ETV Bharat / bharat

ଫଳ ଖାଇଲେ ଓଜନ ବଢେ କି ? - ଫଳ ଖାଇଲେ ଓଜନ ବଢେ କି ?

ଶରୀରର ଓଜନ ହ୍ରାସ କରିବା ପାଇଁ ସମସ୍ତଙ୍କ ଡାଏଟ ପ୍ଲାନ୍‌ରେ ଫଳ ନିଶ୍ଚିତ ରହିବ । ବିଭିନ୍ନ ଫଳ ସୁପର ହେଲଥି ଫୁଡ୍ ଭାବେ ଜଣାଶୁଣା । ସେଗୁଡିକ ଖାଇଲେ ଶରୀରକୁ ବିଭିନ୍ନ ପୋଷଣ ମିଳିଥାଏ । କିନ୍ତୁ ଜରୁରୀ ନୁହେଁ ଯେ, ସବୁ ଫଳ ଖାଇଲେ ଓଜନ ହ୍ରାସ ହେବ । କିଛି ଫଳରେ ଅତ୍ୟଧିକ ପରିମାଣର କ୍ୟାଲୋରୀ ଓ ସୁଗାର ଥାଏ, ଯାହା କି ଓଜନ ବଢାଇବାରେ ସହାୟକ ହୁଏ । ତେଣୁ ଓଜନ ହ୍ରାସ ପାଇଁ ଯଦି ଯୋଜନା ରହିଛି, ତାହା ହେଲେ ଦେଖିଚାହିଁ ଫଳ ଖାଇବା ଦରକାର । ଆସନ୍ତୁ କିଛି ଫଳ ସଂପର୍କରେ ଜାଣିବା, ଯାହା ଅଧିକ ପରିମାଣରେ ଖାଇଲେ ଓଜନ ବଢିଥାଏ ।

ଫଳ ଖାଇଲେ ଓଜନ ବଢେ କି ?
ଫଳ ଖାଇଲେ ଓଜନ ବଢେ କି ?
author img

By

Published : Feb 27, 2021, 10:57 PM IST

ଶରୀରର ଓଜନ ହ୍ରାସ କରିବା ପାଇଁ ସମସ୍ତଙ୍କ ଡାଏଟ ପ୍ଲାନ୍‌ରେ ଫଳ ନିଶ୍ଚିତ ରହିବ । ବିଭିନ୍ନ ଫଳ ସୁପର ହେଲଥି ଫୁଡ୍ ଭାବେ ଜଣାଶୁଣା । ସେଗୁଡିକ ଖାଇଲେ ଶରୀରକୁ ବିଭିନ୍ନ ପୋଷଣ ମିଳିଥାଏ । କିନ୍ତୁ ଜରୁରୀ ନୁହେଁ ଯେ, ସବୁ ଫଳ ଖାଇଲେ ଓଜନ ହ୍ରାସ ହେବ । କିଛି ଫଳରେ ଅତ୍ୟଧିକ ପରିମାଣର କ୍ୟାଲୋରୀ ଓ ସୁଗାର ଥାଏ, ଯାହା କି ଓଜନ ବଢାଇବାରେ ସହାୟକ ହୁଏ । ତେଣୁ ଓଜନ ହ୍ରାସ ପାଇଁ ଯଦି ଯୋଜନା ରହିଛି, ତାହା ହେଲେ ଦେଖିଚାହିଁ ଫଳ ଖାଇବା ଦରକାର । ଆସନ୍ତୁ କିଛି ଫଳ ସଂପର୍କରେ ଜାଣିବା, ଯାହା ଅଧିକ ପରିମାଣରେ ଖାଇଲେ ଓଜନ ବଢିଥାଏ ।

