ETV Bharat / bharat

NewsClick row: ବିଦେଶୀ ପାଣ୍ଠି ମାମଲାରେ CBIର ଏଣ୍ଟ୍ରି, ମାମଲା ରୁଜୁ ସହ କାର୍ଯ୍ୟାଳୟରେ ଚଢାଉ

ବିଦେଶୀ ପାଣ୍ଠି ମାମଲାରେ ଗଣମାଧ୍ୟମ ସଂସ୍ଥା ‘ନ୍ୟୁଜକ୍ଲିକ’ ବିରୋଧରେ CBIର ମାମଲା ରୁଜୁ । କାର୍ଯ୍ୟାଳୟ ଓ ପ୍ରତିଷ୍ଠାତାଙ୍କ ବାସଭବନରେ ଚଢାଉ । ପୂର୍ବରୁ ଗିରଫ ହୋଇସାରିଛନ୍ତି ସଂସ୍ଥାର ମୁଖ୍ୟ ସମ୍ପାଦକ ଓ ଏଚଆର ମୁଖ୍ୟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 11, 2023, 8:46 PM IST

ବିଦେଶୀ ପାଣ୍ଠି ମାମଲାରେ CBIର ମାମଲା ରୁଜୁ, କାର୍ଯ୍ୟାଳୟରେ ଚଢାଉ

ନୂଆଦିଲ୍ଲୀ: ବୈଦେଶିକ ଅନୁଦାନ (ନିୟମାବଳୀ) ଅଧିନିୟମର ଉଲ୍ଲଘଂନ ଅଭିଯୋଗରେ ଗଣମାଧ୍ୟମ ସଂସ୍ଥା ‘ନ୍ୟୁଜକ୍ଲିକ୍’ ବିରୋଧରେ ମାମଲା ରୁଜୁ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) । ପୂର୍ବରୁ ଦିଲ୍ଲୀ ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଏବେ କେନ୍ଦ୍ରୀୟ ତଥା ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ମଧ୍ୟ ଏଣ୍ଟ୍ରି ମାରିଛି । 3 ତାରିଖରେ ସଂସ୍ଥାର ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟାସ୍ଥ ଓ ସଂସ୍ଥାର ମାନବ ସମ୍ବଳ ବିଭାଗର ମୁଖ୍ୟ (ଏଚଆର ହେଡ) ଅନୀଲ ଚକ୍ରବର୍ତ୍ତୀଙ୍କୁ ବିଦେଶୀ ପାଣ୍ଠି ଓ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ଗିରଫ କରିସାରିଛି । ଉଭୟ ଏବେ ରିମାଣ୍ଡରେ ଅଛନ୍ତି । ଆଜି କେନ୍ଦ୍ରୀୟ ସଂସ୍ଥା ସିବିଆଇ ମାମଲା ରୁଜୁ କରିବା ସହ ସଂସ୍ଥାର ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟ ସମେତ ପୁରକାୟାସ୍ତଙ୍କ ବାସଭବନରେ ଚଢାଉ କରିଛି ।

ଆଜି କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ପରେ ପୋର୍ଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଏକ୍ସରେ ଟ୍ବିଟ କରି ନ୍ୟୁଜକ୍ଲିକ କହିଛି ‘‘ସିବିଆଇ ବର୍ତ୍ତମାନ ନ୍ୟୁଜକ୍ଲିକ୍ କାର୍ଯ୍ୟାଳୟରେ ଏବଂ ସଂସ୍ଥାର ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟାସ୍ଥଙ୍କ ବାସଭବନରେ ସର୍ଚ୍ଚ ଅପରେସନ କରୁଛି । ଆମ ସଂସ୍ଥାକୁ ତଦନ୍ତ ପରିସରଭୁକ୍ତ କରିବାରେ ଏହା ହେଉଛି ପଞ୍ଚମ ତଦନ୍ତକାରୀ ଏଜେନ୍ସି । ଆମେ ତଦନ୍ତକାରୀ ଅଧିକାରୀଙ୍କ ଟିମ୍‌ ସହ ସହଯୋଗ କରୁଛୁ ।’’

ଏହି ନ୍ୟୁଜ ପୋର୍ଟାଲ ବୈଦେଶିକ ଅନୁଦାନ ନିୟମାବଳୀ (FCRA) ଉଲ୍ଲଘଂନ କରି ଚୀନଠାରୁ ବିଦେଶୀ ପାଣ୍ଠି ଗ୍ରହଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଅକ୍ଟୋବର 3 ତାରିଖରେ ପୋର୍ଟାଲ ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ଥଙ୍କୁ ବିଦେଶୀ ପାଣ୍ଠି ସଂଗ୍ରହ ଓ ଏଜେଣ୍ଡାଭିତ୍ତିକ ଭାବେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ଦର୍ଶାଇ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ୟୁନିଟ ଗିରଫ କରିସାରିଛି । ସେ ଓ ସଂସ୍ଥାର ଏଚଆର ହେଡ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।

ଏହାମଧ୍ୟ ପଢନ୍ତୁ: ବିଦେଶୀ ପାଣ୍ଠି ସଂଗ୍ରହ ମାମଲା; ନ୍ୟୁଜକ୍ଲିକ ସାମ୍ବାଦିକଙ୍କ ଘରେ ପୋଲିସର ରେଡ୍

ଏହି ପୋର୍ଟାଲ ବିରୋଧରେ ହୋଇଥିବା ଅଭିଯୋଗ ଓ ପରବର୍ତ୍ତୀ ତଦନ୍ତରେ ଦିଲ୍ଲୀ ପୋଲିସ ପ୍ରକାଶ କରିଛି ଯେ, ଚୀନର କମ୍ୟୁନିଷ୍ଟ ପାର୍ଟିର ପ୍ରୋପାଗେଣ୍ଡା ବ୍ୟାପାର ସଦସ୍ୟ ନେଭିଲ ରୟ ସିଙ୍ଗହମଙ୍କ ଦ୍ୱାରା ଏହି ଅର୍ଥ ଜାଲିଆତି ହୋଇଛି ।ଚୀନଠାରୁ ସଂସ୍ଥା ଅର୍ଥ ରାଶି ଗ୍ରହଣ କରିଛି । ଏଜେଣ୍ଡାଭିତ୍ତିକ ଭାବେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିଛି । ଅନ୍ୟପଟେ ‘ନ୍ୟୁଜକ୍ଲିକ୍’ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛି । ଯାହା ତଦନ୍ତ କରାଯାଉଛି, ସେଥିରେ ସହଯୋଗ କରାଯାଉଥିବା ମଧ୍ୟ ସଂସ୍ଥା କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.