ETV Bharat / bharat

Land For Job Scam: ଲାଲୁ, ରାବ୍ରୀ ଦେବୀ ଓ ତେଜସ୍ବୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ

author img

By

Published : Jul 4, 2023, 9:17 AM IST

ଜମି ବଦଳରେ ଚାକିରି ମାମଲାରେ ଆରଜେଡି ମୁଖ୍ୟ ଲାଲୁ ଯାଦବ, ରାବ୍ରୀ ଦେବୀ ଓ ତେଜସ୍ବୀ ଯାଦବଙ୍କ ବିରୋଧରେ ଚାର୍ଜସିଟ ଦାଖଲ । ଅଧିକ ପଢନ୍ତୁ

Land For Job Scam
Land For Job Scam

ନୂଆଦିଲ୍ଲୀ: ଜମି ବଦଳରେ ଚାକିରି ମାମଲାରେ ଲାଲୁ ଯାଦବଙ୍କ ପରିବାର ପାଇଁ ବଢିଲା ଅଡୁଆ । ଏହି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ସୋମବାର ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଚାର୍ଜସିଟରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ, ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ଲାଲୁଙ୍କ ପତ୍ନୀ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀଙ୍କ ସମେତ ଅନ୍ୟ କେତେଜଣଙ୍କ ନାମ ରହିଛି । ଆସନ୍ତା ୧୨ରେ କୋର୍ଟରେ ମାମଲାର ଶୁଣାଣି ହେବ ।

ଏହାପୂର୍ବରୁ ଜୁନ ୮ଟାରେ ଏହି ମାମଲାର ଶୁଣାଣି ବେଳେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(CBI) ଚାର୍ଜସିଟ୍ ଦାଖଲ କରିବା ପାଇଁ କୋର୍ଟଙ୍କୁ ସମୟ ମାଗିଥିଲା । ତେବେ ସମୟର ୯ ଦିନ ପୂର୍ବରୁ ଚାର୍ଜସିଟ୍ ଦାଖଲ ହୋଇଛି । ରାଉଜ ଆଭିନ୍ୟୁ କୋର୍ଟରେ ସିବିଆଇ କହିଥିଲା ଯେ, ବର୍ତ୍ତମାନ ଜମି ଦୁର୍ନୀତି ମାମଲାରେ ତଦନ୍ତ ଜାରି ରହିଛି । ଏହାସହିତ ଚାର୍ଜସିଟରେ କିଛି ନୂଆ ତଥ୍ୟ ସାମିଲ କରାଯିବାର ଅଛି । ସେଥିପାଇଁ ଆଉ କିଛି ସମୟ ଆବଶ୍ୟକ । ଫଳରେ ପୂର୍ବ ଶୁଣାଣି ସମୟରେ କୋର୍ଟ ମାମଲାର ଅଗ୍ରଗତି ପାଇଁ ତଦନ୍ତ ବ୍ୟୁରୋକୁ ନିର୍ଦ୍ଦେଶ ଦେବା ସହ ଶୁଣାଣି ସ୍ଥଗିତ ରଖିଥିଲେ ।

ଜାମିନରେ ଅଛନ୍ତି, ଲାଲୁ, ରାବ୍ରୀ ଦେବୀ ଓ ମିସା: ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ଯାଦବ, ରାବ୍ରୀ ଦେବୀ ଓ ଝିଅ ମିସା ଭାରତୀଙ୍କୁ କୋର୍ଟ ୧୫ ମାର୍ଚ୍ଚରେ ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଥିଲେ । ଏହାପୂର୍ବରୁ ସିବିଆଇ ଟିମ୍ ଲାଲୁ ଯାଦବଙ୍କ ପାଟନା ବାସଭବନରେ ରାବ୍ରୀ ଦେବୀଙ୍କୁ ପଚରାଉଚରା କରିଥିଲା । ପରେ ୧୦ ମାର୍ଚ୍ଚରେ ଲାଲୁ ଯାଦବଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ବିଜ୍ଞାପନରେ ମାତ୍ରାଧିକ ଖର୍ଚ୍ଚ କରୁଛି ଦିଲ୍ଲୀ ସରକାର ! 3 ବର୍ଷର ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

ED ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ୨୪ଟି ଠିକଣାରେ ଛାପା ମାରିଥିଲା । ଚଢାଉ ବେଳେ ୧ କୋଟି ଟଙ୍କା ନଗଦ, ଦେଢ କେଜିରୁ ଅଧିକ ସୁନା ଗହଣା, ୫୪୦ ଗ୍ରାମ ସୁନା, ଆମେରିକୀୟ ଡଲାର ସମେତ ଅନେକ ଜିନିଷ ଜବତ କରିଥିଲା । ଏହାପରେ ମାର୍ଚ୍ଚ ୨୯ରେ ଲାଲୁ, ରାବ୍ରୀ ଦେବୀ ଓ ମିସା ଭାରତୀ ଶୁଣାଣି ପାଇଁ ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହୋଇଥିଲେ । ପ୍ରକାଶଥାଉ କି, ୨୦୦୪ରୁ ୨୦୦୯ ମସିହା ଯାଏଁ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିଲେ । ସିବିଆଇର ଅଭିଯୋଗ ଅନୁସାରେ, ସେ ଚାକିରି ପାଇଁ ଲାଞ୍ଚ ଆକାରରେ ଆଶାୟୀଙ୍କଠାରୁ ଜମି ନେଇଥିଲେ । ରାବ୍ରୀ ଦେବୀ ଓ ତାଙ୍କ ଝିଅ ମାସା ଭାରତୀଙ୍କ ନାମରେ ଜମି ନିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.