ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ପ୍ରକାଶ ପାଇପାରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(CBSE) ଦଶମ ବୋର୍ଡ ପରୀକ୍ଷାଫଳ । ପୂର୍ବ ପ୍ରଦର୍ଶନ ଆଧାରରେ ପ୍ରକାଶ ପାଇବ ରେଜଲ୍ଟ । କୋରୋନା ସଂକ୍ରମଣ ଯୋଗୁଁ ଚଳିତ ଥର ସିବିଏସଇ ଦଶମ ପରୀକ୍ଷା ବାତିଲ ହୋଇଥିଲା ।
ଅନ୍ୟପକ୍ଷେ ଜୁଲାଇ ୩୧ ସୁଦ୍ଧା ସିବିଏସଇ ଦ୍ବାଦଶ ରେଜଲ୍ଟ ବାହାରିବା ନେଇ ସମ୍ଭାବନା ରହିଛି । ରେଜଲ୍ଟ ନେଇ କୌଣସି ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରିନି ସିବିଏସଇ । ତେବେ ଜୁଲାଇ ୨୯ରେ ରେଜଲ୍ଟ ବାହାରିବା ନେଇ ଚର୍ଚ୍ଚା ହେଉଛି ।
ସିବିଏସଇର ଅଫିସିଆଲ ୱେବସାଇଟରେ ଛାତ୍ରଛାତ୍ରୀମାନେ ଦେଖିପାରିବେ ନିଜ ନିଜର ପରୀକ୍ଷା ଫଳ । ସିବିଏସଇ ୱେବସାଇଟ (cbse.nic.in)ରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ ।