ETV Bharat / bharat

୧୭ ଲକ୍ଷ ଦେଇ ବିବାହ କରିଥିଲେ ଯୁବକ, ୧୫ଦିନ ପରେ ଚମ୍ପଟ ମାରିଲା ନବବଧୂ - ରାଜସ୍ଥାନରେ ନବବଧୂ ଫେରାର ଖବର

ବିବାହ ନାଁରେ ଠକାମୀର ଶିକାର ହେଲେ ଯୁବକ । ଫେକ ଆଧାରକାର୍ଡ ଦେଖାଇ ୧୭ଲକ୍ଷ ଟଙ୍କା ଦେବା ପରେ ବିବାହ କରିଥିବା ଯୁବତୀ ସ୍ବାମୀଙ୍କୁ ଛାଡି ଫେରାର। ମଧ୍ୟସ୍ତିକୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

୧୭ଲକ୍ଷ ଟଙ୍କା ଦେଇ ବିବାହ କରିଥିଲେ ଯୁବକ, ୧୫ଦିନ ପରେ ଚମ୍ପଟ ମାରିଲେ ନବବଧୂ

author img

By

Published : Feb 3, 2022, 2:05 PM IST

ଜୟପୁର: ବିବାହ ନାଁରେ ଠକାମୀର ଶିକାର ହେଲେ ଯୁବକ । ୧୭ ଲକ୍ଷ ଟଙ୍କା ଦେଇ ଜଣେ ୨୩ ବର୍ଷିୟା ଯୁବତୀଙ୍କୁ ବିବାହ କରିଥିଲେ ଯୁବକ, କିନ୍ତୁ ବିବାହର ୧୫ ଦିନ ପରେ ଫେରାର ହୋଇଗଲେ ଯୁବତୀ । ଏନେଇ ଥାନାରେ ଅଭିଯୋଗ ପରେ ମଧ୍ୟସ୍ତି ଜଣଙ୍କୁ ପୋଲିସ ଗିରଫ କରିଛି । ରାଜସ୍ଥାନର ଜାଲୋର ଜିଲ୍ଲାରେ ସାମ୍ନାକୁ ଆସିଛି ଏପରି ଘଟଣା ।

ସୂଚନା ଅନୁଯାୟୀ ବାଗୋଡା ପୋଲିସ ଷ୍ଟେସନ ପରିସରରେ ଜୁନି ବାଲିର ବାସିନ୍ଦା ହରି ସିଂ ଫେବୃଆରୀ 2021 ରେ ବିବାହ କରିଥିଲେ। ଜଣେ ଦଲାଲ ବିବାହ ବଦଳରେ ତାଙ୍କଠାରୁ 17 ଲକ୍ଷ ଟଙ୍କା ନେଇଥିଲେ। ବିବାହର 15 ଦିନ ପରେ ଯୁବତୀ ଜଣଙ୍କୁ ନିଜ ଘରକୁ ଯାଇ ଆଉ ଫେରିନଥିଲେ । ଏହାପରେ ସେ ଜାଣିବାକୁ ପାଇଥିଲେ ଯେ ସେ ଠକାମୀର ଶିକାର ହୋଇଛନ୍ତି । ଏନେଇ ଯୁବକ ଜଣଙ୍କ ବାଗୋରା ପୋଲିସ ଷ୍ଟେସନରେ ଜୁନ ୨ରେ ଅଭିଯୋଗ କରିବା ପରେ ପୋଲିସ ଏକ ଠକେଇ ମାମଲା ରୁଜୁ କରି ମଧ୍ୟସ୍ତି ଜଣଙ୍କୁ ୭ମାସ ପରେ ଗିରଫ କରିଛି । ଅଭିଯୁକ୍ତ ଇନ୍ଦୁ ଭୋଇଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ତେବେ ପୋଲିସର ସୂଚନା ଅନୁୟାୟୀ ଯେଉଁ ଯୁବତୀ ଜଣଙ୍କ ଫେକ ଆଧାର କାର୍ଡ ଦେଖାଇ ଯୁବକଙ୍କୁ ବିବାହ କରିଥିଲେ । ଯେଉଁଥିପାଇଁ ପୋଲିସ ଏପର୍ଯ୍ୟନ୍ତ ନବ ବଧୂଜଣଙ୍କୁ ଗିରଫ କରିବାରେ ସଫଳ ହୋଇପାରିନାହିଁ ପୋଲିସ । କେବଳ ଫଟୋକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.