ନୂଆଦିଲ୍ଲୀ: ସୋମବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ(Capt Amarinder Singh to join BJP) । ଏହାକୁ ନେଇ ପଞ୍ଜାବ ଲୋକ କଂଗ୍ରେସର ମୁଖପାତ୍ର ପ୍ରୀତପାଲ୍ ସିଂହ ବାଲିୱାଲ ସୂଚନା ପ୍ରଦାନ କରିଛନ୍ତି(PLC spokesperson Pritpal Singh Baliawal) । ଖାଲି ସେତିକି ନୁହେଁ ଅମରିନ୍ଦର ସିଂହ ବିଜେପିରେ ଯୋଗ ଦେବାପରେ ବିଜେପିରେ ପଞ୍ଜାବ ଲୋକ କଂଗ୍ରେସର ମିଶ୍ରଣ ଘଟିବ (Punjab Lok Congress likely to merge with BJP)।
-
Had a very productive meeting with Hon'ble Union Home Minister @AmitShah Ji.
— Capt.Amarinder Singh (@capt_amarinder) September 12, 2022 " class="align-text-top noRightClick twitterSection" data="
Discussed various issues pertaining to National security, the rising cases of narco-terrorism in Punjab and the future roadmap for the overall holistic development of Punjab. pic.twitter.com/QKpGWg0DMX
">Had a very productive meeting with Hon'ble Union Home Minister @AmitShah Ji.
— Capt.Amarinder Singh (@capt_amarinder) September 12, 2022
Discussed various issues pertaining to National security, the rising cases of narco-terrorism in Punjab and the future roadmap for the overall holistic development of Punjab. pic.twitter.com/QKpGWg0DMXHad a very productive meeting with Hon'ble Union Home Minister @AmitShah Ji.
— Capt.Amarinder Singh (@capt_amarinder) September 12, 2022
Discussed various issues pertaining to National security, the rising cases of narco-terrorism in Punjab and the future roadmap for the overall holistic development of Punjab. pic.twitter.com/QKpGWg0DMX
ଏହାପୂର୍ବରୁ ସେପ୍ଟେମ୍ବର ୧୨ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ କ୍ୟାପଟେନ୍ ଅମରିନ୍ଦର ସିଂହ । ଏହାକୁ ନେଇ ସେ ଟ୍ବିଟ୍ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ । ସେ କହିଥିଲେ, "ଗୃହମନ୍ତ୍ରୀଙ୍କ ସହ ଏକ ସଫଳ ସାକ୍ଷାତାକାର ହୋଇଛି । ଜାତୀୟ ସୁରକ୍ଷାକୁ ନେଇ ତାଙ୍କ ସହ ଅନେକ ଦିଗକୁ ନେଇ ଆଲୋଚନା କରିଛି । ରାଜ୍ୟରେ ବଢ଼ୁଥିବା ନିଶା କାରବାର୍ କିଭଳି ରୋକ୍ ଲଗାଇ ହେବ ତାହକୁ ନେଇ ରୋଡମ୍ୟାପ୍ ପ୍ରସ୍ତୁତି ସହ ପଞ୍ଜାବର ସର୍ବାଙ୍ଗୀନ ଉନ୍ନତି ପାଇଁ ଆଲୋଚନା ହୋଇଛି ।"
ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ହାତ ଛାଡ଼ି ସ୍ବତନ୍ତ୍ର ପଞ୍ଜାବ ଲୋକ କଂଗ୍ରେସ ନାମରେ ଦଳ ଗଢ଼ିଥିଲେ କ୍ୟାପଟେନ ଅମରିନ୍ଦର ସିଂହ । ଏହାପରେ ବିଧାନସଭା ନିର୍ବାଚନରେ ସେ ବିଜେପିକୁ ସମର୍ଥନ ଦେଇ ଲଢ଼ିଥିଲେ । 2022 ବିଧାନସଭା ନିର୍ବାଚନରେ ସେ ପଟିଆଲା ଆସନରୁ ଲଢ଼ି ଆପ୍ ପ୍ରାର୍ଥୀ ଅଜିତ ପାଲ୍ ସିଂହ କୋହଲିଙ୍କଠାରୁ ବିପୁଳ ଭୋଟ୍ରେ ପରାଜିତ ହୋଇଥିଲେ । ୨୦୨୧ ନଭେମ୍ବର ମାସ ୨ ତାରିଖରେ ପଞ୍ଜାବ ଲୋକ କଂଗ୍ରେସ ଦଳ ଗଠନ କରିଥିଲେ କ୍ୟାପଟେନ୍ ଅମରିନ୍ଦର ସିଂହ ।
ଏହାପୂର୍ବରୁ ମଧ୍ୟ ଦଳ ଗଢ଼ି ପୁଣି କଂଗ୍ରେସରେ ମିଶିଥିଲେ କ୍ୟାପଟେନ୍ ଅମରିନ୍ଦର ସିଂହ । ୧୯୯୨ରେ ଶିରୋମଣି ଅକାଳି ଦଳରୁ ଅଲଗା ହୋଇ ଶିରୋମଣି ଅକାଳି ଦଳ ପନ୍ଥି ଗଠନ କରିଥିଲେ ଅମରିନ୍ଦର ସିଂହ । କିନ୍ତୁ ବିଧାନସଭା ନିର୍ବାଚନରେ ବଡ଼ ବ୍ୟବଧାନରେ ପରାଜିତ ହେବାପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । କ୍ୟାପଟେନ୍ ଅମରିନ୍ଦର ସିଂହ ୧୯୯୯ରୁ ୨୦୧୭ ପର୍ଯ୍ୟନ୍ତ ପଞ୍ଜାବ ପ୍ରଦେଶ କଂଗ୍ରେସର ସଭାପତି ଦାୟିତ୍ବରେ ଥିଲେ ।