ନୂଆଦିଲ୍ଲୀ: ଆସନ୍ତାକାଲି (ଗୁରୁବାର) ପ୍ରକାଶ ପାଇବ ସିବିଏସଇ (Central Board of Secondary Education) ଦ୍ବାଦଶ ପରୀକ୍ଷା ଫଳ । ଅପରାହ୍ନ ସାଢେ 12ଟାରେ ବାହାରିବ ପରୀକ୍ଷା ଫଳ । cbse.nic.in ୱେବସାଇଟରେ ଛାତ୍ରଛାତ୍ରୀ ଦେଖିପାରିବେ ରେଜଲ୍ଟ ।
କିପରି ଦେଖିବେ ରେଜଲ୍ଟ...
- ପ୍ରଥମେ ସିବିଏସଇ cbse.nic.in କିମ୍ବା cbse.gov.in. ୱେବ ସାଇଟକୁ ଯାଆନ୍ତୁ।
- ହୋମପେଜରେ ଥିବା ସିବିଏସଇ ବୋର୍ଡ ରେଜଲ୍ଟ 2022 ଲିଙ୍କ ଉପରେ କ୍ଲିକ କରନ୍ତୁ ।
- ରୋଲ ନମ୍ବର ଦେଇ ଲଗ ଇନ କରନ୍ତୁ ।
- ସ୍କିନରେ ଉପଲବ୍ଧ ହୋଇଥିବା ରେଜଲ୍ଟକୁ ଡାଉନଲୋଡ କରନ୍ତୁ ।
ଚଳିତବର୍ଷ 35 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଜୁନ 15 2022ରେ ପରୀକ୍ଷା ଶେଷ ହୋଇଥିଲା ।