ETV Bharat / bharat

Narendra Giri Death Case: ଶିଷ୍ୟ ଆନନ୍ଦ ଗିରିଙ୍କ ସମେତ ଦୁଇଜଣଙ୍କ ନାମରେ CBI ଚାର୍ଜସିଟ - ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣା

ପ୍ରୟାଗରାଜର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାର ଚାର୍ଜସିଟ ଦାଖଲ କରିଛି ସିବିଆଇ । ଆତ୍ମହତ୍ୟା ପାଇଁ ବାଧ୍ୟ ଓ ଅପରାଧ ଷଡଯନ୍ତ୍ର ପାଇଁ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରି, ଆଦ୍ୟା ପ୍ରସାଦ ତିୱାରୀ ଓ ତାଙ୍କ ପୁଅ ସନ୍ଦୀପ ତିୱାରୀଙ୍କ ନାମରେ ଚାର୍ଜସିଟ । ଅଧିକ ପଢନ୍ତୁ

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା
ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା
author img

By

Published : Nov 21, 2021, 8:52 AM IST

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ଚାର୍ଜସିଟ ଦାଖଲ କରିଛି ସିବିଆଇ । ପ୍ରୟାଗରାଜର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏହି ଚାର୍ଜସିଟ ଦାଖଲ ହୋଇଛି । ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ମାନି ନେଇଛି ସିବିଆଇ । ଆତ୍ମହତ୍ୟା ପାଇଁ ବାଧ୍ୟ ଓ ଅପରାଧ ଷଡଯନ୍ତ୍ର ପାଇଁ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରି, ଆଦ୍ୟା ପ୍ରସାଦ ତିୱାରୀ ଓ ତାଙ୍କ ପୁଅ ସନ୍ଦୀପ ତିୱାରୀଙ୍କ ନାମରେ ଚାର୍ଜସିଟ ଦାଖଲ କରିଛି ସିବିଆଇ ।

ଚାର୍ଜସିଟକୁ ଗ୍ରହଣ କରିବା ସହିତ ଆସନ୍ତା ନଭେମ୍ବର ୨୫ତାରିଖରୁ ଶୁଣାଣି କରିବାରୁ ଦିନ ସ୍ଥିର କରିଛନ୍ତି । ଏହା ସହିତ ୩ ଅଭିଯୁକ୍ତଙ୍କୁ ୨୫ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତିକ କୋର୍ଟ । ଭିଡିଓ କନଫରେନ୍ସି ଜରିଆରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଆନନ୍ଦ ଗିରିଙ୍କ ପକ୍ଷ ନେଇଥିଲେ କୋର୍ଟ । ମାମଲାରେ ୨୨ ସେପ୍ଟେମ୍ବରରୁ ତିନିଜଣ ଅଭିଯୁକ୍ତ ନୋନି ସେଣ୍ଟ୍ରାଲ ଜେଲରେ ଅଛନ୍ତି ।

ପ୍ରକାଶ ଥାଉ କି, ଆହ୍ଲବାଦର ବାଘମ୍ବରୀ ମଠରେ ଗତ ସେପ୍ଟେମ୍ବର ୨୦ ତାରିଖରେ ନରେନ୍ଦ୍ର ଗିରିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ମଧ୍ୟାହ୍ନ ଭୋଜନ ପରେ ନରେନ୍ଦ୍ର ଗିରି ତାଙ୍କ କୋଠୋରୀକୁ ଯାଇଥିଲେ । ସନ୍ଧ୍ୟାରେ ଶିଷ୍ୟମାନେ କବାଟ ବାଡେଇବା ପରେ ଭିତରୁ କିଛି ଉତ୍ତର ଆସିନଥିଲା । କବାଟ ଭାଙ୍ଗି ଘରେ ପଶିବାରୁ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ପୋଲିସ ଆନନ୍ଦ ଗିରି, ଆଦ୍ୟା ପ୍ରସାଦ ତିୱାରୀ ଓ ସନ୍ଦୀପ ତିୱାରୀଙ୍କୁ ଗିରଫ କରିଥିଲା । ମାମଲାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ସରକାର ସିବିଆଇକୁ ଦାୟିତ୍ବ ହସ୍ତାନ୍ତର କରିଥିଲେ ।

ପ୍ରକାଶ ଥାଉ କି, ମହନ୍ତ ନରେନ୍ଦ୍ର ଗିରି ବାଲେଶ୍ବର ଜିଲ୍ଲା ଭୋଗରାଇର ମୁଳ ବାସିନ୍ଦା । ଦୀର୍ଘ ବର୍ଷ ହେବ ସେ ଆହ୍ଲାବାଦରେ ରହି ଆସୁଥିଲେ ।

ବ୍ୟୁରୋ ରିପୋର୍ଟ,ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.