ETV Bharat / bharat

Bengal Teacher Recruitment Scam: TMC ବିଧାୟକ ଜୀବନ କ୍ରିଷ୍ଣା ଶାହାଙ୍କୁ ବାନ୍ଧିଲା ସିବିଆଇ - ଜୀବନ କ୍ରିଷ୍ଣା ଶାହାଙ୍କୁ ବାନ୍ଧିଲା ସିବିଆଇ

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲାରେ ଟିଏମସି ବିଧାୟକ ଜୀବନ କ୍ରିଷ୍ଣା ଶାହାଙ୍କୁ ବାନ୍ଧିଲା ସିବିଆଇ । ଅଧିକ ପଢନ୍ତୁ

CBI Arrests TMC MLA
CBI Arrests TMC MLA
author img

By

Published : Apr 17, 2023, 10:30 AM IST

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲାରେ କାର୍ଯ୍ୟାନୁଷ୍ଠାନ । ୬୫ ଘଣ୍ଟାର ପଚରାଉଚରା ପରେ ଆଜି ସକାଳୁ ଟିଏମସି ବିଧାୟକ ଜୀବନ କ୍ରିଷ୍ଣା ଶାହାଙ୍କୁ ମୁର୍ସିଦାବାଦରୁ ବାନ୍ଧିଲା ସିବିଆଇ । ତେବେ ବିଧାୟକଙ୍କୁ ମୁର୍ସିଦାବାଦରୁ ଗିରଫ କରାଯାଇଥିବା ବେଳେ ତାଙ୍କୁ ନେଇ ପୋଲିସ କୋଲକାତା ଫେରୁଥିବା ନେଇ ସୂଚନା ରହିଛି । ଗତ ଏପ୍ରିଲ ୧୪ ତାରିଖ ପର ଠାରୁ ବିଧାୟକଙ୍କୁ ପୋଲିସ ମାରାଥନ ଜେରା କରୁଥିବା ବେଳେ ଆଜି ଗିରଫ କରିଛି ।

  • Central Bureau of Investigation (CBI) arrests Trinamool Congress (TMC) MLA Jiban Krishna Saha in the West Bengal teachers' recruitment scam case: Sources

    — ANI (@ANI) April 17, 2023 " class="align-text-top noRightClick twitterSection" data=" ">

ଏନେଇ ସିବିଆଇ ଅଧିକାରୀ କହିଛନ୍ତି,"ଶିକ୍ଷକ ନିଯୁକ୍ତି ମାମାଲାରେ ବୁରବାନ ବିଧାୟକ ଜୀବନ କ୍ରିଷ୍ଣା ଶାହାଙ୍କୁ ପଚରାଉଚରା ପାଇଁ ତାଙ୍କ ବାସଭବନକୁ ଆମ ଟିମ ଯିବା ସମୟରେ ସେ ତାଙ୍କ ଫୋନକୁ ପୋଖରୀକୁ ଫିଙ୍ଗି ଦେଇଥିଲେ । ସିବିଆଇ ପୋଖରୀକୁ ମୋବାଇଲ ଜବତ କରିଥିବା ବେଳେ ଦ୍ବିତୀୟ ଫୋନକୁ ଖୋଜିବା ପାଇଁ ସନ୍ଧାନ ଚାଲିଛି ।"

ସୂଚନାଅନୁସାରେ, ଶୁକ୍ରବାର ମୁର୍ସିଦାବାଦର ବୁରବାନରେ ଥିବା ଟିଏମସି ବିଧାୟକଙ୍କ ବାସଭବନକୁ ଯାଇଥିଲା ସିବିଆଇ ଟିମ । ଏହି ଦୁର୍ନୀତି ମାମଲାରେ ପଚରାଉଚରା କରିବା ସହ ଅନେକ କାଗଜପତ୍ର ମଧ୍ୟ ଜବତ କରିଥିଲା । ତେବେ ବିଧାୟକ ଜୀବନ କ୍ରିଷ୍ଣା ଶାହା ସିବିଆଇ ଟିମକୁ ବାହାନା କରି ଘରୁ ବାହାରି ଆସି ଦୁଇଟି ଫୋନକୁ ପୋଖରୀକୁ ଫିଙ୍ଗି ଦେଇଥିଲେ । ଫଳରେ ସିବିଆଇ ପୋଖରୀରୁ ପାଣି ସୁଖାଇ ଗୋଟିଏ ମୋବାଇଲକୁ ଜବତ କରିଥିବା ବେଳେ ଅନ୍ୟଟି ମିଳିପାରି ନାହିଁ । ଅନ୍ୟ ଏକ ଫୋନକୁ ମଧ୍ୟ ଶୀଘ୍ର ଜବତ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: Meet World's Tallest Woman: ହାତରେ ୫ଟି ବିଶ୍ବ ରେକର୍ଡ, ତଥାପି ଜୀବନ ସହ କରୁଛନ୍ତି ସଂଘର୍ଷ

ଏହା ମଧ୍ୟ ପଢନ୍ତୁ: Bathinda Military Station firing: ଜଣେ ଯବାନ ଗିରଫ, ଗୁଳିକାଣ୍ଡରେ ଯାଇଥିଲା 4 ଯବାନଙ୍କ ଜୀବନ

ଶୁକ୍ରବାର ଦିନ ସିବିଆଇ ଶିକ୍ଷକ ନିଯୁକ୍ତି ସ୍କାମରେ ଟିଏମସି ବିଧାୟକଙ୍କ ବାସଭବନରେ ଚଢାଉ କରିଥିଲା । ଏହାସହ ପଶ୍ଚିମବଙ୍ଗ, ମୁର୍ସିଦାବାଦ ଏବଂ କୋଲକାତାର ୬ଟି ସ୍ଥାନରେ ସିବିଆଇ ତନାଘନା କରିଥିଲା । ଏହି ଘଟଣାକୁ ନେଇ ସିବିଆଇ ପକ୍ଷରୁ କୁହାଯାଇଛିଯେ, "ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲେ ଟିଏମସି ବିଧାୟକ ଜୀବନ କ୍ରିଷ୍ଣା ଶାହା । ନବମ ଏବଂ ଦଶମ ଶ୍ରେଣୀ ପାଇଁ ଶିକ୍ଷକ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଠାରୁ ଟଙ୍କା ଆଣୁଥିଲେ ।" ତେବେ କହିରଖୁଛି କି, ମମତା ବାନାର୍ଜୀଙ୍କ ଦଳର ନେତା ଗିରଫ ଘଟଣାରେ ଜୀବନ କ୍ରିଷ୍ଣା ଶାହା ତୃତୀୟ । ଏହା ପୂର୍ବରୁ ଶାହା ମାଣିକ ଭଟ୍ଟଚାର୍ଯ୍ୟ ଏବଂ ପାର୍ଥ ଟାଚାର୍ଜୀଙ୍କୁ ବାନ୍ଧିଥିଲା ସିବିଆଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.