ETV Bharat / bharat

UP-Punjab Polls: ଆଜି ସନ୍ଧ୍ୟାରେ ସରିବ ପ୍ରଚାର - ପଞ୍ଜାବ ପାଇଁ ଆଜି ସରିବ ପ୍ରଚାର

ୟୁପିରେ ତୃତୀୟ ପର୍ଯ୍ୟାୟ ମତଦାନ ଏବଂ ପଞ୍ଜାବ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର । ଆସନ୍ତା ୨୦ ତାରିଖ ଦିନ ଇଭିଏମରେ ବନ୍ଦ ହେବ ପ୍ରାର୍ଥୀଙ୍କ ଭାଗ୍ୟ । ଅଧିକ ପଢନ୍ତୁ

UP-Punjab Polls: ଆଜି ସନ୍ଧ୍ୟାରେ ସରିବ ପ୍ରଚାର

author img

By

Published : Feb 18, 2022, 11:52 AM IST

ନୂଆଦିଲ୍ଲୀ: ଦୁଇଟି ପର୍ଯ୍ୟାୟ ପରେ ଏବେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସଜବାଜ ହେଉଛି ଉତ୍ତରପ୍ରଦେଶ । ୟୁପିରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିବ ପ୍ରଚାର । ଆଜି ସନ୍ଧ୍ୟା ୬ଟା ପରେ ସମସ୍ତ ପ୍ରଚାର କାର୍ଯ୍ୟ ବନ୍ଦ ରହିବ । ପଞ୍ଜାବରେ ମଧ୍ୟ ଆଜି ପ୍ରଚାରର ଅନ୍ତିମ ଦିନ । ଆସନ୍ତା ୨୦ ତାରିଖ ଦିନ ୟୁପିରେ ତୃତୀୟ ପର୍ଯ୍ୟାୟ ଭୋଟ ପଡିବାକୁ ଥିବାବେଳେ ପଞ୍ଜାବରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଝାଳବୁହା କ୍ୟାମ୍ପେନିଂ ଚଳାଇଛନ୍ତି ସମସ୍ତ ରାଜନୈତିକ ଦଳ । ପ୍ରଚାର ମୈଦାନରେ ବୁଲୁଛନ୍ତି ହାଇପ୍ରୋଫାଇଲ ନେତା । ରୋଡଶୋ ସାଙ୍ଗକୁ ନେତାଙ୍କ ରାଲିରେ କମ୍ପୁଛି ରାଜ୍ୟ ।

ଉତ୍ତରପ୍ରେଦଶର ୧୬ଟି ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଏହି ଜିଲ୍ଲାଗୁଡିକ ହେଲେ ହାଥରସ, ଫିରୋଜାବାଦ, ଏଟା, କାସଙ୍ଗଜ, ମୈନପୁରୀ, ଫରୁଖାବାଦ, କନୌଜ, ଇଟାୱା, ଔରୋୟା, କାନପୁର, ଦେହାତ, କାନପୁର ନଗର, ଜାଲୌନ, ଝାନ୍ସି, ଲଳିତପୁର, ହମୀରପୁର ଏବଂ ମହୋବା । ମୋଟ ୫୯ ବିଧାନସଭା ଆସନ ପାଇଁ ମତସାବ୍ୟସ୍ତ କରିବେ ମତଦାତା ।

ଯଦି ପଞ୍ଜାବ କଥା କହିବା, ଏଠାରେ ଗୋଟିଏ ପର୍ଯ୍ୟାୟ ମତଦାନ ହେବ। ଏଥିପାଇଁ ପଞ୍ଜାବ ବିଧାନସଭା ନିର୍ବାଚନ ଦୌଡରେ ଥିବା ବିଭିନ୍ନ ରାଜନୈତିକ ଦଳ ଘମାଘୋଟ ପ୍ରଚାର ଚଳାଇଛନ୍ତି । ଆପ୍‌ ପକ୍ଷରୁ ପଞ୍ଜାବ ମୋର୍ଚ୍ଚା ସମ୍ଭାଳୁଥିବା ମନୀଷ ସିସୋଦିଆ ଆଜି ଅମୃତସରରେ ଏକ ବାଇକ ରାଲି କରିବେ । ସେପଟେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀରେ ଏକ ରୋଡ୍‌ସୋରେ ବାହାରିବେ । ବିଜେପି ପକ୍ଷରୁ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଲାଗି ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପଟିଆଲା ଠାରେ ପ୍ରଚାର ମୈଦାନକୁ ଓହ୍ଲାଇବେ ଏବଂ ରୋଡସୋରେ ସାମିଲ ହେବାର ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.