ETV Bharat / bharat

ନରେନ୍ଦ୍ର ଗିରି ମୃତ୍ୟୁ ମାମଲା, ଗିରଫ ଅଭିଯୁକ୍ତଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ ! - ନରେନ୍ଦ୍ର ଗିରି ମୃତ୍ୟୁ

ଆଖଡା ପରିଷଦ ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ଘଟଣାରେ ଗିରଫ ତିନି ଅଭିଯୁକ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କଲା CBI । ଅଧିକ ପଢନ୍ତୁ..

ନରେନ୍ଦ୍ର ଗିରି ମୃତ୍ୟୁ ମାମଲା, ଗିରଫ ଅଭିଯୁକ୍ତଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ !

author img

By

Published : Oct 13, 2021, 10:36 AM IST

Updated : Oct 13, 2021, 10:47 AM IST

ଲକ୍ଷ୍ନୌ: ଆଖଡା ପରିଷଦ ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା । ତାଙ୍କ ମୃତ୍ୟୁ ପଛରେ ଏକ ବଡ ଷଡଯନ୍ତ୍ର ଥିବା କୁହାଯାଉଥିବା ବେଳେ ମାମଲାର ତଦନ୍ତ କରୁଛି CBI । ସେପଟେ ମହନ୍ତଙ୍କ ମୃତ୍ୟୁ ନେଇ ସନ୍ଦେହ ଘେରରେ ଅଛନ୍ତି ତାଙ୍କ ଶିଷ୍ୟ ଆନନ୍ଦ ଗିରି, ଆଦ୍ୟା ତିୱାରୀ ଓ ସନ୍ଦୀପ ତିୱାରୀ । ଘଟଣାକୁ ବହୁ ଦିନ ବିତିଥିଲେ ସୁଦ୍ଧା କେଉଁ ପରିସ୍ଥିତିରେ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ହେଲେ ସେନେଇ ଲାଗି ରହିଛି ସସପେନ୍ସ । ଇତିମଧ୍ୟରେ ମାମଲାର ନିଷ୍କର୍ସରେ ପହଞ୍ଚିବାକୁ ପ୍ରୟାଗରାଜ CJM କୋର୍ଟରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ଆବେଦନ କରିଛି CBI । ଯାହାର ଶୁଣାଣି ଆସନ୍ତା ୧୮ ତାରିଖରେ କରିବେ କୋର୍ଟ ।

କୋର୍ଟ ଆଗରେ ନିଜର ପକ୍ଷ ରଖିବା ପାଇଁ ଅଭିଯୁକ୍ତଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ କରାଯିବ । ଏହି ମୃତ୍ୟୁ ମାମଲାର ରହସ୍ୟ ଭେଦ କରିବାକୁ ସିବିଆଇ ନିଜର ପୁରା ଦମ୍ ଲଗାଇଥିବାବେଳେ ତଦନ୍ତ ପ୍ରକ୍ରିୟା ରୂପେ ଟିମ୍ ଅଭିଯୁକ୍ତଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ମାଗିଛି । ସେପଟେ ଅଭିଯୁକ୍ତଙ୍କ ଓକିଲ ମଧ୍ୟ ପଲିଗ୍ରାଫ୍ ଟେଷ୍ଟ ବିରୁଦ୍ଧରେ କୋର୍ଟରେ ଆଉ ଏକ ଆବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ଶନିବାର ଦିନ CBI ନରେନ୍ଦ୍ର ଗିରିଙ୍କ ମୃତ୍ୟୁର ରହସ୍ୟ ଜାଣିବାକୁ ତାଙ୍କ ବାଘମ୍ବରୀ ମଠରେ ପହଞ୍ଚିଥିଲେ । CBI ଅଧିକାରୀ ମହନ୍ତଙ୍କ ସମାଧିସ୍ଥଳ ସମେତ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା କୋଠରୀର ଯାଞ୍ଚ କରିଥିଲେ ଏବଂ କିଛି ଶିଷ୍ୟଙ୍କୁ ପଚରାଉଚରା କରିଥିଲେ । କହିରଖୁଛୁ କି, ଅଭିଯୁକ୍ତ ଆନନ୍ଦ ଗିରି, ଆଦ୍ୟା ତିୱାରୀ ଏବଂ ସନ୍ଦୀପ ତିୱାରୀ ଉପରେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଆତ୍ମହତ୍ୟା ପାଇଁ ଉସକାଇ ଥିବା ଅଭିଯୋଗ ରହିଛି ଏବଂ ସେମାନଙ୍କୁ ଗିରଫ ମଧ୍ୟ କରାଯାଇଛି । ସେପ୍ଟେମ୍ବର ୨୨ ତାରିଖରେ ୩ ଅଭିଯୁକ୍ତଙ୍କୁ CJM କୋର୍ଟରେ ହାଜର କରାଯାଇଥିଲା ଏବଂ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ।

IANS

Last Updated : Oct 13, 2021, 10:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.