ETV Bharat / bharat

CBSE BOARD EXAM, ଦୁଇ ଭାଗ ହେଲା ଶିକ୍ଷାବର୍ଷ - ଦୁଇଟି ପରୀକ୍ଷା

ସିବିଏସ୍ଇ ଦଶମ ଓ ଦ୍ବାଦଶ ଶ୍ରେଣୀ 2021-22 ଏକାଡେମିକ୍ ଅଧିବେଶନରେ ପରିବର୍ତ୍ତନ କରି ଏହି ନୂତନ ନିୟମ ଜାରି ହୋଇଛି । ଏଣିକି ଦୁଇ ଭାଗ ହେବ ଶିକ୍ଷାବର୍ଷ । ପ୍ରତି ବର୍ଷ ଶେଷରେ ହେବ ବୋର୍ଡ ପରୀକ୍ଷା । ଅଧିକ ପଢନ୍ତୁ...

ଦୁଇ ଭାଗ ହେଲା ଶିକ୍ଷାବର୍ଷ
ଦୁଇ ଭାଗ ହେଲା ଶିକ୍ଷାବର୍ଷ
author img

By

Published : Jul 6, 2021, 3:45 PM IST

ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ବଡ ଖବର । ଏଣିକି ଦୁଇ ଭାଗ ହେବ ଶିକ୍ଷାବର୍ଷ । ପ୍ରତି ବର୍ଷ ଶେଷରେ ହେବ ବୋର୍ଡ ପରୀକ୍ଷା । ଦୁଇଟି ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଦୁଇଟି ଯାକ ପରୀକ୍ଷାର ମାର୍କ ମିଶି ଚୂଡାନ୍ତ ପରୀକ୍ଷା ଫଳ ପ୍ରକାଶିତ ହେବ । ସିବିଏସ୍ଇ ଦଶମ ଓ ଦ୍ବାଦଶ ଶ୍ରେଣୀ 2021-22 ଏକାଡେମିକ୍ ଅଧିବେଶନରେ ଏହି ପରିବର୍ତ୍ତନ କରି ଏହି ନୂତନ ନିୟମ ଜାରି ହୋଇଛି ।

ଚଳିତ ଶିକ୍ଷା ବର୍ଷରେ ଯେପରି ଆଉ ଏପରି ସମସ୍ୟା ନ ଉପୁଜେ ସେଥିପାଇଁ ସିବିଏସସି ପକ୍ଷରୁ ଏହି ବୋର୍ଡକୁ ଦୁଇଭାଗ କରାଯାଇଛି । ସିଲାବସ 50ପ୍ରତିଶତ କରାଯାଇଛି । ପ୍ରଥମ ଭାଗରେ ଅଧା ସିଲାବସ ଦ୍ବିତୀୟ ଭାଗରେ ଆଉ ଅଧା ସିଲାବସ ଅନୁସାରେ ପିଲାମାନେ ପାଠ ପଢିବେ । ନଭେମ୍ବର-ଡିସେମ୍ବରରେ ଟର୍ମ-1 ଓ ମାର୍ଚ୍ଚ-ଏପ୍ରିଲରେ ଟର୍ମ-2 ପରୀକ୍ଷା ହେବ । ଦୁଇ ପରୀକ୍ଷା ମାର୍କକୁ ମିଶାଇ ମୂଲ୍ୟାଙ୍କନ କରାଯିବ ।

ଟର୍ମ-1 ପରୀକ୍ଷାରେ ଆସେସମେଣ୍ଟ-ରିଜୋନିଂ ଢାଞ୍ଚାର ପ୍ରଶ୍ନ ଆସିବ । ଟର୍ମ-2ରେ ଦୀର୍ଘଉ ତ୍ତରମୂଳକ ପ୍ରଶ୍ନ ବ୍ୟବସ୍ଥା କରାଯାଇଛି । ସିବିଏସସି ପକ୍ଷରୁ ପରୀକ୍ଷାର ପ୍ରଶ୍ନପତ୍ର ସହିତ ମାକିଂ ପାଇଁ ସ୍କୁଲ ଗୁଡିକୁ ପଠାଯିବ । ଏକ୍ସଟରନାଲ ସୁପରିଟେଣ୍ଡେଣ୍ଟ ଓ ସିବିଏସଇ ଦ୍ବାରା ନିଯୁକ୍ତ ନିରୀକ୍ଷକଙ୍କ ଦ୍ବାରା ପରୀକ୍ଷା ସମ୍ପାଦନ ହେବ । ବୋର୍ଡ ପରୀକ୍ଷା ଛଡା ବିଦ୍ୟାଳୟ ସ୍ତରରେ ଅନ୍ୟ ପରୀକ୍ଷାକୁ ଗୁରୁତ୍ବ ଦିଆଯାଇଛି ।

କୋରୋନା ମହାମାରୀ ପାଇଁ ପିଲାଙ୍କ ପାଠପଢାରେ ଅନେକ ପ୍ରଭାବ ପଡିଛି । ପ୍ରାୟ ଦୁଇବର୍ଷ ହେବ ଶିକ୍ଷାଦାନ ବ୍ୟାହତ ହୋଇଛି । ପାଠପଢିବା ଠାରୁ ନେଇ ପରୀକ୍ଷା ପର୍ଯ୍ୟନ୍ତ ବହୁ ସମସ୍ୟା ଉପୁଜିଛି । ଏହା ପରେ ଦଶମ ଓ ଦ୍ବାଦଶ ପରୀକ୍ଷାକୁ ବାତିଲ କରାଯାଇଥିଲା । ବହୁ ବିଚାର ବିମର୍ଷ ପରେ ବିକଳ୍ପ ମୂଲ୍ୟାୟନ ଆଧାରରେ ପିଲାଙ୍କୁ ମାର୍କ ଦେବାକୁ ସ୍ଥିର କରିଛି ବୋର୍ଡ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.