ETV Bharat / bharat

ବିହାର କୋର୍ଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ଦାଏର

author img

By

Published : Apr 2, 2021, 6:24 AM IST

ବିହାରର ମୁଜାଫରପୁର ଜିଲ୍ଲାର ସିଜେଏମ କୋର୍ଟରେ ମମତାଙ୍କ ବିରୋଧରେ ମାମଲା ଦାଏର କରାଯାଇଛି । ଅଧିକ ପଢନ୍ତୁ...

ବିହାର କୋର୍ଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ଦାଏର
ବିହାର କୋର୍ଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ଦାଏର

ପାଟନା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଦାଏର ହୋଇଛି ମାମଲା । ବିହାରର ମୁଜାଫରପୁର ଜିଲ୍ଲାର ସିଜେଏମ କୋର୍ଟରେ ମମତାଙ୍କ ବିରୋଧରେ ମାମଲା ଦାଏର କରାଯାଇଛି ।

ବିହାରକୁ ନେଇ ଆପତ୍ତିଜନକ ଟିପ୍ପଣୀ ମାମଲାରେ ଗୁରୁବାର ମୁଜାଫରପୁର କୋର୍ଟରେ ମମତାଙ୍କ ବିରୋଧରେ ମାମଲା ଦାଏର କରାଯାଇଛି । ଏହି ମାମଲାରେ ଯାଚିକାକର୍ତ୍ତା ସିଏମ ମମତା ବାନାର୍ଜୀଙ୍କ ବିରୋଧରେ ପଶ୍ଚିମବଙ୍ଗରେ ଏକ ନିର୍ବାଚନୀ ସଭାରେ ବିହାରୀବାସୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ସେମାନଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି 8 ଏପ୍ରିଲରେ କରାଯିବ ।

ଏହି ପରିପ୍ରେକ୍ଷୀରେ ଅଭିଯୋଗକାରୀ କହିଛନ୍ତି ଯେ ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିହାର ଏବଂ ଉତ୍ତରପ୍ରଦେଶ ଲୋକଙ୍କ ବିରୋଧରେ କହିଛନ୍ତି ଯେ ବିହାର ଏବଂ ୟୁପି ଲୋକ ଗୁଣ୍ଡ। ।

ସିଏମ ମମତା ବାନାର୍ଜୀଙ୍କ ବିରୋଧରେ ଧାରା 147, 148, 295, 295 (ଏ) ଏବଂ 511 ଅଧୀନରେ ଏକ ମାମଲା ରୁଜୁ କରାଯାଇଛି । ଏହାର ପରବର୍ତ୍ତୀ ଶୁଣାଣି ତାରିଖ 8 ଏପ୍ରିଲରେ ସ୍ଥିର ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.