ETV Bharat / bharat

ଥର୍ମାଲ ପ୍ଲାଣ୍ଟ ନାଁରେ ୯୪୭.୭୧ କୋଟି ଋଣ ଠକେଇ, ୧୬ ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ - ଲୋନ ଠକେଇ ମାମଲାରେ ସିବିଆଇର ଚାର୍ଜସିଟ୍

୯୪୭.୭୧ କୋଟି ଋଣ ଠକେଇ ମାମଲାରେ ୧୬ ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କଲା CBI । ଅଧିକ ପଢନ୍ତୁ

୯୪୭.୭୧ କୋଟି ଋଣ ଠକେଇ ମାମଲାରେ ୧୬ ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ

author img

By

Published : Jan 1, 2022, 5:04 PM IST

ନୂଆଦିଲ୍ଲୀ: ୯୪୭.୭୧ କୋଟି ଋଣ ଠକେଇ ମାମଲାରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ( Central Bureau of Investigation ) । ମାମଲାରେ ସମ୍ପୃକ୍ତ ଥିବା ୧୬ ଜଣଙ୍କ ବିରୁଦ୍ଧରେ CBI ଚାର୍ଜସିଟ୍ ଦାଖଲ କରିଛି । ଏହି ବ୍ୟକ୍ତିମାନେ ତାମିଲନାଡୁ ଠାରେ ଥର୍ମାଲ ପ୍ଲାଣ୍ଟ ଖୋଲିବା ଆଳରେ ଭିନ୍ନ ଭିନ୍ନ ଆର୍ଥିକ ଅନୁଷ୍ଠାନରୁ ୯୪୭.୭୧ କୋଟି ଟଙ୍କା ଲୋନ୍ ନେଇଥିଲେ । ସିବିଆଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଜାତୀୟ ରାଜଧାନୀ ଦିଲ୍ଲୀସ୍ଥିତ Rouse Avenue କୋର୍ଟରେ ଚାର୍ଜସିଟ୍ ଫାଇଲ ହୋଇଛି । ଋଣ ଠକେଇ ମାମଲାରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ସିବିଆଇ ୨୦୧୯ରେ ଏକ ମାମଲା ରୁଜୁ କରିଥିଲା । ବର୍ତ୍ତମାନ ଦିଲ୍ଲୀ ପୋଲିସର ଅର୍ଥନୈତିକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(EOW) ଏହି ମାମଲାରେ ଛାନଭିନ୍ କରୁଛି ।

ବର୍ତ୍ତମାନ ସୁଦ୍ଧା ଏହି ଠକେଇ ମାମଲାରେ EOW ହାଇଦ୍ରାବାଦର ଏକ ଘରୋଇ ଫାର୍ମ ଏବଂ ଏହାର ନିର୍ଦ୍ଦେଶକ ସମେତ ୫ ଜଣଙ୍କୁ ଗିରଫ କରିଛି । ସିବିଆଇ ତଦନ୍ତରୁ ଜଣାପଡିଛି ଯେ, ଋଣକର୍ତ୍ତା କମ୍ପାନୀ ତାହାର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକଙ୍କ ଜରିଆରେ ପାୱାର ଫାଇନାନ୍ସ କର୍ପୋରେସନ ଲିମିଟେଡ(Power Finance Corporation Limited), ରୁରାଲ ଇଲେକ୍ଟ୍ରିଫିକେସନ କର୍ପୋରେସନ ଲିମିଟେଡ(Rural Electrification Corporation Limited ) ଏବଂ ଇଣ୍ଡିଆ ଇନଫ୍ରାଷ୍ଟକ୍ଚର ଫାଇନାନ୍ସ କମ୍ପାନୀ ଲିମିଟେଡ(India Infrastructure Finance Company Limited) ନେତୃତ୍ବାଧୀନ ଏକ ଆର୍ଥିକ ଅନୁଷ୍ଠାନ ଠାରୁ ଥର୍ମାଲ ପ୍ଲାଣ୍ଟ ନାଁରେ ୯୪୭.୭୧ ଟଙ୍କାର ଋଣ ଠକେଇ କରିଥିଲେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.