ନୂଆଦିଲ୍ଲୀ: ମହାମାରୀ ସଙ୍କଟ ମଧ୍ୟରେ ଅନୁଷ୍ଠିତ ହେବ ସିବିଏସଇ ବୋର୍ଡର ଦ୍ବାଦଶ ପରୀକ୍ଷା । ପରୀକ୍ଷା କେଉଁ ଫର୍ମାଟରେ ହେବ, କେବେ ହେବ ଏବଂ କିପରି ହେବ ଏହାର ସୂଚନା ଜୁନ ପହିଲାରେ ଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ।
ଜୁନ ପହିଲାରେ ସିବିଏସଇର ଦ୍ବାଦଶ ପରୀକ୍ଷା ତାରିଖ ଘୋଷଣା କରାଯିବ । ସୂଚନା ଅନୁଯାୟୀ, ଗତ ବର୍ଷ କୋଭିଡ ପ୍ରୋଟୋକଲ ମଧ୍ୟରେ ଜୁଲାଇ ମାସରେ ଯେଭଳି ପରୀକ୍ଷା ହୋଇଥିଲା ଏଥର ମଧ୍ୟ ସେଭଳି ହେବାର ସମ୍ଭାବନା ରହିଛି ।
ଦ୍ବାଦଶ ପରୀକ୍ଷା ଅବଜେକ୍ଟିଭ ପେପର ମାଧ୍ୟମରେ ହେବ । ସୂତ୍ରରୁ ପ୍ରକାଶ ଯେ ଦିଲ୍ଲୀକୁ ଛାଡି ସମସ୍ତ ରାଜ୍ୟ ଦ୍ବାଦଶ ପରୀକ୍ଷା ପାଇଁ ପ୍ରସ୍ତୁତ ଥିବା ଜଣାପଡିଛି। ହୋମ୍ ସେଣ୍ଟରରେ ହିଁ ପରୀକ୍ଷା ଆୟୋଜିତ କରାଯିବ ବୋଲି ସୂତ୍ରରୁ ପ୍ରକାଶ । ପାସୱାର୍ଡ ପ୍ରୋଟେକ୍ଟିଭ ଇ-ପେପର ପରୀକ୍ଷା କେନ୍ଦ୍ରକୁ ପଠାଯିବ । ଏହି ବୈଠକରେ ଜୁନ୍ ଶେଷ ସପ୍ତାହରେ ପରୀକ୍ଷା କରାଇପାରେ ସିବିଏସଇ ।