ETV Bharat / bharat

ଫେବୃଆରୀ 2ରେ ଘୋଷଣା ହେବ CBSE ଦଶମ-ଦ୍ବାଦଶ ପରୀକ୍ଷା ସୂଚୀ

author img

By

Published : Jan 28, 2021, 3:18 PM IST

Updated : Jan 28, 2021, 3:54 PM IST

ଫେବୃଆରୀ 2ରେ ଘୋଷଣା ହେବ CBSE ଦଶମ-ଦ୍ବାଦଶ ପରୀକ୍ଷା ସୂଚୀ
ଫେବୃଆରୀ 2ରେ ଘୋଷଣା ହେବ CBSE ଦଶମ-ଦ୍ବାଦଶ ପରୀକ୍ଷା ସୂଚୀ

15:14 January 28

ନୂଆଦିଲ୍ଲୀ: ଚଳିତବର୍ଷ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡର ପରୀକ୍ଷା ସୂଚୀ ଫେବୃଆରୀ 2ରେ ଘୋଷଣା କରିବ ସିବିଏସଇ । ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ । 

ବିଭିନ୍ନ ରାଜ୍ୟର ଶିକ୍ଷା ବୋର୍ଡ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ପରୀକ୍ଷା ସୂଚୀ ଘୋଷଣା କରୁଥିବା ବେଳେ ସିବିଏସଇ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ସୂଚୀକୁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି । ଏହାରି ମଧ୍ୟରେ ସିବିଏସଇ ଉଭୟ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ସୂଚୀ ଫେବୃଆରୀ 2ରେ ଘୋଷଣା କରିବ ବୋଲି ସୂଚନା ଦେଇଛନ୍ତି  କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ 'ନିଶଙ୍କ' ନିକଟରେ ଘୋଷଣା କରିଥିଲେ ଯେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ଏବଂ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆସନ୍ତା ଜୁନ 4ରୁ ଜୁନ 10 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପୋଖରିଆଲ ଏହା ମଧ୍ୟ କହିଥିଲେ ଯେ ଜୁଲାଇ 15ରେ ପରୀକ୍ଷା ଫଳାଫଳ ଘୋଷଣା କରାଯିବ |  

Last Updated : Jan 28, 2021, 3:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.