ETV Bharat / bharat

ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆକ୍ଟରେ ମାମଲା

author img

By

Published : May 23, 2021, 10:18 PM IST

ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ମାମଲା । ବିପର୍ଯ୍ୟୟ ପରିଚାଳନା ଧାରା 188 ରେ ମାମଲା ଦାୟର ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆକ୍ଟରେ ମାମଲା

ଭୋପାଳ: ବିପର୍ଯ୍ୟୟ ପରିଚାଳନାରେ ବିଭ୍ରାନ୍ତିକର ତଥ୍ୟ ବିସ୍ତାର ମାମଲାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ବିରୋଧରେ ମାମଲା ଦାୟର ହୋଇଛି । କମଲଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଧାରା 188 ଅନୁଯାୟୀ କ୍ରାଇମବ୍ରାଞ୍ଚ ମାମଲା ଦାୟର କରିଥିବା ଜଣାପଡିଛି । ବିପର୍ଯ୍ୟୟ ପରିଚାଳନା ବିଭାଗର ଧାରା 54 ମଧ୍ୟ ଲାଗୁ ହୋଇ ବିଭ୍ରାନ୍ତିକର ତଥ୍ୟ ବିସ୍ତାର କରିଥିବା ଅଭିଯୋଗରେ ମାମଲା ଦାଖଲ ହୋଇଥିବା ଜଣାପଡିଛି ।

ଏକ ସାମ୍ବାଦିକ ସମ୍ମିଳନୀରେ କମଲନାଥ କହିଥିଲେ ଯେ ବିଶ୍ବ ବର୍ତ୍ତମାନ କୋଭିଡକୁ ଭାରତୀୟ ଭ୍ୟାରିଏଣ୍ଟର ଆଖ୍ୟା ଦେଇଛି । କମଲଙ୍କ ଏପରି ମନ୍ତବ୍ୟ ପରେ ବିଜେପି ଏହାର ତୀବ୍ର ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା । ପରେ ଏହି ମାମଲାରେ କମଲଙ୍କ ବିରୋଧରେ ମାମଲା ଦାଏର କରିଛି କ୍ରାଇମବ୍ରାଞ୍ଚ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.