିଭି ଫୁଟେଜ ଅନୁସାରେ, ଟ୍ରେନଟି ମଥୁରା ଷ୍ଟେସନ ପରିସରରେ ପହଞ୍ଚିବା ପରେ ଦାୟିତ୍ବରେ ଥିବା ଲୋକୋ ପାଇଲଟ ବାହାରକୁ ଯାଇଥିଲେ । ଅନ୍ୟ ଜଣେ ଲୋକୋ ପାଇଲଟ ଚାର୍ଜ ନେଇଥିଲେ । ସେ ଲୋକ କ୍ୟାବରେ ପ୍ରବେଶ କରିବା ବେଳେ ଅତି ବେପରୁଆ ଢଙ୍ଗରେ ହାତରେ ମୋବାଇଲ ଧରି ଭିଡିଓ କଲରେ ବ୍ୟସ୍ତ ଥିଲେ । ଟ୍ରେନର କଣ୍ଟ୍ରୋଲ ଡେସ୍କରେ ବ୍ୟାଗ ରଖିଥିଲେ । ଡ୍ରାଇଭରଜଣକ କିଛି ବୁଝିବା ପୂର୍ବରୁ ହଠାତ ଟ୍ରେନଟି ଦୃତଗତିରେ ମାଡିଯିବା ସହ ପ୍ଲାଟଫର୍ମ ଉପରକୁ ଚଢିଯାଇଥିଲା । ମାତ୍ର କିଛି ସେକେଣ୍ଡ ମଧ୍ୟରେ ଏ ସବୁ କିଛି ଘଟିଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :-ବିଚ ରାସ୍ତାରେ ଯୁବତୀଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରିଲେ ଯୁବକ, ଭିଡିଓ ଭାଇରାଲ

ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ବସ୍ତି- ସୁକୁର-ବସ୍ତି ପାସେଞ୍ଜର ଟ୍ରେନଟି ରାତି ପ୍ରାୟ 11 ଟା ସମୟରେ ମଥୁରା ଜଙ୍କସନର 2 ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା । ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ଯାଇଥିଲେ । ଏହି ସମୟରେ ଅନ୍ୟ ଜଣେ ଲୋକୋ ପାଇଲଟ ଟ୍ରେନର ଚାର୍ଜ ଗ୍ରହଣ କରିବାର ଥିଲା । ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେନଟି ଲାଇନଚ୍ୟୁତ ହେବା ସହ ପ୍ଲାଟଫର୍ମ ଉପରେ ମାଡି ଯାଇଥିଲେ । ଏଥିରେ ସୌଭାଗ୍ୟବଶତଃ କେହି ମୃତାହତ ହୋଇନଥିଲେ । ଏବେ ଏହି ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ ସମ୍ପୃକ୍ତ ଲୋକୋ ପାଇଲଟଙ୍କ ସମେତ ସେଦିନ ଦାୟିତ୍ବରେ ଥିବା ମୋଟ 5 ଜଣ କର୍ମଚାରୀ ନିଲମ୍ବିତ ହୋଇଥିବା ରେଳବାଇ ଡିଭିଜିନାଲ ମ୍ୟାନେଜର ତେଜ ପ୍ରକାଶ ଅଗ୍ରଓ୍ବାଲ କହିଛନ୍ତି । ତଦନ୍ତ ଜାରି ରହିଥିଲେ ସୁଦ୍ଧା ଏହା ଲୋକୋ ପାଇଲଟଙ୍କ ଅତି ଦାୟିତ୍ବହୀନ କାର୍ଯ୍ୟକଳାପ ପାଇଁ ହୋଇଥିବା ପ୍ରାୟତଃ ସ୍ପଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.