୧. କଦଳୀ – କଦଳୀ ଖାଇଲେ ଶରୀରକୁ ତୁରନ୍ତ ଶକ୍ତି ମିଳେ । ତେଣୁ କଦଳୀ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ବିଶେଷ କରି କ୍ରୀଡାବିତମାନେ କଦଳୀ ଖାଇଥାନ୍ତି । ସକାଳ ଜଳଖିଆରେ କପେ କ୍ଷୀର ସହ କଦଳୀ ଖାଇଲେ ସାରାଦିନ ଶକ୍ତି ମିଳିଥାଏ । ଏହାର କାରଣ ହେଲା କଦଳୀରେ ଅଧିକ କ୍ୟାଲୋରୀ ଓ ପ୍ରାକୃତିକ ଶର୍କରା ଥାଏ । ଗୋଟିଏ କଦଳୀରେ ୧୫୦ କ୍ୟାଲୋରୀ ଥାଏ, ଯାହା କି ୩୭ ଦଶମିକ ୫ ଗ୍ରାମ ଶ୍ୱେତସାର ସହ ସମାନ । ତେଣୁ ଯଦି ଆପଣ ଦିନକରେ ଦୁଇ ବା ଅଧିକ କଦଳୀ ଖାଆନ୍ତି, ତାହା ହେଲେ ଓଜନ ବଢିବା ସମ୍ଭାବନା ଥାଏ ।

୨. ଅଙ୍ଗୁର - ଅଙ୍ଗୁରରେ ଉଭୟ ସୁଗାର ଓ ଫ୍ୟାଟ୍ ବହୁ ପରିମାଣରେ ଥାଏ ,ଯାହା କି ଓଜନ ବଢିବାରେ ସହାୟକ ହୋଇଥାଏ । ୧୦୦ ଗ୍ରାମ ଅଙ୍ଗୁରରେ ୬୭ କ୍ୟାଲୋରୀ ଓ ୧୬ ଗ୍ରାମ ସୁଗାର ଥାଏ । ତେଣୁ ପ୍ରତିଦିନ ଅଧିକ ଅଙ୍ଗୁର ଖାଇଲେ ଓଜନ ବଢିବା ନିଶ୍ଚିତ ।

୩. ଆମ୍ବ - ଫଳରା ରାଜା ଆମ୍ବ । ଆମ୍ବରେ ଅଧିକ ପରିମାଣର କ୍ୟାଲୋରୀ ଥାଏ । ଉଦାହରଣ ସ୍ୱରୂପ ଗୋଟିଏ କପ୍ ଆମ୍ବଖଣ୍ଡରେ ୯୯ କ୍ୟାଲୋରୀ ଥାଏ । ଗୋଟିଏ ଆମ୍ବରେ ସାଧାରଣତଃ ୨୫ ଗ୍ରାମ କାର୍ବ, ୨୩ ଗ୍ରାମ ପ୍ରାକୃତିକ ସୁଗାର ଓ ୩ ଗ୍ରାମ ଫାଇବର ଥାଏ । ଯଦି ଆପଣ ଓଜନ ହ୍ରାସ କରିବା କଥା ଚିନ୍ତା କରୁଥାନ୍ତି, ତାହା ହେଲେ ଆମ୍ବ ସୀମିତ ପରିମାଣରେ ଖାଆନ୍ତୁ ।

୪. ଆଭାକାଡୋ -ଆଭାକାଡୋ ହେଉଛି ଏକ ଉଚ୍ଚ କ୍ୟାଲୋରୀ ଯୁକ୍ତ ଫଳ । ଯେଉଁମାନେ ଓଜନ କମାଇବାକୁ ଚାହୁଁଛନ୍ତି, ସେମାନେ ଆଭାକାଡୋ କମ୍ଖା ଇବା ଦରକାର । ବିଶେଷଜ୍ଞଙ୍କ ମତରେ ୧୦୦ ଗ୍ରାମ ଆଭାକାଡୋରେ ୧୬୦ କ୍ୟାଲୋରୀ ଥାଏ । ଆଭାକାଡୋ ହେଲଥି ଫ୍ୟାଟ୍‌ର ଭଳ ଉତ୍ସ ଥିଲେ ମଧ୍ୟ ଏହା ଅଧିକ ଖାଇଲେ ଆପଣଙ୍କ ଓଜନ ବଢିଥାଏ ।

