ETV Bharat / bharat

ଜୁନ 20ରେ CBSE ବୋର୍ଡ ଫଳାଫଳ - ପରୀକ୍ଷା ମୂଲ୍ୟାଙ୍କନ ନୀତି ସ୍ଥିର କଲା ସିବିଆଇ

CBSE ବୋର୍ଡ 10 ଶ୍ରେଣୀ ପରୀକ୍ଷା ଫଳ ଘୋଷଣା ତାରିଖ ପ୍ରକାଶିତ । ଜୁନ 20 ତାରିଖରେ ଆସିବ ଫଳାଫଳ । ମୂଲ୍ୟାଙ୍କନ ପାଇଁ କମିଟି ଗଠନ ହେବ । ଅଧିକ ପଢନ୍ତୁ...

ବାତିଲ 10ମ ଶ୍ରେଣୀ ପରୀକ୍ଷାର ମୂଲ୍ୟାଙ୍କନ ପାଇଁ ମାପଦଣ୍ଡ ସ୍ଥିର କଲା ସିବିଏସସି, 20ରେ ଫଳାଫଳ

author img

By

Published : May 1, 2021, 10:01 PM IST

Updated : May 1, 2021, 10:33 PM IST

ନୂଆଦିଲ୍ଲୀ: 10ମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ମୂଲ୍ୟାଙ୍କନ ନୀତି ଘୋଷଣା କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) । କୋରୋନା ସଂକ୍ରମଣ ଯୋଗୁଁ ବାତିଲ ହୋଇଥିବା 10 ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ସାରଣୀ ପାଇଁ CBSE ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକୁ 8 ସଦସ୍ୟ ବିଶିଷ୍ଟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାର୍କିଂ ପ୍ରକ୍ରିୟାରେ ପାରଦର୍ଶିତା ଓ ସ୍ବଚ୍ଛତା ଉପରେ ବିଶେଷ ଧ୍ୟାନ ଦେବାକୁ କହିଛି CBSE ।

CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ନେଇ ଗାଇଡଲାଇନ । ମେ 5 ସୁଦ୍ଧା ପରୀକ୍ଷା ଫଳ କମିଟି ଗଠନ କରିବ ସ୍କୁଲ । ଜୁନ୍‌ 5 ସୁଦ୍ଧା CBSEକୁ ଚୂଡ଼ାନ୍ତ ତାଲିକା ପଠାଯିବ । ଜୁନ୍‌ 11 ସୁଦ୍ଧା 20 ନମ୍ବରର ଆଭ୍ୟନ୍ତରୀଣ ମୂଲ୍ୟାୟନ ତାଲିକା ପଠାଯିବ । ଅବଶିଷ୍ଟ 80 ମାର୍କ ସ୍କୁଲରେ ହୋଇଥିବା ପରୀକ୍ଷା ଆଧାରରେ ମୂଲ୍ୟାୟନ ହେବ ।

ୟୁନିଟ ଟେଷ୍ଟ ଆଧାରରେ ସର୍ବାଧିକ 10 ନମ୍ବର ଦିଆଯିବ । ଷାଣ୍ମାସିକ ପରୀକ୍ଷା ଆଧାରରେ ସର୍ବାଧିକ 30 ନମ୍ବର, ପ୍ରି‌-ବୋର୍ଡ ପରୀକ୍ଷା ଆଧାରରେ ସର୍ବାଧିକ 40 ନମ୍ବର ଦିଆଯିବ । ତେବେ ଆସନ୍ତା ମାସ 20 ତାରିଖରେ ଫଳ ଘୋଷଣା ପାଇବ ବୋଲି CBSE ପ୍ରକାଶ କରିଛି ।

ପିଲାମାନଙ୍କ ପୂର୍ବ ପରୀକ୍ଷାର ଫଳାଫଳକୁ ମୁଖ୍ୟ ମାପଦଣ୍ଡ ଭାବେ ଗ୍ରହଣ କରାଯିବ । ଚଳିତ ମାସ 5 ତାରିଖରେ ସମ୍ପୃକ୍ତ ସ୍କୁଲମାନେ ମୂଲ୍ୟାଙ୍କନ ପାଇଁ କମିଟି ଗଠନ କରିବେ । ସେହିପରି ଉକ୍ତ କମିଟି 11 ତାରିଖରେ ଚୂଡାନ୍ତ ତାଲିକା ବୋର୍ଡକୁ ସୁପାରିଶ କରିବେ । ଉକ୍ତ ସୁପାରିଶ ଆଧାରରେ ଫଳାଫଳ ପ୍ରସ୍ତୁତ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହେବ ।

ସେହିପରି ପ୍ରତ୍ୟେକ ବିଷୟ ପାଇଁ 20 ମାର୍କ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ହେବ ଏବଂ ଅବଶିଷ୍ଟ 80 ମାର୍କ ପୂର୍ବଥର କରାଯାଇଥିବା ପରୀକ୍ଷାର ଫଳାଫଳ ଆଧାରରେ ନିରୂପଣ ହେବ । ତେବେ ଆସନ୍ତା ମାସ 20 ତାରିଖରେ ଫଳ ଘୋଷଣା ପାଇବ ବୋଲି CBSE ପ୍ରକାଶ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 1, 2021, 10:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.