ETV Bharat / bharat

ଜୁନ 18ରେ CBSE ରେଜଲ୍ଟ ଉପରୁ ଉଠିବ ସସପେନ୍ସ, କମିଟି ଦାଖଲ କରିବ ରିପୋର୍ଟ - ସିବିଏସଇ ଦ୍ବାଦଶ ରେଜଲ୍ଟ

18 ଜୁନ ସିବିଏସଇ ଦ୍ବାଦଶ ରେଜଲ୍ଟ ପାଇଁ ଗଠିତ କମିଟି ନିଜ ରିପୋର୍ଟ ଦାଖଲ କରିବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ଜୁନ 18ରେ CBSE ରେଜଲ୍ଟ ଉପରୁ ଉଠିବ ସସପେନ୍ସ , କମିଟି ଦାଖଲ କରିବ ରିପୋର୍ଟ

author img

By

Published : Jun 15, 2021, 4:15 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ନିଜ ରେଜଲ୍ଟକୁ ନେଇ ଅନିଶ୍ଚିତତାରେ ଅଛନ୍ତି ସିବିଏସଇ ଦ୍ବାଦଶ ଛାତ୍ରଛାତ୍ରୀ । ତେବେ 18 ଜୁନ ସିବିଏସଇ ଦ୍ବାଦଶ ରେଜଲ୍ଟ ପାଇଁ ଗଠିତ କମିଟି ନିଜ ରିପୋର୍ଟ ଦାଖଲ କରିବ ବୋଲି ଜଣାପଡିଛି ।

ରିପୋର୍ଟ ଆଧାରରେ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା ରେଜଲ୍ଟ ସ୍ଥିର କରାଯିବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଗଠିତ କମିଟି ପାଖରୁ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ପାଇଁ ପରାମର୍ଶକୁ ଅପେକ୍ଷା କରାଯାଇଛି । ମହାମାରୀ କୋରୋନା କାରଣରୁ ସବିଏସଇ ଦ୍ବାଦଶ ବୋର୍ଡ ପରୀକ୍ଷା ବାତିଲ କରିଦିଆଯାଇଛି ।

ବିକଳ୍ପ ମୂଲ୍ୟାଙ୍କନ ପ୍ରକ୍ରିୟା ଉପରେ ପରାମର୍ଶ ଦେବା ପାଇଁ ଗଠିତ 13 ଜଣିଆ କମିଟିକୁ ସୋମବାରସୁଦ୍ଧା ନିଜର ରିପୋର୍ଟ ହସ୍ତାନ୍ତର କରିବାକୁ କୁହାଯାଇଥିଲା । ହେଲେ ଏଥିରେ ଆଉ କିଛି ଦିନ ଲାଗିଛି ।

ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, କମିଟି ନିଜ ରିପୋର୍ଟ ଦାଖଲ କରିନାହିଁ । ପାରଦର୍ଶୀ ଓ ନିରପେକ୍ଷ ମାନଦଣ୍ଡକୁ ଆପଣାଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ସରିଲାଣି । ଆଉ ଖୁବ ଶିଘ୍ର ଶେଷ ପରାମର୍ଶ ଦାଖଲ ହେବ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, କମିଟିର ଅଧିକାଂଶ ସଦସ୍ୟ ଦଶମ ଓ ଏକାଦଶରେ ପ୍ରାପ୍ତ ଅଙ୍କକୁ ମହତ୍ବ ଦେବା ଓ ଦ୍ବାଦଶ ବୋର୍ଡର ପ୍ରିବୋର୍ଡ ତଥା ଅନ୍ତରୀଣ ପରୀକ୍ଷାକୁ ଆଧାର କରିବା ପକ୍ଷରେ ରହିଛନ୍ତି । ହେଲେ ଶେଷ ନିର୍ଣ୍ଣୟ ନିଆଯିବା ବାକି ରହିଛି । କିଛି ଦିନରେ ରିପୋର୍ଟ ଦାଖଲ ହେବା ପରେ ମାର୍କକୁ ନେଇ ଦ୍ବନ୍ଦ ଦୂର ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.