୫. ସାପୋଡିଲା ( ଚିକୁ ) – ଚିକୁ ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର ହେଲେ ମଧ୍ୟ ଏଥିରେ ଉଚ୍ଚମାତ୍ରାରେ ଶ୍ୱେତସାର ଓ ସୁଗାର ରହିଥାଏ । ତେଣୁ ଚିକୁ ଖାଇଲେ ଓଜନ ବଢେ ।

୬. ସପୁରୀ – ସପୁରୀରେ ପ୍ରଚୁର ପରିମାଣରେ ଆଂଟିଅକ୍ସିଡାଂଟ ଥାଏ । କିନ୍ତୁ ଏଥିରେ ଅଧିକ ପରିମାଣରେ କ୍ୟାଲୋରୀ ବି ଥାଏ । ତେଣୁ ଅଧିକ ପରିମାଣରେ ସପୁରୀ ଖାଇଲେ ଓଜନ ବଢିଥାଏ ।

ଡ୍ରାଏ ଫ୍ରୁଟ୍

୧. ରାଇସିନ୍‌ସ (କିସମିସ ) ଓ ମୁନାକା – ରାଇସିନ୍‌ସରେ ଉଚ୍ଚ ପରିମାଣର କ୍ୟାଲୋରୀ ଥାଏ । କାରଣ ସେଥିରେ ଖୁବ କମ୍ ପାଣି ଥାଏ । ଗୋଟିଏ ଗ୍ରାମ ରାଇସିନରେ ଅଙ୍ଗୁର ଅପେକ୍ଷା ଅଧିକ କ୍ୟାଲୋରୀ ଥାଏ । ବିଶେଷଜ୍ଞଙ୍କ ଅନୁସାରେ ଗୋଟିଏ କପ୍ ରାଇସିନରେ ୫ ଶହ କ୍ୟାଲୋରୀ ଥାଏ । ଆଉ ଗୋଟିଏ କପ୍ ମୁନାକାରେ ୪୬୦ରୁ ଅଧିକ କ୍ୟାଲୋରୀ ଥାଏ । ଏସବୁ ଓଜନ ବୃଦ୍ଧି କରେ । ତେଣୁ ଏ ପ୍ରକାର ଡ୍ରାଏ ଫ୍ରୁଟ୍ ସୀମିତ ପରିମାଣରେ ଖାଇବା ଉଚିତ ।

୨. ଫିଗ୍ସ -ଫିଗ୍ ଏକ ହିତକାରୀ ମିଠା ଫଳ । ଏଥିରେ ବହୁ ପରିମାଣରେ ପ୍ରାକୃତିକ ଶର୍କରା ଥାଏ । ତେଣୁ ଏହି ଫଳ ବି ସୀମିତ ପରିମାଣରେ ରହିବା ଦରକାର । ଅବଶ୍ୟ କିଛି ଲୋକ ଓଜନ ବଢାଇବା ପାଇଁ ଏହି ଫଳ ଖାଇଥାନ୍ତି । ସବୁ ଫଳ ଓ ପନିପରିବା ସ୍ୱାସ୍ଥ୍ୟକର ଓ ହିତକର ହୋଇଥାଏ । କିନ୍ତୁ କୌଣସି ଫଳମୂଳ ଆବଶ୍ୟକଠାରୁ ଅଧିକ ପରିମାଣରେ ଖାଇଲେ ସ୍ୱାସ୍ଥ୍ୟ ପ୍ରତି ଅଡୁଆ ହୋଇଥାଏ । ତେଣୁ ସବୁକିଛି ସୀମିତ ପରିମାଣରେ ଖାଇବା ଦରକାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.