ETV Bharat / bharat

ଫାର୍ମାସ୍ୟୁଟିକାଲ୍ସ ପାଇଁ PLI ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ

author img

By

Published : Feb 24, 2021, 7:15 PM IST

ବୁଧବାର ସରକାର ଫାର୍ମାସ୍ୟୁଟିକାଲ୍ସ ପାଇଁ ପ୍ରଡକ୍ସନ୍ ଲିଙ୍କେଡ୍ ଇନସେଣ୍ଟିଭ୍ (PLI) ଯୋଜନାକୁ ଅନୁମୋଦନ କରିଛନ୍ତି । ଅଧିକ ପଢନ୍ତୁ...

ଫାର୍ମାସ୍ୟୁଟିକାଲ୍ସ ପାଇଁ PLI ଯୋଜନା
ଫାର୍ମାସ୍ୟୁଟିକାଲ୍ସ ପାଇଁ PLI ଯୋଜନା

ନୂଆଦିଲ୍ଲୀ: ବୁଧବାର ସରକାର ଫାର୍ମାସ୍ୟୁଟିକାଲ୍ସ ପାଇଁ ପ୍ରଡକ୍ସନ୍ ଲିଙ୍କେଡ୍ ଇନସେଣ୍ଟିଭ୍ (PLI) ଯୋଜନାକୁ ଅନୁମୋଦନ ଦେଇଛନ୍ତି । ଯୋଜନା ଅନ୍ତର୍ଗତ ଏହି କ୍ଷେତ୍ରରେ 15,000 କୋଟି ଟଙ୍କା ବିନିଯୋଗ କରାଯିବ। ଏହି ଯୋଜନା ଘରୋଇ ଉତ୍ପାଦକଙ୍କୁ ଉପକୃତ କରିବ । ଚାକିରି ସୁଯୋଗକୁ ଉତ୍ସାହିତ କରିବ ଏବଂ ଗ୍ରାହକଙ୍କ ପାଇଁ ସୁଲଭ ଔଷଧର ବ୍ୟାପକ ଉପଲବ୍ଧତା ପାଇଁ ସହାୟକ ହେବ ।

ଫାର୍ମା ପାଇଁ PLI ଯୋଜନା ଦେଶରେ ଉଚ୍ଚ ମୂଲ୍ୟର ଉତ୍ପାଦ ଉତ୍ପାଦନକୁ ପ୍ରୋତ୍ସାହିତ କରିବ ଏବଂ ରପ୍ତାନିରେ ମୂଲ୍ୟ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । 2022-23 ରୁ 2027-28 ପର୍ଯ୍ୟନ୍ତ 6 ବର୍ଷ ମଧ୍ୟରେ 2,94,000 କୋଟି ଟଙ୍କାର ମୋଟ ବର୍ଦ୍ଧିତ ବିକ୍ରୟ ଏବଂ 1,96,000 କୋଟି ଟଙ୍କାର ବର୍ଦ୍ଧିତ ରପ୍ତାନି ଆଶା କରାଯାଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.