ETV Bharat / bharat

Punjab Drugs Case: କିଏ ବିକ୍ରମ ସିଂ ମଜିଠିୟା, କାହିଁକି ଏତେ ଚର୍ଚ୍ଚା?

author img

By

Published : Dec 21, 2021, 3:05 PM IST

Updated : Dec 21, 2021, 4:43 PM IST

ପଞ୍ଜାବ ବିଧାନସଭା ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତିରେ ସେତେ ଲଢେଇ ତୀବ୍ରତର ହେଉଛି । ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ଥିବା ଇକବାଲ ପ୍ରୀତି ସହୋତା (Iqbalpreet Sahota) ଙ୍କୁ ହଟାଇ ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟ (Siddharth Chattopadhyay) ଙ୍କୁ କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ କରିବା ପରେ ଏବେ ପୁରା ଆକ୍ସନରେ ପୋଲିସ । ସୋମବାର ମଧ୍ୟରାତ୍ରୀରେ ପୂର୍ବତନ ମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳର ବରିଷ୍ଠ ନେତା ବିକ୍ରମ ସିଂ ମଜିଠିୟାଙ୍କ ବିରୋଧରେ ଥାନାରେ ଏତଲା ଦାୟର ହୋଇଛି । ଅଧିକ ପଢନ୍ତୁ

Punjab Drugs Case
Punjab Drugs Case

ଅମୃତସର: ପଞ୍ଜାବ ବିଧାନସଭା ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତିରେ ସେତେ ଲଢେଇ ତୀବ୍ରତର ହେଉଛି । ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ଥିବା ଇକବାଲ ପ୍ରୀତି ସହୋତା (Iqbalpreet Sahota) ଙ୍କୁ ହଟାଇ ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟ (Siddharth Chattopadhyay) ଙ୍କୁ କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ କରିବା ପରେ ଏବେ ପୁରା ଆକ୍ସନରେ ପୋଲିସ । ସୋମବାର ମଧ୍ୟରାତ୍ରୀରେ ପୂର୍ବତନ ମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳର ବରିଷ୍ଠ ନେତା ବିକ୍ରମ ସିଂ ମଜିଠିୟାଙ୍କ ବିରୋଧରେ ଥାନାରେ ଏତଲା ଦାୟର ହୋଇଛି । ଏହି ମାମଲା ମୋହାଲି ବ୍ୟୁରୋ ଅଫ ଇନଭେଷ୍ଟିଗେସନ ପକ୍ଷରୁ କ୍ରାଇମବ୍ରାଞ୍ଚ ପୋଲିସର ବନୁର ଥାନାରେ ଦାୟର ହୋଇଛି । ଏହି ମାମଲା ରୁଜୁ ହେବା ପରେ ପଞ୍ଜାବ ରାଜନୀତି ପୁରା ସରଗରମ ହୋଇପଡିଛି । ବିକ୍ରମ ସିଂ ମଜିଠିୟାଙ୍କ ବିରୋଧରେ IPC ଧାରା ୨୫, ୨୬, ୨୭ NDPS Act ର ଦଫା ଲାଗିଛି । ଫଳରେ ଯେ କୌଣସି ମୁହୁର୍ତ୍ତରେ ତାଙ୍କୁ ପୋଲିସ ଗିରଫ କରିପାରେ ।

