ETV Bharat / bharat

ଗାଡିରେ ବାଣ ଧରି ଫେରୁଥିଲେ ବାପ-ପୁଅ, ଚଳନ୍ତା ଗାଡିରେ ଫୁଟି ଚାଲିଗଲା ଜୀବନ

author img

By

Published : Nov 5, 2021, 2:24 PM IST

ବାଣ ନେଇ ଘରକୁ ଫେରୁଥିବାବେଳେ ବାଟରେ ଘଟିଲା ବିସ୍ଫୋରଣ । ଘଟଣାସ୍ଥଳରେ ବାପ-ପୁଅ ମୃତ । ଅଧିକ ପଢନ୍ତୁ...

ଗାଡିରେ ବାଣ ଧରି ଫେରୁଥିଲେ ବାପ-ପୁଅ; ବାଟରେ ହେଲା ବିସ୍ଫୋରଣ

ପୁଡୁଚେରୀ: ରାତିରେ ବାଣ ଫୁଟାଇଥାନ୍ତେ, ଦୀପ ଜାଳି ଦୀପାବଳି ପାଳିଥାନ୍ତେ । ସେଥିପାଇଁ ଗାଡିରେ ଦୁଇ ବ୍ୟାଗ୍ ବାଣ ଧରି ଘରକୁ ଆସୁଥିଲେ ବାପ-ପୁଅ । ହେଲେ କିଏ ଜାଣିଥିଲା ରାତିରେ ଦୀପ ଜାଳିବା ଆଗରୁ ହିଁ ତାଙ୍କ ଜୀବନ ଦୀପ ଲିଭିଯିବ ବୋଲି । ଗାଡିରେ ବାଣ ଆଣୁଥିବା ସମୟରେ ବାଟରେ ଘଟିଯାଇଥିଲା ଭୟଙ୍କର ବିସ୍ଫୋରଣ । ଚାହୁଁ ଚାହୁଁ ସେହିଠାରେ ହିଁ ସବୁଦିନ ପାଇଁ ଆଝି ବୁଜିଛନ୍ତି କୁନି ପୁଅ ସହ ବାପା ।

ଗାଡିରେ ବାଣ ଧରି ଫେରୁଥିଲେ ବାପ-ପୁଅ; ବାଟରେ ହେଲା ଭୟଙ୍କର ବିସ୍ଫୋରଣ

ଗତକାଲି(ଗୁରୁବାର) ପୁଡୁଚେରୀରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି । ପୁଡୁଚେରୀର ଆରିୟଙ୍କୁପ୍ପାମ ସହରର କଲାଇନେସାନ(Kalainesan) ନାମକ ଜଣେ ବ୍ୟକ୍ତି ନିଜ ୭ ବର୍ଷର ପୁଅକୁ ନେଇ ବାଣ କିଣିବାକୁ ଯାଇଥିଲେ । ସାଙ୍ଗରେ ଦୁଇ ବ୍ୟାଗ୍ ବାଣ ଧରି ଘରକୁ ଫେରୁଥିଲେ । ମାତ୍ର ତାମିଲନାଡୁ କୋଟ୍ଟାକୁପ୍ପାମ ଅଞ୍ଚଳ ନିକଟରେ ହଠାତ୍ ବ୍ୟାଗ୍ ବୋଝେଇ ବାଣ ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ହିଁ ବାପ-ପୁଅ ପ୍ରାଣ ହରାଇଥିଲେ । ବିସ୍ଫୋରଣ ସମୟରେ ଆଖପାଖରେ ଥିବା ଲୋକେ ମଧ୍ୟ ଆହତ ହୋଇଛନ୍ତି ।

କାଳ ହେଲା ଦୀପାବଳି, ବାଣ ବିସ୍ଫୋରଣରେ ବାପ-ପୁଅ ମୃତ

ଏହି ଅଘଟଣ ସମୟର ଭିଡିଓ ନିକଟସ୍ଥ ଏକ ସିସିଟିଭରେ କଏଦ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.