ETV Bharat / bharat

ଆଜି ପ୍ରକାଶ ପାଇବ CBSE ଦ୍ବାଦଶ ରେଜଲ୍ଟ - ସିବିଏସ୍ଇ

ଅପରାହ୍ନ ୨ଟାରେ ପ୍ରକାଶ ପାଇବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ରେଜଲ୍ଟ । ଏନେଇ CBSE ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ଆଜି ପ୍ରକାଶ ପାଇବ ସିସିଏସଇ ଫଳାଫଳ
ଆଜି ପ୍ରକାଶ ପାଇବ ସିସିଏସଇ ଫଳାଫଳ
author img

By

Published : Jul 30, 2021, 10:55 AM IST

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ CBSE ଦ୍ବାଦଶ ଫଳାଫଳ । ଅପରାହ୍ନ ୨ଟାରେ ପ୍ରକାଶ ପାଇବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ରେଜଲ୍ଟ । ଏନେଇ CBSE ପକ୍ଷରୁ ସୂଚନା ମିଳିଛି ।

ପ୍ରକାଶ ଥାଉ କି କୋରୋନା ସଂକ୍ରମଣ ପାଇଁ ଚଳିତ ବର୍ଷ ଦ୍ବାଦଶ ପରୀକ୍ଷା ସ୍ଥଗିତ ରଖାଯାଇଥିଲା । ପରୀକ୍ଷା ଫଳାଫଳ ପ୍ରସ୍ତୁତ କରିବାକୁ ସିବିଏସ୍ଇ ଦ୍ବାରା ମୂଲ୍ୟାଙ୍କନ ନୀତି ଜାରି କରାଯାଇଥିଲା । ମୂଲ୍ୟାଙ୍କନ ନୀତି ଆଧାରରେ ସିବିଏସ୍ଇ ଦ୍ବାରା ଏହି ବର୍ଷର ଫଳାଫଳ ପ୍ରସ୍ତୁତ କରାଯାଇଛି । ଛାତ୍ରଛାତ୍ରୀମାନେ cbseresult.nic.in ଓ cbse.gov.inରେ ଫଳାଫଳ ଉପଲବ୍ଧ ହେବ । ଏହା ବ୍ୟତୀତ ପରୀକ୍ଷା ଫଳାଫଳ ଡିଜି ଲକରରେ ମଧ୍ୟ ଅପଲୋଡ୍ ହେବ ।

ଦ୍ବାଦଶ ଶ୍ରେଣୀ ପ୍ରିବୋର୍ଡ ପରୀକ୍ଷାର 40ପ୍ରତିଶତ ମାର୍କକୁ ନେଇ ପରୀକ୍ଷା ଫଳ ବାହାରିବ । ସେହିପରି ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ଭିତ୍ତିକରି ଏହି ମାର୍କ ମୂଲ୍ୟାଙ୍କନ କରାଯିବ । ଏକାଦଶ ଓ ଦଶମ ଶ୍ରେଣୀର 30 ପ୍ରତିଶତ ମାର୍କ ଶ୍ରେଷ୍ଠ 3 ଟି ବିଷୟରୁ ଅନୁଧ୍ୟାନ କରାଯାଇଛି । ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଗଷ୍ଟରେ ପରୀକ୍ଷା ଦେଇପାରିବେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.