ETV Bharat / bharat

Dhanbad Judge Death Case: ଖୁଲାସା କଲା CBI , ଜାଣିଶୁଣି ଧକ୍କା ଦେଇଥିଲା ଅଟୋ - ଧାନବାଦ ଘଟଣା

ଧାନବାଦ ଘଟଣାରେ ନୂଆ ଖୁଲାସା । ଅଟୋ ଡ୍ରାଇଭର ଜାଣିଶୁଣି ବିଚାରପତିଙ୍କୁ ଧକ୍କା ଦେଇଥିଲା ଓ ଏହାପରେ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ହୋଇଥିବା ସିବିଆଇ ସ୍ପଷ୍ଟ କରିଛି । ଅଧିକ ପଢନ୍ତୁ...

Dhanbad Judge Death Case: ଖୁଲାସା କଲା CBI , ଜାଣିଶୁଣି ଧକ୍କା ମାରିଥିଲା ଅଟୋ

author img

By

Published : Sep 23, 2021, 5:05 PM IST

ଧାନବାଦ: ଝାଡଖଣ୍ଡ ଧାନବାଦର ବିଚାରପତି ଉତ୍ତମ ଆନନ୍ଦ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି ସିବିଆଇ । ଅଟୋ ଡ୍ରାଇଭର ଜାଣିଶୁଣି ବିଚାରପତିଙ୍କୁ ଧକ୍କା ଦେଇଥିଲା ଓ ଏହାପରେ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ହୋଇଥିବା ସିବିଆଇ ସ୍ପଷ୍ଟ କରିଛି । ତେବେ ବିଚାରପତିଙ୍କୁ ଧକ୍କା ଦେବା ପରେ ଡ୍ରାଇଭର ଅଟୋ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ବୋଲି କହିଛି ସିବିଆଇ ।

ଶୁଣାଣି ସମୟରେ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ କହିଛନ୍ତି, ଏହି ଘଟଣାକୁ ବିଭିନ୍ନ ଦିଗରୁ ତଦନ୍ତ କରୁଛି ଯାଞ୍ଚ ଏଜେନ୍ସି । ତଦନ୍ତ ଜାରି ରହିଛି ଓ ପ୍ରତ୍ୟେକ ଦିଗକୁ ଆଖି ଆଗରେ ରଖି ସିବିଆଇ ଆଗକୁ ବଢୁଥିବା କହିଛନ୍ତି ଯୁଗ୍ମ ନିର୍ଦ୍ଦେଶକ । ତେବେ ଶୁଣାଣି ପରେ ଆସନ୍ତା ସପ୍ତାହ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏହାପୂର୍ବରୁ ଧାନବାଦ ବିଚାରପତି ମୃତ୍ୟୁ ମାମଲାରେ CBI ଉପରେ ବର୍ଷିଥିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ.ଭି ରମଣା । ବିଚାରପତିଙ୍କୁ ସୁରକ୍ଷା ଯୋଗାଇବାରେ ତଦନ୍ତକାରୀ ଟିମ କିଛି କରୁନାହିଁ ବୋଲି ସେ କହିଥିଲେ । ସିବିଆଇ ବିରୋଧରେ ସେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ସତ୍ୟ ବୋଲି କହିଥିଲେ ରମଣା ।

ଧାନବାଦରେ ବିଚାରପତିଙ୍କ ମୃତ୍ୟୁ ମାମଲାରେ ଦୋହଲିଯାଇଥିଲା ଦେଶ । ହଜିଯାଇଥିଲା ପୋଲିସ ପ୍ରଶାସନର ନିଦ । ବିଚାରପତିଙ୍କ ମୃତ୍ୟୁ ପଛରେ ବଡ ଷଡଯନ୍ତ୍ରର ଗନ୍ଧ ବାରୁଥିଲା ପୋଲିସ । ମାମଲା ପଛରେ ଯୋଡିହୋଇଥିଲା ଧାରା ୩୦୨ ।

୨୮ ଜୁଲାଇରେ ଘଟିଥିଲା ଘଟଣା । ସକାଳ ସମୟରେ ଶୂନଶାନ ଥିଲା ସହରର ରାସ୍ତା । ଅଚାନକ ଏକ ଅଟୋ ଆସି ପ୍ରାତଃଭ୍ରମଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ପଛପଟୁ ଦେଇଥିଲା ଧକ୍କା । ଦୁର୍ଘଟଣା ପରେ ନ ଅଟକି ଆଖି ପିଛୁଳାକେ ଫେରାର ହୋଇଯାଇଥିଲା ଅଟୋ ।

ଝାଡଖଣ୍ଡର ଇଣ୍ଡଷ୍ଟ୍ରିଆଲ ସିଟି ଧାନବାଦରେ ଘଟିଥିଲା ଏହି ଦୁର୍ଘଟଣା । ଯେଉଁ ବ୍ୟକ୍ତି ଜଣଙ୍କୁ ଅଟୋଟି ଧକ୍କା ଦେଇଥିଲା, ସେ କୌଣସି ସାଧାରଣ ବ୍ୟକ୍ତି ନୁହେଁ ଥିଲେ ଜଣେ ବିଚାରପତି, ଯାହାଙ୍କ ନାଁ ଉତ୍ତମ ଆନନ୍ଦ । କିଛି ସମୟ ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା । ତୁରନ୍ତ ଗୁରୁତର ଅବସ୍ଥାରେ ବିଚାରପତି ଆନନ୍ଦଙ୍କୁ ହସ୍ପିଟାଲେ ଭର୍ତ୍ତି କରାଯାଇଥିଲା, ଯେଉଁଠି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା ।

ଘଟଣାସ୍ଥଳର ସିସିଟିଭି କ୍ୟାମେରାକୁ ଖୋଳତାଡ କରିଥିଲା ପୋଲିସ । ଆଉ ହାତରେ ଲାଗିଥିଲା କ୍ୟାମେରା, ଯାହାପରେ ସାମ୍ନାକୁ ଆସିଥିଲା ପୁରା ମାମଲା । ଅଟୋଟି ଜଜଙ୍କୁ ଧକ୍କା ଦେଇ ତୁରନ୍ତ ସେଠାରୁ ଫେରାର ହୋଇଯାଇଥିବା ସିସିଟିଭିରୁ ସ୍ପଷ୍ଟ ଦେଖିବାକୁ ମିଳିଥିଲା । ଅଟୋଟି ଧକ୍କା ଦେବା ପରେ କିଛି ଦୂରକୁ ଛିଟ୍‌କି ପଡିଥିଲେ ଆନନ୍ଦ । ଅଟୋଟି ଜାଣିଶୁଣି ବିଚାରପତି ଆନନ୍ଦଙ୍କୁ ଧକ୍କା ଦେଇଥିବା ସନ୍ଦେହ ପ୍ରକଟ କରୁଥିଲା ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.