ETV Bharat / bharat

ନୂଆ ଦଳ ଗଠନ କରିବେ କ୍ୟାପ୍ଟେନ ଅମରିନ୍ଦର ! - Capt Amarinder Singh may float new party in weeks

ଆଗାମୀ କିଛିଦିନ ମଧ୍ୟରେ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ଆଉ ଏକ ନୂଆ ଦଳ ଗଠନ କରିପାରନ୍ତି। ଗତକାଲି ସେ କଂଗ୍ରେସ ସମ୍ପୂର୍ଣ୍ଣ ଛାଡିଦେବେ ଓ ବିଜେପିରେ ବି ଯୋଗ ଦେବେନି ବୋଲି କହିବା ପରେ ଆରମ୍ଭ ହୋଇଛି ଏହି ଚର୍ଚ୍ଚା । ଅଧିକ ପଢନ୍ତୁ...

Capt Amarinder Singh may float new party in weeks
ନୂଆ ଦଳ ଗଠନ କରିବେ କ୍ୟାପ୍ଟେନ ଅମରିନ୍ଦର !
author img

By

Published : Oct 1, 2021, 9:53 AM IST

ଚଣ୍ଡିଗଡ: ପଞ୍ଜାବ ରାଜନୈତିକ ଅସ୍ଥିରତା ମଧ୍ୟରେ ଚର୍ଚ୍ଚା ଏବେ ଅମିରିନ୍ଦର ସିଂଙ୍କ ନୂଆ ପାର୍ଟିକୁ ନେଇ । ଆଗାମୀ କିଛିଦିନ ମଧ୍ୟରେ ଅମରିନ୍ଦର ରାଜ୍ୟରେ ଆଉ ଏକ ନୂଆ ଦଳ ଗଠନ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ସେ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଗଠନ କରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ସୂତ୍ର ଅନୁଯାୟୀ, ପ୍ରାୟ 12 ଜଣ କଂଗ୍ରେସ ନେତା କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ସହ ଯୋଗାଯୋଗରେ ଅଛନ୍ତି, ଯେଉଁମାନେକି ଅମରିନ୍ଦରଙ୍କ ପରବର୍ତ୍ତୀ ପଦକ୍ଷେପ ନେଇ ତାଙ୍କ ସହ ପରାମର୍ଶ କରୁଛନ୍ତି । ଅମରିନ୍ଦର ସିଂ ମଧ୍ୟ ପଞ୍ଜାବର କିଛି କୃଷକ ନେତାଙ୍କୁ ଭେଟିବାର ସମ୍ଭାବନା ରହିଛି ।

ବୁଧବାର ଅମରିନ୍ଦର ସିଂ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ କରିବା ପରେ ସେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଜୋର୍ ଧରିଥିଲା । ମାତ୍ର ଗୁରୁବାର ଏହା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଅମରିନ୍ଦର । ସେ ଏନେଇ ସ୍ପଷ୍ଟ କରି କହିଛନ୍ତି ଯେ, 'ମୁଁ ବିଜେପିରେ ଯୋଗ ଦେଉନାହାଁନ୍ତି, କିନ୍ତୁ କଂଗ୍ରେସ ସହିତ ମଧ୍ୟ ନାହିଁ । ମୁଁ କୃଷକ ଆନ୍ଦୋଳନ ବାବଦରେ ଚର୍ଚ୍ଚା କରିବାକୁ ଆସିଥିଲି ।'

ଅମରିନ୍ଦର ସିଂ ଏହା ମଧ୍ୟ କହିଛନ୍ତି ଯେ, ସେ ଆଉ କଂଗ୍ରେସ ଦଳର ଅଂଶ ନୁହଁନ୍ତି ଏବଂ ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ନବଜୋତ ସିଂ ସିଦ୍ଧୁ କଦାପି ଜିତି ପାରିବେ ନାହିଁ । ଅମରିନ୍ଦରଙ୍କ ଏପରି ବୟାନ ପରେ ସେ ରାଜ୍ୟରେ ଆଉ ଏକ ଦଳ ଗଠନ କରିବାର ଚର୍ଚ୍ଚା ଅଧିକ ଉଜ୍ଜିବିତ ହୋଇଛି ।

ସୂଚନା ଅନୁଯାୟୀ ଦଳୀୟ ତ୍ରୁଟି ଦର୍ଶାଇ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ସପ୍ତାହ ତଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ କଂଗ୍ରେସ ହାତ ଛାଡିଛନ୍ତି । ବର୍ତ୍ତମାନ ସେ ରାଜ୍ୟରେ ଆଉ ଏକ ନୂଆ ଦଳ ଗଠନ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.