ETV Bharat / bharat

ଲାଲୁଙ୍କ ବଢିଲା ଅଡୁଆ, ତଦନ୍ତ ଆରମ୍ଭ କରିଲା ସିବିଆଇ

author img

By

Published : Dec 26, 2022, 3:32 PM IST

ରେଲଓ୍ବେ ପ୍ରୋଜେକ୍ଟ ଆବଣ୍ଟନରେ ଦୁର୍ନୀତି ମାମଲାରେ ପୁଣିଥରେ ତଦନ୍ତ ଆରମ୍ଭ କରିଲା ସିବିଆଇ । ଅଧିକ ପଢନ୍ତୁ

ଲାଲୁ ପ୍ରସାଦ ଯାଦବ
ଲାଲୁ ପ୍ରସାଦ ଯାଦବ

ନୂଆଦିଲ୍ଲୀ: ପୁଣି ବଢ଼ିଲା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ(former Chief Minister Lalu Prasad Yadav) ଅଡୁଆ । ସ୍ବାସ୍ଥ୍ୟାବସ୍ଥାରେ ଟିକିଏ ଉନ୍ନତି ଆସୁଆସୁ ପୁଣି ପୁରୁଣା ଫାଇଲ ଖୋଲିବା ଆରମ୍ଭ କରିଛି କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥ(CBI) । ବିବାହରରେ ସରକାର ଗଠନ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ(Janata Dal United)ସହ ମେଣ୍ଟ କରିଥିଲେ ।

ସୂଚନାଅନୁସାରେ,୨୦୧୮ ମସିହାରେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ବେଳେ ରେଲଓ୍ବେ ପ୍ରୋଜେକ୍ଟ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ହୋଇଥିଲା । ଏହାପରେ CBI ତନ୍ତ ଆରମ୍ଭ କରିଥିଲା । କିନ୍ତୁ ଏହି ତଦନ୍ତକୁ ୨୦୨୧ରେ ଦୁର୍ନୀତି ନେଇ କୌଣସି ଅଭିଯୋଗ ନଥିବା କହି ତଦନ୍ତ ବନ୍ଦ କରିଦେଇଥିଲା CBI । ତେବେ ଲାଲୁ ଯାଦବଙ୍କ ସମେତ ତାଙ୍କ ପୁଅ ତଥା ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଝିଅ ଚନ୍ଦା ଯାଦବ ଏବଂ ରାଗିଣୀ ଯାଦବ ମଧ୍ୟ ଏହି ମାମଲାରେ ଜଡିତ ରହିଥିବା କଥା କୁହାଯାଉଛି । ତେବେ ନୀତୀଶ କୁମାର ବିଜେପି ଛାଡି ଆରଜେଡିରେ ଯୋଗଦେବାର ଏକମାସ ପରେ ପୁନଃ CBI ତଦନ୍ତ ଆରମ୍ଭ କରିବା ଦଳ ଭାଙ୍ଗିବା ପାଇଁ ଏକ ଚକ୍ରାନ୍ତ ବୋଲି କହିଛନ୍ତି । CBI ତଦନ୍ତ ଆରମ୍ଭ କଲେ ବଡ ଧରଣର ରାଜନୈତିକ ବିବାଦ ଉପୁଡିପାରେ ବୋଲି ଆଶଙ୍କା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: Year Ender 2022: ଏ ବର୍ଷ ଫର୍ଦ୍ଦରେ ଅପରାଧ ଦୁନିଆର କୁଇନ

ଏହି ମାମଲାରେ ହୋଇଥିବା ଅଭିଯୋଗ ଅନୁସାରେ, ଲାଲୁ ଯାଦବଙ୍କୁ DLF ଗ୍ରୁପ୍‌ କ୍ଷିଣ ଦିଲ୍ଲୀରେ ଥିବା ସମ୍ପତ୍ତି ଲାଞ୍ଚ ଆକାରରେ ଦେଇଥିବା ଅଭିଯୋଗ ରହିଛି । DLF ଗ୍ରୁପ୍‌ ମୁମ୍ବାଇର ବାନ୍ଦ୍ରାସ୍ଥିତ ରେଳ ଜମି ପ୍ରକଳ୍ପ ଓ ନୂଆଦିଲ୍ଲୀ ରେଳ ଷ୍ଟେସନର ପୁନଃରୁଦ୍ଧାର ପ୍ରଜେକ୍ଟ ପ୍ରତି ଆଗ୍ରହ ପ୍ରକାଶ କରିଥିଲା । DLF ପାଣ୍ଠିର ପ୍ରଦତ୍ତ କମ୍ପାନୀ ଦିଲ୍ଲୀର ସମ୍ପତ୍ତିକୁ ୫ କୋଟି ଚଙ୍କାରେ କିଣିଥିଲେ । ଯାହାର ବଜାର ମୂଲ୍ୟ ୩୦ କୋଟି ରହିଥିଲା ।

ପ୍ରକାଶଯୋଗ୍ୟ ଯେ, ୭୩ ବର୍ଷୀୟ ଲାଲୁ ଯାଦବଙ୍କ କୀଡନି ପ୍ରତିରୋପଣ କରାଯାଇଛି । ଲାଲୁଙ୍କ ଝିଅ ରୋହିଣୀ ପିତାଙ୍କୁ ଗୋଟିଏ କିଡନୀ ଦାନ କରିଥିଲେ । ବର୍ତ୍ତମାନ ଧୀରେଧୀରେ ସୁସ୍ଥ ହେଉଛନ୍ତି ଲାଲୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.