ETV Bharat / bharat

Coal Scam Case: ପଶ୍ଚିମବଙ୍ଗ ଆଇନ ମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍ - ମଳୟ ଘଟକଙ୍କ ଘରେ ସିବିଆଇ ରେଡ୍

କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ଆଇନ ମନ୍ତ୍ରୀ ମଳୟ ଘଟକଙ୍କ ଘରେ ସିବିଆଇ ରେଡ୍ । ଅଧିକ ପଢନ୍ତୁ

Coal Scam Case: ପଶ୍ଚିମବଙ୍ଗ ଆଇନ ମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍

author img

By

Published : Sep 7, 2022, 10:07 AM IST

Updated : Sep 7, 2022, 1:14 PM IST

କୋଲକାତା: ସିବିଆଇ ସ୍କାନରରେ ଟିଏମସି ନେତା । କୋଇଲା ଦୁର୍ନୀତି ମାମଲାରେ ବରିଷ୍ଠ ଟିଏମସି ନେତା ତଥା ପଶ୍ଚିମବଙ୍ଗ ଆଇନ ମନ୍ତ୍ରୀ ମଳୟ ଘଟକଙ୍କ ଘରେ ସିବିଆଇ ରେଡ୍(CBI raids Bengal law minister Moloy Ghatak) । ଆଜି ସକାଳେ ସିବିଆଇର ସ୍ବତନ୍ତ୍ର ଟିମ୍ ଆଇନ ମନ୍ତ୍ରୀଙ୍କ ଆସନସୋଲ ସ୍ଥିତ ବାସଭବନ ସମେତ ୬ଟି ଠିକଣାରେ ଚଢାଉ କରିଛି । କୋଲକାତାର ୫ଟି ସ୍ଥାନରେ ଏବଂ ଆସନସୋଲର ଗୋଟିଏ ସ୍ଥାନରେ ରେଡ୍ କରାଯାଇ ଥିବା ସୂଚନା ମିଳିଛି । ପୂର୍ବରୁ ଏହି ମାମଲାରେ ଇଡି ମନ୍ତ୍ରୀ ମଳୟ ଘାଟକଙ୍କୁ ପଚରାଉଚରା କରିଥିଲା ।

ସୂଚନା ମୁତାବକ, ସିବିଆଇର ଏକ ସ୍ବତନ୍ତ୍ର ଟିମ୍ ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଆସନସୋଲ ସ୍ଥିତ ଆପକାର ଗାର୍ଡେନ(Apkar Garden) ନିକଟ ନୂଆ ଘର ଏବଂ ଅଫିସରେ ଛାପା ମାରିଛି । ଅନ୍ୟପଟେ ଆଉ ଏକ ଟିମ୍ ମନ୍ତ୍ରୀଙ୍କ କୋଲକାତା ସ୍ଥିତ ବାସଭବନରେ ଚଢାଉ କରିଛି । ଏହାବ୍ୟତୀତ ନିର୍ବାଚନ ସମୟରେ ଟିଏମସି ନେତ୍ରୀ ତଥା ଅଭିନେତ୍ରୀ ସାୟୋନି ଘୋଷଙ୍କ ପାଇଁ ନିଆଯାଇଥିବା ବାସଭବନରେ ମଧ୍ୟ ଚଢାଉ ହୋଇଛି । କେନ୍ଦ୍ରୀୟ ତଦନ୍ତ ଏଜେନ୍ସି(CBI) ଏକାଧିକ୍ ଟିମ୍‌ରେ ବିଭକ୍ତ ହୋଇ ଭିନ୍ନ ଭିନ୍ନ ସ୍ଥାନରେ ଛାନଭିନ୍ କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ: ଦିଲ୍ଲୀରୁ ୧୨୦୦ କୋଟିର ଡ୍ରଗ୍ସ ଜବତ, ଦୁଇ ଆଫଗାନିସ୍ତାନ ନାଗରିକ ଗିରଫ

ଗୋରୁ ଚୋରା ଚାଲାଣ (cattle smuggling case) ଅଭିଯୋଗରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ ଟିଏମସି ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅନୁବ୍ରତ ମଣ୍ଡଳ ଆଜି ଆସନସୋଲ କୋର୍ଟରେ ହାଜର ହେବାକୁ ଥିବାବେଳେ ମନ୍ତ୍ରୀ ମଳୟ ଘଟକଙ୍କ ଘରେ ପଶିଛି ସିବିଆଇ । ଯାହା ସୂଚନା ମିଳିଛି, ସିବିଆଇ ରେଡ୍ ସମୟରେ ମନ୍ତ୍ରୀ ଘରେ ନଥିଲେ । କେନ୍ଦ୍ରୀୟ ସୁରକ୍ଷା ବାହିନୀର କର୍ମଚାରୀମାନେ ମନ୍ତ୍ରୀଙ୍କ ଘରକୁ ଚାରିପଟୁ ଘେରି ରହିଛନ୍ତି । ତେବେ ସିବିଆଇ ରେଡ୍ ଖବର ଶୁଣିବା ପରେ ଟିଏମସି ନେତାଙ୍କ ସମର୍ଥକମାନେ ତାଙ୍କ ଘର ନିକଟରେ ଭିଡ ଲଗାଇଛନ୍ତି ।

ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତି ଘଟଣାରେ ଉଭୟ ସିବିଆଇ ଓ ଇଡି ମିଳିତ ଭାବେ ତଦନ୍ତ କରୁଛନ୍ତି । ଏହି ବହୁଚର୍ଚ୍ଚିତ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ମଧ୍ୟ ତଦନ୍ତ ପରିସରରେ ରହିଛନ୍ତି । ବାନାର୍ଜୀ ଦମ୍ପତିଙ୍କୁ ଏକାଧିକ ଥର ଜେରା ମଧ୍ୟ କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Last Updated : Sep 7, 2022, 1:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.