ଚେନ୍ନାଇ: ମଙ୍ଗଳବାର ରେଡ୍ ଆଉ ରାତି ପାହୁ ପାହୁ ଆକ୍ସନ ମୁଡରେ ସିବିଆଇ । କଂଗ୍ରେସ ନେତା କାର୍ତ୍ତି ପି ଚିଦାମ୍ବରମଙ୍କ ଘନିଷ୍ଠ ସହଯୋଗୀ ଏସ ଭାସ୍କର ରମଣଙ୍କୁ ଗିରଫ କରିଛି ସିବିଆଇ । ଭିସା ଦୁର୍ନୀତି ମାମଲାରେ ଗତକାଲି (ମଙ୍ଗଳବାର) ଏସ ଭାସ୍କର ରମଣଙ୍କୁ ଜେରା କରିଥିଲା ସିବିଆଇ। ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।
ଗତକାଲି କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ଙ୍କ ଘରେ ସିବିଆଇ ରେଡ୍ କରିଥିଲା । ତାଙ୍କ ବାସଭବନ ଓ ଅଫିସ ସମେତ ୯ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଥିଲା । ଦିଲ୍ଲୀ, ତାମିଲନାଡୁ ଓ ମୁମ୍ବାଇ ସମେତ ୯ଟି ସ୍ଥାନରେ ଚଢ଼ାଉ ହେଇଥିଲା । ଓଡ଼ିଶାର ଝାରସୁଗୁଡ଼ାର ଗୋଟିଏ ସ୍ଥାନରେ ଚଢ଼ାଉ ହୋଇଥିଲା ।
ଏହା ବି ପଢନ୍ତୁ... କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମଙ୍କ ଘରେ CBI ରେଡ୍
୨୦୧୦ରୁ ୨୦୧୪ ମଧ୍ୟରେ ପଞ୍ଜାବରେ ଗୋଟିଏ ଶକ୍ତି ପ୍ରକଳ୍ପ କାର୍ଯ୍ୟ କରିବା ଲାଗି ଆସିବାକୁ ଥିବା ୨୫୦ ଚୀନ୍ ନାଗରିକଙ୍କ ପାଇଁ ଭିସା କରାଇଦେବାକୁ କାର୍ତ୍ତି ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଏହା ପରେ ସେ ସିବିଆଇ ସ୍କାନରରେ ରହିଥିଲେ । ଏହାପୂର୍ବରୁ ଆଇଏନ୍ଏକ୍ସ ମିଡିଆ ମାମଲାରେ ଛନ୍ଦି ହୋଇ ଜେଲ୍ ଯାଇଥିଲେ ଚିଦାମ୍ବରମ ବାପ ପୁଅ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