ETV Bharat / bharat

ଆସାମରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ଆଜି ନିର୍ବାଚନୀ ପ୍ରଚାର ଶେଷ - ନିର୍ବାଚନୀ ପ୍ରଚାର

ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟା ପାଇଁ ଆସାମରେ ଆଜି ଶେଷ ହେବ ନିର୍ବାଚନୀ ପ୍ରଚାର । ଅଧିକ ପଢନ୍ତୁ...

ଆସାମରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ଆଜି ଶେଷ ହେବ ନିର୍ବାଚନୀ ପ୍ରଚାର

author img

By

Published : Mar 30, 2021, 3:57 PM IST

ଦିସପୁର: ଆସାମରେ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାରକୁ ଜୋରଦାର କରାଯାଇଛି । ତେବେ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଶେଷ ହେବ ବୋଲି ଜଣାପଡିଛି ।

ଏହି ଦ୍ବିତୀୟ ପର୍ଯ୍ୟାୟରେ 39ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ 345 ଜଣ ପାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବିନ୍ଦିତା ହେବ । ଏହି 345 ପ୍ରାର୍ଥୀଙ୍କ ମଧ୍ୟରୁ 26 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ଏହି ପର୍ଯ୍ୟାୟରେ ମୋଟ 73 ଲକ୍ଷ 44 ହଜାର 631 ଜଣ ଭୋଟର ରହିଥିବା ବେଳେ ସେମାନଙ୍କ ମଧ୍ୟରୁ 37 ଲକ୍ଷ 34 ହଜାର 537 ଜଣ ପୁରୁଷ, 36 ହଜାର 9 ହଜାର 959 ଜଣ ମହିଳା ଓ 135 ଜଣ ତୃତୀୟ ଲିଙ୍ଗ ରହିଛନ୍ତି ।

ଆସାମରେ ମଙ୍ଗଳବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ମୁଖ୍ୟମନ୍ତ୍ରୀ ସଦାନନ୍ଦ ସୋନୋୱାଲ ଓ ହେମନ୍ତ ବିଶ୍ବ ଶର୍ମା ମଙ୍ଗଳବାର ନିର୍ବାଚନୀ ପ୍ରଚାରରେ ଅଂଶଗ୍ରହଣ କରିଛନ୍ତି । ତେବେ ଗତ 2016 ମସିହାରେ ବିଧାନସଭା ନିର୍ବାଚନ ପାଇଁ 2ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା । ବିଜେପି ଓ ଏହାର ସହଯୋଗୀମାନେ 126ଟି ଆସନ ମଧ୍ୟରୁ 86ଟି ଆସନ ଜିତିଥିଲା । ଦ୍ବିତୀୟ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା ଏପ୍ରିଲ 1 ଓ ଏପ୍ରିଲ 6 ତାରିଖରେ ହେବାକୁ ଥିବା ବେଳେ ଭୋଟ ଗଣତି ପ୍ରକ୍ରିୟା ମେ 2 ତାରିଖରେ ଆରମ୍ଭ ହେବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.