ETV Bharat / bharat

Birbhum massacre: ଭଦୁ ଶେଖ ହତ୍ୟାକାଣ୍ଡର ତଦନ୍ତ କରିବ CBI - ଭଦୁ ଶେଖ ହତ୍ୟାକାଣ୍ଡ

ପଶ୍ଚିମବଙ୍ଗର ବୀରଭୂମରେ ହୋଇଥିବା ରାଜନୈତିକ ଗଣହତ୍ୟା ଘଟଣା । ଏହି ହତ୍ୟାକାଣ୍ଡରେ CBI ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କୋଲକାତା ହାଇକୋର୍ଟ ।

Birbhum massacre: ଭଦୁ ଶେଖଙ୍କ ହତ୍ୟାକାଣ୍ଡର ଅନୁସନ୍ଧାନ କରିବ CBI

author img

By

Published : Apr 8, 2022, 12:11 PM IST

Updated : Apr 8, 2022, 3:05 PM IST

କୋଲକାତା: ପଶ୍ଚିମବଙ୍ଗର ବୀରଭୂମରେ ହୋଇଥିବା ରାଜନୈତିକ ଗଣହତ୍ୟା ଘଟଣା । ତୃଣମୂଳ ନେତା ଭଦୁ ଶେଖଙ୍କ ହତ୍ୟା ମାମଲାରେ କୋଲକାତା ହାଇକୋର୍ଟଙ୍କ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(CBI) ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି । ଏହି ହତ୍ୟାକାଣ୍ଡରେ ବଙ୍ଗର ବୀରଭୂମ ଠାରେ ୮ ଜଣ ପ୍ରାଣ ହରାଇଥିଲେ । ଘଟଣାରେ ମୁମ୍ବାଇରୁ ସିବିଆଇ ଦ୍ବାରା ଗତକାଲି(ଗୁରୁବାର) ୪ ଜଣଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କୁ ସିବିଆଇ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ।

ଏହା ପୂର୍ବରୁ ସିବିଆଇ ୨୧ ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ତୃଣମୂଳ କଂଗ୍ରେସର ବ୍ଲକ ସଭାପତି ଅନାରୁଲ ହୁସେନ ରହିଥିଲେ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସିବିଆଇ ଏକ ଟିମ ଗଠନ କରିବା ସହ ପଶ୍ଚିମବଙ୍ଗର ରାମପୁରହାଟରେ ଥିବା ସରକାରୀ ଅତିଥି ଭବନରେ ଏକ ଅସ୍ଥାୟୀ କ୍ୟାମ୍ପ ମଧ୍ୟ ପ୍ରତିଷ୍ଠା କରାଯାଇଛି । ସିବିଆଇ ଭଳି ସ୍ଥାନୀୟ ପୋଲିସ ମଧ୍ୟ ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରିଥିଲା । ଏଥିରେ ସିବିଆଇ ତାଲିକାର ଅଭିଯୁକ୍ତଙ୍କ ନାମ ପ୍ରାୟତଃ ସମାନ ରହିଛି ।

ଏହାପରେ ହୁସେନଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରାଯାଇ ବୟାନକୁ ରେକର୍ଡ କରାଯାଇଛି । ଅଧିକ ତଦନ୍ତ ପାଇଁ ତାଙ୍କୁ କ୍ୟାମ୍ପକୁ ଡକାଯାଇଥିବା ଜଣାପଡ଼ିଛି । ସେପଟେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ନେତୃତ୍ବରେ ଏକ ଅନୁସନ୍ଧାନକାରୀ ଟିମ ଘଟଣାସ୍ଥଳ ରାମପୁରହାଟରେ ପହଞ୍ଚି ନମୁନାକୁ ସଂଗ୍ରହ କରିଛି । ସେପଟେ ଅଭିଯୁକ୍ତଙ୍କୁ ଟିଏମସି ସୁରକ୍ଷା ଦେଉଥିବା ବିଜେପି ଅଭିଯୋଗ ଆଣିଛି । ଏହି ଘଟଣାକୁ ଦବାଇବା ପାଇଁ ମୁଖ୍ୟମନ୍ତ୍ରୀ ମର୍ମତା ବାନାର୍ଜୀ ଚେଷ୍ଟା କରୁଥିବା ବିଜେପି କହିଛି ।

ତେବେ ସୂଚନା ଥାଉ କି ଗତ ମାର୍ଚ୍ଚ 21ରେ ଘଟିଥିବା ଏହି ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା । ପ୍ରଥମେ ଏକ ରାଜନୈତିକ ହତ୍ୟାକାଣ୍ଡ ପରେ ହିଂସା ଦେଖିବାକୁ ମିଳିଥିଲା । ଏକାଧିକ ଘରେ ନିଆଁ ଲଗାଇଦେବା ଫଳରେ 8ଜଣ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଥିଲେ ।

Last Updated : Apr 8, 2022, 3:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.