ETV Bharat / bharat

Odisha Train tragedy: ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା CBI - ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣା

ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ସିବିଆଇ । ଘଟଣାସ୍ଥଳରେ ଛାନଭିନ ଆରମ୍ଭ । ମୃତ୍ୟୁସଂଖ୍ୟା 288 କୁ ବୃଦ୍ଧି । ସହଜ ହେଉନି ମୃତଦେହ ଚିହ୍ନଟ ଓ ହସ୍ତାନ୍ତରଣ ପ୍ରକ୍ରିୟା । ଅଧିକ ପଢନ୍ତୁ

Odisha Train tragedy: ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା CBI

author img

By

Published : Jun 6, 2023, 5:42 PM IST

ଭୁବନେଶ୍ବର: ବାଲେଶ୍ବର‌ ଟ୍ରେନ ଦୁର୍ଘଟଣାରେ ଆଜି ସିବିଆଇ ତଦନ୍ତ ଆରମ୍ଭ ହୋଇଛି । ଏକ ମାମଲା ରୁଜୁ କରି କେନ୍ଦ୍ରୀୟ ସଂସ୍ଥା ତଦନ୍ତ ଆରମ୍ଭ କରିଥିବା ବେଳେ ସିବିଆଇ ଅଧିକାରୀଙ୍କ ଏକ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପ୍ରଥମେ ବାଲେଶ୍ବର ରେଳବାଇ ପୋଲିସ (ବାଲେଶ୍ବର ଜିଆରପି କେସ ନମ୍ବର-୬୪) ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏହି ମାମଲାର ତଦନ୍ତ ଭାର ରେଳବାଇ ପୋଲିସ ଠାରୁ ଗ୍ରହଣ କରିଛି । ଆଇପିସିର ଧାରା ୩୩୭,୩୩୮,୩୦୪(A),34 ସମେତ ରେଲଓ୍ବେ ଆକ୍ଟ 153/154/175ରେ ତନାଘନା କରିଥିଲା ଜିଆରପି ପୋଲିସ।

ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର ଏକାଧିକ ଦିଗକୁ ସନ୍ଦେହ ବଢିବାରେ ଲାଗିଛି । କରମଣ୍ଡଳ ଏକ୍ସପ୍ରେସ- ଯଶୋବନ୍ତପୁର-ହାଓ୍ବାଡା ଓ ଲୁୁପ ଲାଇନରେ ଛିଡା ହୋଇଥିବା ଏକ ମାଲଗାଡି ମଧ୍ୟରେ ତ୍ରିକୋଣୀୟ ଦୁର୍ଘଟଣା ହୋଇଥିଲା । ପ୍ରଥମେ ଏହା ଏକ ଯାନ୍ତ୍ରିକ କିମ୍ବା ମନ୍ୟୁଷକୃତ ତ୍ରୁଟିଜନିତ ଦୁର୍ଘଟଣା ବୋଲି ସନ୍ଦେହ କାରଯାଉଥିଲେ ସୁଦ୍ଧା ପରେ ଷଡଯନ୍ତ୍ର ରହିିଥିବା ସନ୍ଦେହ ଉପୁଜିଥିଲା । ସିଗନାଲ ଟାମ୍ପରିଂ ହୋଇଥାଇ ପାରେ ବୋଲି ଖୋର୍ଦ୍ଧା ଡିଆରଏମ ଅଭିଯୋଗ ଆଣିଥିଲେ ।

କି’ଏ ଏହି ସିଗନାଲ ଟାମ୍ପରିଂ ପଛର ଖଳନାୟକ । ଅପ-ଲାଇନରେ ଯିବାକୁ ଥିବା କରମଣ୍ଡଳ ଏକ୍ସପ୍ରେସକୁ ଲୁପ ଲାଇନରେ କିଏ ଡାଇଭର୍ଟ କଲା । ଏହା କୌଣସି ଉଦ୍ଦେଶ୍ୟମୂଳକ ଥିଲା ନା ଏହା କୌଣସି ଯାନ୍ତ୍ରିକ ତ୍ରୁଟି ? ଏନେଇ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି । ପ୍ରଥମେ ରେଳବାଇ ସେଫ୍ଟି କମିଶନର ଏହି ଘଟଣାର ବିଭାଗୀୟ ତଦନ୍ତ କରିଥିଲେ । ବାଲେଶ୍ବର ରେଳବାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ରେଳବାଇ ବୋର୍ଡର ସୁପାରିସ ଅନୁସାରେ, କେନ୍ଦ୍ର ସରକାର ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଆଜି ସିବିଆଇ ଟିମ ରେଳବାଇ ପୋଲିସ ଠାରୁ ମାମଲାର ତଦନ୍ତ ଭାର ଗ୍ରହଣ କରିବା ସହ ଘଟଣା ସ୍ଥଳରେ ଛାନଭିନ ଆରମ୍ଭ କରିଛି ।

ଅନ୍ୟପଟେ ବର୍ତ୍ତମାନର ଶେଷ ଅପଡେଟ ଅନୁସାରେ ମୃତ୍ୟସଂଖ୍ୟା 288 କୁ ବୃଦ୍ଧି ପାଇଛି । ଭୁବନେଶ୍ବର ଏମ୍ସରେ ସର୍ବାଧିକ ଚିହ୍ନଟ ହୋଇନଥିବା ମୃତଦେହ ରଖାଯାଇଛି । ବିଭିନ୍ନ ରାଜ୍ୟରୁ ଆସିଥିବା ମୃତକଙ୍କ ପରିଜନମାନେ ମୃତଦେହ ଚିହ୍ନଟ କରିବା ପରେ ହସ୍ତାନ୍ତରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ମୃତଦେହ ଚିହ୍ନଟ ପ୍ରକ୍ରିୟା ସ୍ଥାନୀୟ ପ୍ରଶାସନ ପାଇଁ ଏତେଟା ସହଜ ମଧ୍ୟ ହେଉନାହିଁ । ଚିହ୍ନଟ ଓ ହସ୍ତାନ୍ତରଣ ପ୍ରକ୍ରିୟା ବିଳମ୍ବ ହେଉଥିବା କାରଣକୁ ମୃତଦେହକୁ ସଂରକ୍ଷିତ ରଖିବା ପାଇଁ ଦିଲ୍ଲୀରୁ ଡାକ୍ତରୀ ଟିମ ମଧ୍ୟ ଭୁବନେଶ୍ବର ଏମ୍ସରେ ପହଞ୍ଚିଛନ୍ତି ।

ଇଟିଭି ଭାରତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.