ପଞ୍ଜାବ ପୋଲିସ ୨୦୧୩ ମସିହାରେ ଏକ ହଜାର କୋଟି ଟଙ୍କାର ଡ୍ରଗ୍ସ କାରବାରର ପର୍ଦ୍ଦାଫାସ କରିଥିଲା । ଘଟଣାରେ ବକ୍ସର ବିଜେନ୍ଦର ସିଂ ମଧ୍ୟ ଜଡିତ ଥିବା ସେତେବଳେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏହି ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ପୋଲିସ ଅଧିକାରୀ (DSP) ଏହି ଡ୍ରଗ୍ସ କାରବାରରେ ବିକ୍ରମ ସିଂ ମଜିଠିୟା ମଧ୍ୟ ସାମିଲ ଥିବା ମିଡିଆ ଆଗରେ ସ୍ବୀକାର କରିଥିଲେ । ଯାହାକୁ ନେଇ ସେତେବେଳେ ରାଜ୍ୟ ରାଜନୀତିରେ ବଡ ହଲଚଲ ହୋଇଥିଲା । ଅଭିଯୋଗ ସତ୍ବେ ବିକ୍ରମ ସିଂ ମଜିଠିୟାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଯାହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଲାଗି ରହିଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କିନ୍ତୁ ବିକ୍ରମ ସିଂ ମଜିଠିୟାଙ୍କ ବିରୋଧରେ ଅଭିଯୋଗ କରି ଫସି ଯାଇଥିଲେ । ବିକ୍ରମ ରୁଜୁ କରିଥିବା ମାନହାନୀ ମକଦ୍ଦମାରେ କେଜ୍ରିୱାଲଙ୍କୁ କ୍ଷମା ମାଗିବାକୁ ପଡିଥିଲା ।

ତେବେ ଘଟଣାକ୍ରମରେ ରାଜ୍ୟରେ ଶିରୋମଣୀ ଅକାଳୀ ଦଳ କ୍ଷମତାରୁ ଯିବା କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ଥିବା କ୍ୟାପଟେନ ଅମିନ୍ଦର ସିଂ ଦଳ ଛାଡିବା ପରେ ଏହି ଘଟଣା ପୁଣିଥରେ କଡଲେଉଟାଇଛି । ଗତ ଶନିବାର ରାଜ୍ୟ କଂଗ୍ରେସ ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ପସନ୍ଦର ଅଧିକାରୀ ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟଙ୍କୁ ରାଜ୍ୟର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ କରିବା ପରେ ସୋମବାର ମଧ୍ୟରାତ୍ରୀରେ ଖୋଲିଛି ବିକ୍ରମ ସିଂ ମଜିଠିୟାଙ୍କ ପୁରୁଣା ଫାଇଲ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆସନ୍ତା ବର୍ଷ ପ୍ରାରମ୍ଭରେ ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପ୍ରଚାର ପାଇଁ ଏବେ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନି (Chief Minister Charanjit Singh Channi) ଓ ପଞ୍ଜାବ କଂଗ୍ରେସ ସଭାପତି ନବଜ୍ୟୋତ ସିଂ ସିଦ୍ଧୁ (Punjab Congress President navjot singh sidhu) ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ପ୍ରଚାର ଆରମ୍ଭ କରିଦେଇଛନ୍ତି । ଆଉ ସବୁ ନିର୍ବାଚନୀ ସଭାରେ ଉଭୟ ଡ୍ରଗ୍ସ ବେପାରୀଙ୍କୁ ଖୁବଶୀଘ୍ର ଜେଲ ପଠାଯିବ ବୋଲି କହୁଛନ୍ତି । ତଥା ଯୋଜନାବଦ୍ଧ ଭାବେ ଉଭୟ ଡ୍ରଗ୍ସ ବିରୋଧୀ ଅଭିଯାନରେ ଲୋକଙ୍କ ଆସ୍ଥାଭାଜନ ହେବାକୁ ଉଦ୍ୟମ କରିଛନ୍ତି । ଆଉ ସବୁଠାରୁ ମଜାଦାର କଥା ହେଉଛି ସିଦ୍ଧୁ କିଛି ଦିନ ତଳେ ଏହି ଡ୍ରଗ୍ସ ମାମଲାରେ ନିଜ(କଂଗ୍ରେସ) ସରକାରଙ୍କୁ ହିଁ ଟାର୍ଗେଟ କରି କହିଥିଲେ ଷ୍ଟେଟ ଟାକ୍ସ ଫୋର୍ସ ଡ୍ରଗ୍ସ ମାମଲାରେ ଦେଇଥିବା ରିପୋର୍ଟ ସାର୍ବଜନୀନ କରୁନଥିବା ଅଭିଯୋଗ କରିଥିଲେ । ସିଦ୍ଧୁ ଦାବି କରିଥିଲେ କି ଏହି ରିପୋର୍ଟରେ ବିକ୍ରମ ସିଂ ମଜିଠିୟାଙ୍କ ନା ମଧ୍ୟ ଅଛି । ଏପରିକି ଏହି ରିପୋର୍ଟକୁ ନେଇ ସିଦ୍ଧୁ- ଚନ୍ନି ମୁହାଁମୁହିଁ ହୋଇଥିଲେ ।

