ETV Bharat / bharat

ଆଜି କଂଗ୍ରେସ ନେତାଙ୍କୁ ଭେଟିବେ କ୍ୟାପଟେନ ଅମରିନ୍ଦର  ସିଂ

author img

By

Published : Jul 1, 2021, 9:05 AM IST

ପଞ୍ଜାବ କଂଗ୍ରେସରେ ଚାଲିଥିବା ସମସ୍ୟା ନେଇ ଆଜି ସମସ୍ତ ସହରାଞ୍ଚଳର ଦଳୀୟ ନେତାମାନଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ଅଧିକ ପଢନ୍ତୁ...

କ୍ୟାପଟେନ ଅମରେନ୍ଦ୍ର ସିଂ
କ୍ୟାପଟେନ ଅମରେନ୍ଦ୍ର ସିଂ

ଚଣ୍ଡୀଗଡ: ପଞ୍ଜାବ କଂଗ୍ରେସରେ ଚାଲିଥିବା ସଙ୍କଟ ନେଇ ଚାଲିଛି ଘମାଘୋଟ ବୈଠକ । ଏନେଇ ଆଜି ପଞ୍ଜାବର ସମସ୍ତ ସହରାଞ୍ଚଳର ଦଳୀୟ ନେତାମାନଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ।

ପଞ୍ଜାବ ସମସ୍ୟା ନେଇ ଅସନ୍ତୁଷ୍ଟ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ । ଏହା ପୂ୍ର୍ବରୁ ସେ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ପୂର୍ବରୁ ଏଆଇସିସିର ଏକ ପ୍ୟାନେଲ ପଞ୍ଜାବ ସଙ୍କଟ ସମ୍ପର୍କରେ କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ ରିପୋର୍ଟ ଦାଖଲ କରିଛି । ରାଜ୍ୟ ୟୁନିଟରେ ଥିବା ଦଳଗତ ମତଭେଦକୁ ଦୂର କରିବା ପାଇଁ ସୋନିଆ ଗାନ୍ଧୀଙ୍କ ଦ୍ବାରା ତିନିଜଣିଆ ପ୍ୟାନେଲ ଗଠନ କରାଯାଇଥିଲା ।

ପଞ୍ଜାବ ବିଧାନସଭା ନିର୍ବାଚନର ମାସେ ପୂର୍ବରୁ ରାଜ୍ୟ ୟୁନିଟରେ ମତଭେଦ ତୀବ୍ର ହୋଇଛି । ବୁଧବାର ଦିନ ସିଦ୍ଧୁ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିଥିବାବେଳେ ଦଳର ବରିଷ୍ଠ ନେତୃତ୍ବମାନେ ଦିଲ୍ଲୀରେ ତିନିଦିନ ଧରି ଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନାହାଁନ୍ତି । କଂଗ୍ରେସର ଜଣେ ବରିଷ୍ଠ ନେତା ସ୍ପଷ୍ଟ କରିଛନ୍ତି ଯେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଦଳର ସର୍ବୋଚ୍ଚ ନେତୃତ୍ବଙ୍କୁ ଭେଟିବା ପାଇଁ ସମୟ ମାଗି ନାହାଁନ୍ତି ।

ପୂର୍ବରୁ ଏଆଇସିସିର ଏକ ପ୍ୟାନେଲ ପଞ୍ଜାବ ସଙ୍କଟ ସମ୍ପର୍କରେ କଂଗ୍ରେସ ଅଧକ୍ଷା ସୋନାଆ ଗାନ୍ଧୀଙ୍କୁ ଏକ ରିପୋର୍ଟ ଦାଖଲ କରିଛି । ରାଜ୍ୟ ୟୁନିଟରେ ଥିବା ଦଳଗତ ମତଭେଦ ଦୂର କରିବା ପାଇଁ ସୋନିଆ ଗାନ୍ଧୀଙ୍କ ଦ୍ବାରା ତିନିଜଣିଆ ପ୍ୟାନେଲ ଗଠନ କରାଯାଇଥିଲା ।

ଆସନ୍ତା ବର୍ଷ ପାଇଁ ଧାର୍ଯ୍ୟ ହୋଇଥିବା ପଞ୍ଜାବ ବିଧାନସଭା ନିର୍ବାଚନ କଂଗ୍ରେସ ପାଇଁ ଗୁରୁତ୍ବପୂର୍ଣ୍ଣ ବିବେଚିତ ହେବ । ପଞ୍ଜାବ ହେଉଛି ଏକମାତ୍ର ରାଜ୍ୟ ଯେଉଁଠି କଂଗ୍ରେସ କ୍ଷମତାରେ ରହିଛି । 2017 ବିଧାନସଭା ନିର୍ବାଚନରେ ​​କଂଗ୍ରେସ 77ଟି ସିଟ୍ ଜିତି ରାଜ୍ୟରେ ଏକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ଏବଂ 10 ବର୍ଷ ପରେ SAD- ବିଜେପି ସରକାରକୁ ବହିଷ୍କାର କରିଥିଲା । 117 ସଦସ୍ୟ ବିଶିଷ୍ଟ ପଞ୍ଜାବ ବିଧାନସଭାରେ 20ଟି ସିଟ୍ ଜିତିଥିବା ଦ୍ବିତୀୟ ବୃହତ୍ତମ ଦଳ ଭାବରେ ଆମ୍ ଆଦମୀ ପାର୍ଟି ଉଭା ହୋଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.