ETV Bharat / bharat

ଅଗଷ୍ଟ 21 ଯାଏଁ କାନାଡାକୁ ଉଡିବନି ଭାରତୀୟ ବିମାନ

ଆସନ୍ତା ଅଗଷ୍ଟ ୨୧ ପର୍ଯ୍ୟନ୍ତ କାନାଡା ଭାରତରୁ ଯାତ୍ରୀବାହୀ ବିମାନ ଉପରେ କଟକଣା ଲଗାଇଛି । ଅଧିକ ପଢନ୍ତୁ...

author img

By

Published : Jul 20, 2021, 1:38 PM IST

ଅଗଷ୍ଟ ୨୧ ଯାଏଁ ଭାରତରୁ ଯାତ୍ରୀବାହୀ ବିମାନ ନିଷେଧ କଲା କାନାଡା

ଓଟ୍ଟାୱା: ଦେଶରେ କୋରୋନା ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଏବେ ବି କିଛି ରାଷ୍ଟ୍ର ଭାରତରୁ ବିମାନ ଯାତ୍ରାକୁ ନିଷେଧ କରିଛନ୍ତି । ପୂର୍ବରୁ ଦେଶରୁ ବିମାନ ଯାତ୍ରା କାନାଡା ନିଷେଧ କରିଥିବା ବେଳେ ଏହାକୁ ଅଗଷ୍ଟ ୨୧ ଯାଏଁ ବଢାଇ ଦେଇଛି । ଫଳରେ ଏହି ସମୟସୀମା ପର୍ଯ୍ୟନ୍ତ ଭାରତରୁ କୌଣସି ନାଗରିକ କାନାଡାକୁ ଯାତ୍ରା କରିପାରିବେ ନାହିଁ ।

କାନାଡା ଗତ ଏପ୍ରିଲ ୨୨ ତାରିଖରେ ଭାରତରୁ ବିମାନ ଯାତ୍ରାକୁ ନିଷେଧ କରିଥିଲା । ଏହି ସମୟରେ ଭାରତରେ ଅଚାନକ ସଂକ୍ରମଣ ବଢିବାରେ ଲାଗିଥିଲା । କାନାଡାର ଏହି କଟକଣା ଆସନ୍ତା ଜୁଲାଇ ୨୧ ତାରିଖରେ ସରୁଥିବା ବେଳେ ପୁଣି ଦେଶ ଅଗଷ୍ଟ ୨୧ ଯାଏଁ କଟକଣାକୁ ବୃଦ୍ଧି କରିଛି । ଏହାକୁ ମିଶାଇ ୪ ଥର କାନାଡା ଭାରତରୁ ବିମାନ ଉଡାଣ ଉପରେ କଟକଣା ଲଗାଇଛି ।

ବର୍ତ୍ତମାନ ଦେଶରେ କୋରୋନା ମହାମାରୀର ତୃତୀୟ ଲହରରେ ଡେଲଟା ଭ୍ୟାରିଆଣ୍ଟ ସାମନାକୁ ଆସିଛି । ତେବେ ଏହି ଭ୍ୟାରିଆଣ୍ଟରୁ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ପରିବହନ ମନ୍ତ୍ରୀ ଓମାର ଅଲଘବରା ଏହି କଟକଣା ଲଗାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଭାରତରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ମଧ୍ୟ ଏବେ ବି ଜଟିଳ ପରିସ୍ଥିତିରେ ରହିଛି । ଏଥିଲାଗି କାନାଡିଆନଙ୍କୁ ଏହି ନୂଆ ଷ୍ଟ୍ରେନରୁ ରକ୍ଷା କରିବା ପାଇଁ ଭାରତରୁ ବିମାନ ଉଡାଣ ଉପରେ କଟକଣା ଲଗାଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଆମେରିକାରେ ଯେଉଁ ନାଗରିକ ସମ୍ପୂର୍ଣ୍ଣ ଟିକା ନେଇସାରିଛନ୍ତି ଓ କାନାଡା ନାଗରିକମାନେ ମଧ୍ୟ ଆସନ୍ତା ଅଗଷ୍ଟ ୯ ତାରିଖଠୁ ଦେଶକୁ ଆସିପାରିବେ ବୋଲି କାନାଡା ସରକାର ସୋମବାର ଘୋଷଣା କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.