ETV Bharat / bharat

ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡକୁ ଇନ ଅର୍ବିଟ ଉପଗ୍ରହ ପ୍ରଦାନ କରିବେ କେନ୍ଦ୍ର ସରକାର - ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡକୁ ଇନ ଅର୍ବିଟ ଉପଗ୍ରହ ଦେବେ ସରକାର

ଏହାବାଦ ଏନଏସଆଇଏଲର ଅଧିକୃତ ଅଂଶଧନ ପୁଞ୍ଜିକୁ ୧୦୦୦ ଟଙ୍କାରୁ ୭୫୦୦ ଟଙ୍କାକୁ ବଢାଇବା ଲାଗି ମଧ୍ୟ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି । ଏସବୁ ସମ୍ପତ୍ତି ଏନଏସଆଇଏଲକୁ ହସ୍ତାନ୍ତର କରାଯିବା ଫଳରେ ସରକାରୀ ମାଲିକାନାରେ ଥିବା ଏହି କମ୍ପାନୀ ପୁଞ୍ଜି ଆଧାରିତ କାର୍ଯ୍ୟକ୍ରମ/ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ଆର୍ଥିକ କ୍ଷମତା ପାଇପାରିବ । ଅଧିକ ପଢନ୍ତୁ

କେନ୍ଦ୍ର ସରକାର
କେନ୍ଦ୍ର ସରକାର
author img

By

Published : Jun 9, 2022, 7:28 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ସରକାର (Government of India) ଏକ ଗୁରୁ୍ତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ପ୍ରସ୍ତାବ ଅନୁସାରେ କେନ୍ଦ୍ର ସରକାରଙ୍କ ଠାରୁ ୧୦ଟି ଇନ-ଅର୍ବିଟ ସଞ୍ଚାର ଉପଗ୍ରହ ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ (New Space India Ltd) କୁ ମିଳିବ । ଏନଏସଆଇଏଲ ହେଉଛି ଭାରତ ସରକାରଙ୍କ ମହାକାଶ ବିଭାଗର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ଥିବା ଏକ ସମ୍ପୂର୍ଣ୍ଣ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗ ।

ଏହାବାଦ ଏନଏସଆଇଏଲର ଅଧିକୃତ ଅଂଶଧନ ପୁଞ୍ଜିକୁ ୧୦୦୦ ଟଙ୍କାରୁ ୭୫୦୦ ଟଙ୍କାକୁ ବଢାଇବା ଲାଗି ମଧ୍ୟ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି । ଏସବୁ ସମ୍ପତ୍ତି ଏନଏସଆଇଏଲକୁ ହସ୍ତାନ୍ତର କରାଯିବା ଫଳରେ ସରକାରୀ ମାଲିକାନାରେ ଥିବା ଏହି କମ୍ପାନୀ ପୁଞ୍ଜି ଆଧାରିତ କାର୍ଯ୍ୟକ୍ରମ/ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ଆର୍ଥିକ କ୍ଷମତା ପାଇପାରିବ । ଏହାଦ୍ବାରା କମ୍ପାନୀରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ପ୍ରଯୁକ୍ତି ବିକାଶ ହୋଇପାରିବ । ଅନ୍ୟ କ୍ଷେତ୍ରରେ ମଧ୍ୟ କମ୍ପାନୀର ବିକାଶ ସମ୍ଭବ ହେବ । ଏହି ଅନୁମୋଦନ ଦ୍ବାରା ମହାକାଶ କ୍ଷେତ୍ରରେ ଘରୋଇ ଆର୍ଥିକ ଗତିବିଧି ବୃଦ୍ଧି ପାଇବ ଏବଂ ବିଶ୍ବ ମହାକାଶ ବଜାରରେ ଭାରତର ଅଂଶଧନ ବଢିବ ।

ମହାକାଶ କ୍ଷେତ୍ରରେ ସଂସ୍କାର ଆସିବା ଫଳରେ ଏଣ୍ଡ ଟୁ ଏଣ୍ଡ ବାଣିଜ୍ୟିକ ମହାକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ଏବଂ ଏକ ସମ୍ପୂର୍ଣ୍ଣ ଉପଗ୍ରହ ପରିଚାଳକ ହେବାରେ ଏନଏସଆଇଏଲକୁ କ୍ଷମତା ମିଳିପାରିଛି । ସିଙ୍ଗଲ ୱିଣ୍ଡୋ ଅପରେଟର ଭାବେ କାମ କରିବାକୁ ଥିବା ଏନଏସଆଇଏଲ ମହାକାଶ କ୍ଷେତ୍ରରେ ବ୍ୟବସାୟିକ ସୁଗମତା ସୁବିଧା ମଧ୍ୟ ପ୍ରଦାନ କରିବ । ଏନଏସଆଇଏଲ ବୋର୍ଡ ଏବେ ଉପଗ୍ରହ ସଞ୍ଚାର କ୍ଷେତ୍ରରେ ବଜାର ପରିଦୃଶ୍ୟ ଏବଂ ବିଶ୍ବସ୍ତରୀୟ ଧାରା ଅନୁରୂପ ଟ୍ରାନ୍ସପଣ୍ଡର ଗୁଡିକର ମୂଲ୍ୟ ନିର୍ଦ୍ଧାରଣ କରିବାର ଅଧିକାର ପାଇବ । ଏନଏସଆଇଏଲକୁ ନିଜ ଅନ୍ତରୀଣ ନୀତି ଏବଂ ମାର୍ଗଦର୍ଶିକା ଅନୁରୂପ କ୍ଷମତା ଉପସ୍ଥାପନ କରିବା ଏବଂ ଆବଣ୍ଟିତ କରିବା ଲାଗି ମଧ୍ୟ ଅଧିକୃତ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.