ETV Bharat / bharat

Post Poll Violence In West Bengal: ୭ ଜଣଙ୍କୁ ବାନ୍ଧିଲା CBI

author img

By

Published : Jan 29, 2022, 7:39 AM IST

ପଶ୍ଚିମବଙ୍ଗ ନିର୍ବାଚନ ପରେ ରାଜନୈତିକ ହିଂସା ଓ ବିଜେପି କର୍ମୀ ମାଣିକ ମୋଇତ୍ରାଙ୍କ ମୃତ୍ୟୁ ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା: ବିଜେପି କର୍ମୀଙ୍କ ମୃତ୍ୟୁ ମାମଲାରେ ୭ ଜଣ ଗିରଫ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପରେ ରାଜନୈତିକ ହିଂସା ଓ ବିଜେପି କର୍ମୀ ମାଣିକ ମୋଇତ୍ରାଙ୍କ ମୃତ୍ୟୁ ଘଟଣାରେ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) । ସୂଚନା ଅନୁଯାୟୀ, ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ କୁଚ୍ ବେହର ଜିଲ୍ଲାର ଗୋଟିଏ ଗ୍ରାମର ବାସିନ୍ଦା । ଏମାନଙ୍କୁ ଫେବୃଆରୀ ୧୧ ପର୍ଯ୍ୟନ୍ତ କୁଚବିହାରର ଏକ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ଗତବର୍ଷ ଅଗଷ୍ଟରେ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ମାମଲା ରୁଜୁ କରିବା ସହ ତଦନ୍ତ ଭାର ହାତକୁ ନେଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ବିଜେପି(BJP) କର୍ମୀ ମାଣିକ ମୋଇତ୍ରାଙ୍କୁ କିଛି ବ୍ୟକ୍ତି ଲୁହା ରଡରେ ଆକ୍ରମଣ କରିଥିଲେ । ପରେ ମିତ୍ରାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତ ବର୍ଷ ମେ ୩ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା ପରେ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଉପରେ ରାଷ୍ଟ୍ରୀୟ ମାନବାଧିକାର କମିଶନଙ୍କ(NHRC) ରିପୋର୍ଟ ଆଧାରରେ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ତଦନ୍ତର ଏକ ମାସ ପରେ ସିବିଆଇ ୬ ଜଣ ଅଭିଯୁକ୍ତ ତାହିଦୁଲ ମିଆ, ହରିଦାସ ବର୍ମନ, ମଦନ ବର୍ମନ, ନବା କୁମାର ବର୍ମନ, ଶ୍ୟାମଲ ବର୍ମନ ଏବଂ ଆରାବିଣ୍ଡୋ ବର୍ମନଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.