ETV Bharat / bharat

ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଗୁଡିକୁ ୨୨ ହଜାର କୋଟି ଟଙ୍କା ଦେବେ ସରକାର

author img

By

Published : Oct 13, 2022, 7:39 AM IST

ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ (ପିଏସୟୁ ଓଏମସି) ଗୁଡ଼ିକୁ ଏକକାଳୀନ ଅନୁଦାନ ଆକାରରେ ୨୨ ହଜାର କୋଟି ଟଙ୍କା ଯୋଗାଇ ଦେବା ଲାଗି ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି । ଅଧିକ ପଢନ୍ତୁ

ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଗୁଡିକୁ ୨୨ ହଜାର କୋଟି ଟଙ୍କା ଦେବେ ସରକାର
ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଗୁଡିକୁ ୨୨ ହଜାର କୋଟି ଟଙ୍କା ଦେବେ ସରକାର

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ (ପିଏସୟୁ ଓଏମସି) ଗୁଡ଼ିକୁ ଏକକାଳୀନ ଅନୁଦାନ ଆକାରରେ ୨୨ ହଜାର କୋଟି ଟଙ୍କା ଯୋଗାଇ ଦେବା ଲାଗି ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି । ଏହି ଅନୁଦାନ ଭାରତୀୟ ତୈଳ ନିଗମ ଲିମିଟେଡ (ଆଇଓସିଏଲ), ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ଏବଂ ହିନ୍ଦୁସ୍ତାନ କର୍ପୋରେସନ ଲିମିଟେଡ (ଏଚପିସିଏଲ) ମଧ୍ୟରେ ବିତରଣ କରାଯିବ ।

ଏହା ପିଏସୟୁ ଓଏମସି ଗୁ଼ଡିକୁ ଆତ୍ମନିର୍ଭର ଭାରତ ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଜାରି ରଖିବା, ବାଧାମୁକ୍ତ ଘରୋଇ ଏଲପିଜି ଯୋଗାଣ ସୁନିଶ୍ଚିତ କରିବା ଏବଂ ମେକ ଇନ ଇଣ୍ଡିଆ ଉତ୍ପାଦ କ୍ରୟକୁ ସମର୍ଥନ ଯୋଗାଇ ଦେବାରେ ସହାୟକ ହେବ । ଆଇଓସିଏଲ, ବିପିସିଏଲ, ଏଚପିସିଏଲ ଭଳି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀମାନେ ନିୟନ୍ତ୍ରିତ ଦରରେ ଉପଭୋକ୍ତାମାନଙ୍କୁ ଘରୋଇ ଏଲପିଜି ସିଲିଣ୍ଡର ଯୋଗାଇ ଦେଉଛନ୍ତି ।

ଜୁନ ୨୦୨୦ରୁ ଜୁନ ୨୦୨୨ ଅବଧି, ଏଲପିଜିର ଅନ୍ତର୍ଜାତୀୟ ମୂଲ୍ୟ ପ୍ରାୟ ୩୦୦% ବୃଦ୍ଧି ପାଇଥିଲା । ତେବେ, ଅନ୍ତର୍ଜାତୀୟ ଏଲପିଜି ଦରରେ ଅସ୍ଥିରତା ଠାରୁ ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ଲାଗି, ଘରୋଇ ଏଲପିଜିର ଉପଭୋକ୍ତାଙ୍କ ଉପରେ ଦରବୃଦ୍ଧିର ବୋଝ ସମ୍ପୂର୍ଣ୍ଣ ଭାବେ ଲଦି ଦିଆଯାଇନଥିଲା । ଏହି ସମୟରେ ଘରୋଇ ଏଲପିଜି ଦର ମାତ୍ର ୭୨% ବୃଦ୍ଧି କରାଯାଇଥିଲା । ଏଥିରେ ଏସବୁ ତୈଳ ବିପଣନ କମ୍ପାନୀ ଗୁଡିକୁ ଅନେକ କ୍ଷତି ସହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.