ETV Bharat / bharat

କେଉଁ ଆଧାରରେ ହେବ ଦ୍ବାଦଶ ରେଜଲ୍ଟ ଘୋଷଣା ? ଜବାବ ମାଗିଲେ ସୁପ୍ରିମକୋର୍ଟ - ଦ୍ବାଦଶ ରେଜଲ୍ଟ ଘୋଷଣା

ବିଚାରପତି ଖାନୱିଲକରଙ୍କ ନେତୃତ୍ବାଧିନ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ସିବିଏସଇ ଓ ସିଆଇଏସସିଇକୁ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇଁ ବିକଳ୍ପ ମୂଲ୍ୟାଙ୍କନ ମାନଦଣ୍ଡ ଆଣିବାକୁ ଦୁଇ ସପ୍ତାହର ସମୟ ଦେଇଛନ୍ତି । ଅଧିକ ପଢନ୍ତୁ...

କେଉଁ ଆଧାରରେ ହେବ ଦ୍ବାଦଶ ରେଜଲ୍ଟ ଘୋଷଣା ? ଜବାବ ମାଗିଲେ ସୁପ୍ରିମକୋର୍ଟ

author img

By

Published : Jun 3, 2021, 7:44 PM IST

ନୂଆଦିଲ୍ଲୀ: ସିବିଏସଇ ଦ୍ବାଦଶ ବୋର୍ଡ ପରୀକ୍ଷା ବାତିଲ ଓ ମୂଲ୍ୟାଙ୍କନ ମାନଦଣ୍ଡ ଦାବି ଯାଚିକାର ଶୁଣାଣିକୁ ଏବେ 2 ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ । ବିଚାରପତି ଖାନୱିଲକରଙ୍କ ନେତୃତ୍ବାଧିନ ଖଣ୍ଡପୀଠ ସିବିଏସଇ ଓ ସିଆଇଏସସିଇକୁ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇଁ ବିକଳ୍ପ ମୂଲ୍ୟାଙ୍କନ ମାନଦଣ୍ଡ ଆଣିବାକୁ ଦୁଇ ସପ୍ତାହର ସମୟ ଦେଇଛନ୍ତି ।

ଏହି ଦୁଇ ସପ୍ତାହ ମଧ୍ୟରେ ସିବିଏସଇ ଓ ସିଆଇଏସସିଇକୁ ବିକଳ୍ପ କହିବାକୁ ପଡିବ, ଯାହାର ଆଧାରରେ ବୋର୍ଡ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରସ୍ତୁତ କରିବ ।

କେନ୍ଦ୍ର ପୂର୍ବରୁ ସିବିଏସଇ ଦ୍ବାଦଶ ପରୀକ୍ଷା ବାତିଲ କରିବାର ନିଷ୍ପତ୍ତି ନେଇଥିଲେ । ଏଭଳିସ୍ଥିତିରେ ସୁପ୍ରିମକୋର୍ଟ ଏହା ଜାଣିବାକୁ ଚାହୁଁଛନ୍ତି ଯେ ଫଳାଫଳ ପ୍ରସ୍ତୁତ କରିବା ପାଇଁ ମୂଲ୍ୟାଙ୍କନ ମାନଦଣ୍ଡ କଣ ହେବ ?

ଆଜିର ଶୁଣାଣିରେ ଆଟୋର୍ଣ୍ଣୀ ଜେନେରାଲ କହିଛନ୍ତି ସିବିଏସଇ 3 ସପ୍ତାହ ମଧ୍ୟରେ ମୂଲ୍ୟାଙ୍କନର ମାନଦଣ୍ଡ ଉପରେ ନିର୍ଣ୍ଣୟ ନେବେ । ଆଇସିଏସଇ ଆଇନଜୀବୀ ମଧ୍ୟ ସୂଚିତ କରିଛନ୍ତି, ତାଙ୍କ ପାଖରେ ବିଶେଷଜ୍ଞଙ୍କ ଏକ କମିଟି ରହିଛି, ଯାହା ଖୁବ ଶିଘ୍ର ମାନଦଣ୍ଡ ଉପରେ ନିର୍ଣ୍ଣୟ ନେବ । ମାନଦଣ୍ଡର ଚୟନ ପାଇଁ ଉଭୟ ପକ୍ଷ ସୁପ୍ରିମକୋର୍ଟଙ୍କ ପାଖରୁ କିଛି ସମୟ ଦେବାକୁ ଅନୁରୋଧ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.