ETV Bharat / bharat

ମତଦାନ ପରେ ହିଂସା ମାମଲା, CBI ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Aug 19, 2021, 1:14 PM IST

କୋଲକାତାରେ ଚଳିତ ବିଧାନସଭା ନିର୍ବାଚନ ମତଦାନ ପରେ ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣାରେ କୋଲକାତା ହାଇକୋର୍ଟ CBIକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

Post-poll violence case, CBI ଇନକ୍ବାରି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା: ପଶ୍ଚିମବଙ୍ଗରେ ମତଦାନ ପରବର୍ତ୍ତୀ ହିଂସାକୁ ନେଇ କୋଲକାତା ହାଇକୋର୍ଟ CBI ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ମଙ୍ଗଳବାର ଏହି ନିର୍ଦ୍ଦେଶ ଦେଇଛନ୍ତି । ହତ୍ୟା, ଦୁଷ୍କର୍ମ ଏବଂ ଅସ୍ବାଭାବିକ ମୃତ୍ୟୁ ଭଳି ଗୁରୁତର ଅପରାଧ ଘଟାଇଥିବା ମାମଲାରେ CBI ତଦନ୍ତ କରିବ ବୋଲି ରହିଛି ନିର୍ଦ୍ଦେଶ ।

ଏହି ଘଟଣାକୁ ବାଦ ଦେଇ ଅନ୍ୟ ହିଂସାକାଣ୍ଡକୁ SITର ୩ ଜଣିଆ ଟିମ ଯାଞ୍ଚ କରିବ । ଏହି ଟିମରେ କୋଲକାତା ପୋଲିସ କମିଶନର ସୌମେନ ମିତ୍ର ଓ ରାଜ୍ୟ ପୋଲିସ ନିର୍ଦ୍ଦେଶକ ସୁମନ ବାଲା ସାହୁ ରହିଛନ୍ତି । ଏହାସହିତ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ସୁପରଭିଜନରେ ଏହି SIT ଟିମ ତଦନ୍ତ କରିବ । ତେବେ ଆସନ୍ତା ୬ ସପ୍ତାହ ମଧ୍ୟରେ ଉଭୟ CBI ଓ SIT ଟିମ ତଦନ୍ତ କରି ରିପୋର୍ଟ ଦାଖଲ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ କୋଲକାତା ହାଇକୋର୍ଟର ଏକ ଅଲଗା ବେଞ୍ଚ ମାମଲାର ଶୁଣାଣି କରିବେ ବୋଲି ଜଣାପଡି଼ଛି ।

କୋଲକାତା ହାଇକୋର୍ଟର ୫ ଜଣିଆ ଖଣ୍ଡପୀଠ ଗୁରୁବାର ମତଦାନ ପରବର୍ତ୍ତୀ ହିଂସାର ପୀଡିତଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଆଦେଶ ଜାତୀୟ ମାନବ ଅଧିକାର ଆୟୋଗ (NHRC) ର କାର୍ଯ୍ୟକୁ ପ୍ରାୟତଃ ସମର୍ଥନ କରିଛି ବୋଲି ଷ୍ଟେଟ ଲିଗାଲ ବ୍ରେନ କହିଛି । ମତଦାନ ପରବର୍ତ୍ତୀ ହିଂସା ପରେ NHRCର ଏକ ଟିମ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବା ପରେ ଏକ ରିପୋର୍ଟ ଦାଖଲ କରିଥିଲା । ଏହି ରିପୋର୍ଟଟି ରାଜ୍ୟ ସରକାରଙ୍କ ବିପକ୍ଷରେ ଯାଇଥିଲା । ସେପଟେ NHRC ରିପୋର୍ଟରେ ସମ୍ପୂର୍ଣ ପକ୍ଷପାତିତା କରାଯାଇଛି ବୋଲି TMC ଅଭିଯୋଗ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.