ETV Bharat / bharat

ନୂଆବର୍ଷ ପୂର୍ବରୁ ଗୁଜୁରାଟରେ ମର୍ମନ୍ତୁଦ ଦୁର୍ଘଟଣା: ବସ-କାର ଧକ୍କାରେ ୯ ମୃତ - ନଭସରୀ ଦୁର୍ଘଟଣା ଖବର

ଏମିତି ବି ଆସେ ମୃତ୍ୟୁ । ବସ ଚଳାଉଥିବା ସମୟରେ ହୃଦଘାତର ଶିକାର ହେଲେ ଡ୍ରାଇଭର । ଫଳରେ ଭାରସାମ୍ୟ ହରାଇ କାରକୁ ସାମ୍ନାରୁ ଧକ୍କା ଦେଲା ବସ । ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ସୂଚନା । ଜାଣନ୍ତୁ କେଉଁଠି ଘଟିଛି ଦୁର୍ଘଟଣା

Navsari road accident
Navsari road accident
author img

By

Published : Dec 31, 2022, 8:57 AM IST

Updated : Dec 31, 2022, 11:13 AM IST

ଗାନ୍ଧୀନଗର: ଗୁଜୁରାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନଭସରୀରେ ବସ-କାର ମୁହାଁମୁହିଁ ଧକ୍କା ଫଳରେ ୯ ଜଣ ମୃତ୍ୟୁ ହୋଇଥିବା ବେଳେ 30ରୁ ଅଧିକ ଆହତ ହୋଇଛନ୍ତି । ନଭସରିର ୪୮ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ବସଟି ଅହମ୍ମଦାବାଦରୁ ବଲସାଡ ଅଭିମୁଖେ ଯାଉଥିଲା । ବସଟି ଯାଉଥିବା ବେଳେ ଡ୍ରାଇଭରଙ୍କୁ ହଠାତ ହାର୍ଟଆଟାକ ଆସିଯାଇଥିଲା । ଫଳରେ ବସଟି ଭାରସାମ୍ୟ ହରାଇ ନଭସାରୀ ଜିଲ୍ଲାର ଭେସମା ଗ୍ରାମ( Accident at Vesma village of Navsari) ନିକଟରେ ବିପରୀତ ଦିଗରୁ ଆସୁଥିବା ଫର୍ଚୁନର କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣା ସମୟରେ କାରରେ 10ଜଣ ଲୋକ ରହିଥିବା ବେଳେ ୯ଜଣ ଲୋକଙ୍କ ଘଟଣାସ୍ଥଳରେ ହିଁ ମୃ୍ତ୍ୟୁ ହୋଇଥିଲା । ହୃଦଘାତରେ ବସ ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବସରେ ରହିଥିବା ଯାତ୍ରୀମାନଙ୍କର ଚିତ୍କାର କରି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେବା ସହ ଯାତ୍ରାମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ରହସ୍ୟ ଘେରରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ, ପୂର୍ବତନ ପୋଲିସ ଡିଜି କହିଲେ ସିବିଆଇ ତଦନ୍ତ ଜରୁରୀ

ବସରେ ରହିଥିବା ଯାତ୍ରୀମାନେ ବଲସାଡ କୋଲାକ ଗ୍ରାମର ବାସିନ୍ଦା ହୋଇଥିବା ସୂଚନା । ତେବେ ଦୁର୍ଘଟଣାରେ ବସରେ ରହିଥିବା ୧୧ଜଣ ଯାତ୍ରୀଙ୍କର ଅବସ୍ଥା ଗୁରୁତର ରହିଥିବା ବେଳେ ନାଭସରୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗ୍ରାମବାସୀମାନେ ବସରେ ଅହମ୍ମଦାବାଦ ଯାଇଥିବା ସୂଚନା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, କାରରେ ରହିଥିବା ଯାତ୍ରୀମାନେ ଭରୁଚର ବାସିନ୍ଦା ଅଟନ୍ତି । ତେବେ ସେମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ହେବାରୁ ସୁରଟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

  • Pained by the loss of lives due to a road accident in Navsari. My thoughts are with the bereaved families. I hope the injured recover soon. An ex-gratia of Rs. 2 lakh from PMNRF would be given to the next of kin of each deceased. Those injured would be given Rs. 50,000: PM Modi

    — PMO India (@PMOIndia) December 31, 2022 " class="align-text-top noRightClick twitterSection" data=" ">

ଏହି ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖପ୍ରକାଶ କରିବା ସହ ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରି କୁହାଯାଇଛି, "ନଭସରୀର ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ମୃତକଙ୍କ ପରିବାରକୁ ସମବେଦନା ଜଣାଉଛି । ମୃତକଙ୍କ ପରିବାରୁ PMNRF ପାଣ୍ଠିରୁ ୨ଲକ୍ଷ ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଦିଆଯିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 31, 2022, 11:13 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.