ପରେ ସିଦ୍ଧୁଙ୍କ ଦାବି ଅନୁସାରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ବଦଳି କରାଗଲା । ଆଉ ନୂଆ ଡିଜିପି ଦାୟିତ୍ବ ନେଉ ନେଉ ଡ୍ରଗ୍ସ ବିରୋଧୀ ଅଭିଯାନକୁ ଯୋରଦାର କରାଯିବ ବୋଲି କହିଥିଲେ । ପରେ ଗୋଟିଏ ଦିନ ମଧ୍ୟରେ ଖୋଲିଛି ପଞ୍ଜାବ ଡ୍ରଗ୍ସ କାରବାରର ପୁରୁଣା ଫାଇଲ । ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଶିରୋମଣୀ ଅକଳୀ ଦଳ (SAD) ଦଳ ଅଭିଯୋଗ କରିଛି ଏହା ରାଜନୈତିକ ଅଭିସନ୍ଧି ରଖି କରାଯାଇଛି । ଗତ ମାସରେ ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂ ବାଦଲ ନବଜ୍ୟୋତ ସିଂ ସିଦ୍ଧୁଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଏବେ ଦଳର ବରିଷ୍ଠ ନେତାଙ୍କୁ ଡ୍ରଗ୍ସ ମାମଲରେ ଛନ୍ଦି ପ୍ରତିଶୋଧ ନେଉଛନ୍ତି ପଞ୍ଜାବ ସରକାର ବୋଲି କହିଛନ୍ତି ଶିରୋମଣୀ ଅକାଳୀ ଦଳର ନେତା ବିର୍ସା ସିଂ।

କାହିଁକି ଏହି ମାମଲାକୁ ନେଇ ଚର୍ଚ୍ଚା?

ଦେଶରେ ପ୍ରତିଦିନ ଡ୍ରଗ୍ସ, ନିଶା ଦ୍ରବ୍ୟ କାରବାରକୁ ନେଇ ଶହ ଶହ ମାମଲା ରୁଜୁ ହେଉଛି । ତେବେ ପଞ୍ଜାବର ଏହି ପୁରୁଣା ଡ୍ରଗ୍ସ ମାମଲାକୁ ନେଇ କାହିଁକି ଏତେ ଚର୍ଚ୍ଚା? କାରଣ ଏହି ମାମଲାରେ ପଞ୍ଜାବ ରାଜନୀତିରେ ପ୍ରଭାବ ରଖୁଥିବା ବାଦଲ ପରିବାର ସମ୍ପର୍କ ଆସୁଛି । ଡ୍ରଗ୍ସ କାରବାରେ ମାମଲା ଏବେ ଫସିଥିବା ବିକ୍ରମ ସିଂ ମଜିଠିୟା ହେଉଛନ୍ତି ବାଦଲ ପରିବାରର ସମ୍ପର୍କୀୟ । ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ (former Punjab Deputy CM Sukhbir Singh Badal) ଙ୍କ ଶାଳକ । ଏହାସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ସିଂ ବାଦଲ (former Union Minister and MP Harsimrat Kaur) ଙ୍କ ଭାଇ । ଯାହାକୁ ନେଇ ଏବେ ଲଢେଇ ଚର୍ଚ୍ଚା ଆଲୋଚନା ହେଉଛି । ଆଉ ଏହି ଘଟଣା ପଞ୍ଜାବ ରାଜନୀତିରେ ପ୍ରଭାବ ପକାଇ ପାରେ ବୋଲି ଚର୍ଚ୍ଚା ହେଉଛି ।

Last Updated : Dec 21, 2021, 4:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.