ETV Bharat / bharat

ଫ୍ଲୋର ଟେଷ୍ଟ ପୂର୍ବରୁ RJD ନେତାଙ୍କ ଘରେ ପଶିଲା ସିବିଆଇ

author img

By

Published : Aug 24, 2022, 10:44 AM IST

Updated : Aug 24, 2022, 11:27 AM IST

ଆରଜେଡି ନେତା ସୁନୀଲ ସିଂହ, ଅଶଫକ କରିମ ଏବଂ ଫୈୟାଜ ଅହମ୍ମଦଙ୍କ ଘରେ ସିବିଆଇ ରେଡ୍ । ଆଜି ଦିଲ୍ଲୀ, ପାଟନା, ଗୋପାଳଗଞ୍ଜ ସମେତ ୧୬ଟି ସ୍ଥାନରେ ରେଡ୍ ଜାରି । ଅଧିକ ପଢନ୍ତୁ

RJD ଏମଏଲସିଙ୍କ ଘରେ ସିବିଆଇ ରେଡ୍
RJD ଏମଏଲସିଙ୍କ ଘରେ ସିବିଆଇ ରେଡ୍

ନୂଆଦିଲ୍ଲୀ: ସିବିଆଇ ସ୍କାନରରେ ଆରଜେଡି ନେତା । ଆଜି ବିହାରରେ ନୀତିଶ-ତେଜସ୍ବୀ ମହାମେଣ୍ଟ ବହୁମତ ସାବ୍ୟସ୍ତ କରିବାକୁ ଥିବାବେଳେ ଏହା ପୂର୍ବରୁ ଆରଜେଡି ନେତାଙ୍କ ଘରେ ପଶିଛି ସିବିଆଇ । ପୂର୍ବତନ ରେଳମନ୍ତ୍ରୀ ଲାଲୁ ଯାଦବଙ୍କ ସହ ଜଡିତ 'ଜମି ବଦଳରେ ଚାକିରି ଦୁର୍ନୀତି'(land-for-job scam) ମାମଲାରେ ରାଷ୍ଟ୍ରୀୟ ଜନତା ଦଳ(RJD)ର ଏମଏଲସି ସୁନୀଲ ସିଂହ, RJD ନେତା ଅଶଫକ କରିମ(Ashfaque Karim) ଏବଂ ଫୈୟାଜ ଅହମ୍ମଦଙ୍କ(Faiyaz Ahmad ) ବାସଭବନରେ ରେଡ୍ ହୋଇଛି । କେନ୍ଦ୍ରୀୟ ଏଜେନ୍ସି ଆଜି(ବୁଧବାର) ପାଟନା, ଦିଲ୍ଲୀ, ଗୋପାଳଗଞ୍ଜ ସମେତ ୧୬ଟି ସ୍ଥାନରେ ଚଢାଉ କରୁଥିବା ସୂଚନା ମିିଳିଛି । କହିରଖୁଛି କି, ବିହାର ବିଧାନ ପରିଷଦ ସଦସ୍ୟ ସୁନୀଲ RJD ସୁପ୍ରିମ ଲାଲୁ ପ୍ରସାଦ ଯାଦବଙ୍କ ଅତ୍ୟନ୍ତ ଘନିଷ୍ଠ ଅଟନ୍ତି । ବର୍ତ୍ତମାନ ସିବିଆଇ ଟିମ୍ ତାଙ୍କ ବାସଭବନରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛି ।

  • Bihar | CBI raid underway at the residence of former RJD MLC Subodh Roy in Patna.

    Raids are underway at the residences of RJD leaders Sunil Singh, Ashfaque Karim and Faiyaz Ahmad as well in connection with the alleged land-for-job scam. pic.twitter.com/fHOqOvWAdM

    — ANI (@ANI) August 24, 2022 " class="align-text-top noRightClick twitterSection" data=" ">

Bihar | CBI raid underway at the residence of former RJD MLC Subodh Roy in Patna.

Raids are underway at the residences of RJD leaders Sunil Singh, Ashfaque Karim and Faiyaz Ahmad as well in connection with the alleged land-for-job scam. pic.twitter.com/fHOqOvWAdM

— ANI (@ANI) August 24, 2022

ଲାଲୁ ପ୍ରସାଦ ରେଳମନ୍ତ୍ରୀ ଥିବା ସମୟରେ ଏହି ଦୁର୍ନୀତି ହୋଇଥିଲା । ଏହି ଘଟଣାର ତଦନ୍ତରୁ ସିବିଆଇ ଜାଣିବାକୁ ପାଇଥିଲା ଯେ, ରେଲୱେ ଚାକିରି ଆଶାୟୀ ଲାଲୁଙ୍କ ପତ୍ନୀ ରାବଡି ଦେବୀ ଏବଂ ଝିଅ ହେମା ଯାଦବଙ୍କୁ ଉପହାର ରୂପେ ଜମି ଦେଇଥିଲେ । ପରେ ସେହି ଆଶାୟୀଙ୍କୁ ନିଯୁକ୍ତି ମିଳିଥିଲା । ୨୦୦୪ରୁ ୨୦୦୯ ମଧ୍ୟରେ ରେଲୱେର ବିଭିନ୍ନ ଜୋନରେ ଗ୍ରୁପ ଡି ପୋଷ୍ଟରେ ନିଯୁକ୍ତି ବଦଳରେ ଲାଲୁଙ୍କ ପରିବାର ସଦସ୍ୟଙ୍କ ନାମରେ ଏକାଧିକ ଜମି ହସ୍ତାନ୍ତର ହୋଇଥିଲା । ଏହିସବୁ ନିଯୁକ୍ତି ପାଇଁ କୌଣସି ବିଜ୍ଞାପନ କିମ୍ବା ନୋଟିସ୍ ଜାରି ହୋଇନଥିବା କେନ୍ଦ୍ରୀୟ ଏଜେନ୍ସି ସୂଚନା ଦେଇଛି ।

ଏହି ଘଟଣାରେ ପ୍ରଥମେ ରେଳୱେ କର୍ମଚାରୀ ହରିଦୟାନନ୍ଦ ଚୌଧୁରୀ ଏବଂ ଲାଲୁଙ୍କ ଓଏସଡି( officer on Special Duty) ଭୋଳ ଯାଦବ ଗିରଫ ହୋଇଥିଲେ । ପରେ ସିବିଆଇ ଲାଲୁଙ୍କୁ ଗିରଫ କରିଥିଲା । ୨୦୦୪ରୁ ୨୦୦୯ ମସିହା ମଧ୍ୟରେ ଭୋଳ ଯାଦବ ଲାଲୁ ପ୍ରସାଦଙ୍କ ଓଏସଡି ଥିଲେ । ଏହି ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ସିବିଆଇ ଲାଲୁ, ତାଙ୍କ ପତ୍ନୀ ରାବଡି ଦେବୀ ଏବଂ ଦୁଇ ଝିଅଙ୍କ ସମେତ ୧୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା ।

ଉଲ୍ଲେଖଯୋଗ୍ୟ, ନୀତିଶ କୁମାର ବିଜେପିରୁ ସମ୍ପର୍କ ତୁଟାଇ ଆରଜେଡି ସହ ସରକାର ଗଠନ କରିଛନ୍ତି । ଆଜି ସେ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ । ତେବେ ଏଥିରେ ସେ ସହଜରେ ପାସ୍ କରିବେ ବୋଲି କୁହାଯାଉଛି ।

Last Updated : Aug 24, 2022, 11:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.