ETV Bharat / bharat

ରାଜସ୍ଥାନ ମନ୍ତ୍ରୀ ରାଜେନ୍ଦ ସିଂଙ୍କ ବିରୋଧରେ ୱାର୍ଡ ମେମ୍ବରଙ୍କୁ ଅପହରଣ ଅଭିଯୋଗ

ରାଜସ୍ଥାନର ରାଷ୍ଟ୍ରମନ୍ତ୍ରୀ ତଥା ଉଦୟପୁରବାଟୀ ବିଧାୟକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ସେ ଜଣେ ୱାର୍ଡ ମେମ୍ବରଙ୍କୁ ଅପହରଣ କରିବା ସହ ଧମକ ଦେଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Minister Rajendra Singh Gudha
Minister Rajendra Singh Gudha
author img

By

Published : Feb 3, 2023, 10:57 PM IST

ଜୟପୁର: ରାଜସ୍ଥାନର ରାଷ୍ଟ୍ରମନ୍ତ୍ରୀ ତଥା ଉଦୟପୁରବାଟୀ ବିଧାୟକ ରାଜେନ୍ଦ୍ର ସିଂହ ଗୁଡାଙ୍କ ନାମରେ ଅପହରଣ ମାମଲା । ଗୁରୁବାର ପଞ୍ଚାୟତରାଜ ମନ୍ତ୍ରୀଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି । ସିକର ଜିଲ୍ଲା କାକ୍ରନା ୱାର୍ଡ ନମ୍ବର ୩୧ ଅଧିବାସୀ ଦୁର୍ଗା ସିଂ ମନ୍ତ୍ରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ଉଦୟପୁରବାଟୀରେ ହେଉଥିବା ଅନେକ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି । ଏଥିଲାଗି ମନ୍ତ୍ରୀ ତାଙ୍କୁ ଅପହରଣ କରି ରଖିବା ସହ ଗତ ୧୫ ଦିନ ତଳେ ଫୋନ କରି ଧମକ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ପୀଡିତ ରିପୋର୍ଟରେ କହିଛନ୍ତି ଯେ ମନ୍ତ୍ରୀ ତାଙ୍କୁ ଫୋନ କରି କହିଥିଲେ, "ତୋତେ ଶିଖାଇବି ରାଜନୀତି କିପରି କରାଯାଏ ?" ସେ ଆହୁରି କହିଛନ୍ତି ଯେ ଗତ ଜାନୁଆରୀ ୨୭ ତାରିଖରେ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ତାଙ୍କୁ ମନ୍ତ୍ରୀ ଫୋନ କରିଥିଲେ ଓ ଲୋକେସନ ପଚାରିଥିଲେ । ସେ ନିଜ ଲୋକେସନ ନିମକାଥାନା ବୋଲି କହିଥିଲେ । ଫୋନକଲ୍‌ର ଅଧଘଣ୍ଟା ପରେ ମନ୍ତ୍ରୀ ରାଜେନ୍ଦ୍ର ଗୁଡ଼ା ନିଜ ଡ୍ରାଇଭର ଓ ପିଏ କୃଷ୍ଣ କୁମାରଙ୍କ ସହିତ ସରକାରୀ ଗାଡ଼ିରେ ତାଙ୍କ ନିକଟରେ ପହଞ୍ଚିଥିଲେ । ମନ୍ତ୍ରୀଙ୍କ ସହିତ ଏକ ଲାଲ ରଙ୍ଗର ଗାଡ଼ି ଓ ପୋଲିସ ମଧ୍ୟ ଆସିଥିଲେ । ପ୍ରାୟ ୧୦ ଜଣ ଲୋକଙ୍କ ସହିତ ପୀଡ଼ିତଙ୍କ ନିକଟରେ ମନ୍ତ୍ରୀ ପହଞ୍ଚିଥିବା ସେ କହିଥିଲେ ।

ଏହା ବି ପଢନ୍ତୁ- GANG RAPE: ଦିଲ୍ଲୀରେ ୩ବର୍ଷର ଶିଶୁକୁ ଗଣଦୁଷ୍କର୍ମ, ୨ ଗିରଫ

ପୀଡ଼ିତ ଅଭିଯୋଗ କରିଛନ୍ତି ଯେ ମନ୍ତ୍ରୀ ତାଙ୍କ କଲର ଓ ଗଳାକୁ ଧରି ସରକାରୀ ଗାଡ଼ିରେ ବସାଇଥିଲେ । ଏହାପରେ ତାଙ୍କୁ ଏକ ଫାର୍ମ ହାଉସକୁ ନେଇଥିଲେ । ରାସ୍ତାରେ ସେ ଉଦୟପୁରବାଟୀ ଥାନା ଅଧିକାରୀଙ୍କ ସହିତ କଥା ହୋଇଥିଲେ । ପୀଡ଼ିତାଙ୍କ କହିବା ଅନୁସାରେ ମନ୍ତ୍ରୀ କହିଥିଲେ, " ଦୁର୍ଗା ସିଂକୁ ନେଇ ଆସିଛି । ଯଦି ସେ ରାଜି ହେଉଛି ତ ଠିକ୍‌ ଅଛି, ରାଜି ନହେଲେ ତା ଉପରେ ମାମଲା ରୁଜୁ କରିବ । ଯାହାଦ୍ବାରା ସେ ୨ବର୍ଷ ପର୍ଯ୍ୟନ୍ତ ବାହାରକୁ ଆସିପାରିବ ନାହିଁ । " ଏହା ସହିତ ମନ୍ତ୍ରୀ ଏକ ଖାଲି କାଗଜରେ ତାଙ୍କୁ ଦସ୍ତଖତ କରିବା ଲାଗି ମଧ୍ୟ କହିଥିବା ସେ ଅଭିଯୋଗ କରିଛନ୍ତି ।

ପୀଡ଼ିତ ଆହୁରି ଅଭିଯୋଗ ଆଣି କହିଛନ୍ତି ମନ୍ତ୍ରୀ ତାଙ୍କୁ କହିଥିଲେ, " ତୁ ବଡ଼ ନେତା ହୋଇଗଲୁଣି । ଯଦି ଜୀବିତ ରହିବାକୁ ଚାହୁଁଛୁ ତେବେ ମୋ ବିରୋଧ କରିବା ବନ୍ଦ କର । " ରାଜେନ୍ଦ୍ର ଗୁଡ଼ା କଂଗ୍ରେସରେ ଯୋଗଦେବା ପରେ ମନ୍ତ୍ରୀ ହୋଇଛନ୍ତି । ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗକାରୀ ଦୁର୍ଗା ସିଂ ଏପରି ଅଭିଯୋଗ ଆଣିଥିବା ବେଳେ ମନ୍ତ୍ରୀଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.