ETV Bharat / bharat

Cabinet Decisions: ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ପିଏମ-ଡିଭାଇନକୁ ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi ) ଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଏକ ନୂଆ ଯୋଜନା ‘‘ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀଙ୍କ ବିକାଶ ପ୍ରୟାସ ( Prime Ministers Development Initiative for North East Region) କୁ ଅନୁମୋଦନ କରିଛନ୍ତି । ଏହି ଯୋଜନା ୨୦୨୨-୨୩ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ପଞ୍ଚଦଶ ଅର୍ଥ ଆୟୋଗଙ୍କ ଶେଷ ଚାରି ବର୍ଷ ଅବଧିରେ କାର୍ଯ୍ୟକାରୀ ହେବ । ଅଧିକ ପଢନ୍ତୁ

author img

By

Published : Oct 13, 2022, 11:03 PM IST

Etv Bharat
Etv Bharat

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi ) ଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଏକ ନୂଆ ଯୋଜନା ‘‘ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀଙ୍କ ବିକାଶ ପ୍ରୟାସ ( Prime Ministers Development Initiative for North East Region) କୁ ଅନୁମୋଦନ କରିଛନ୍ତି । ଏହି ଯୋଜନା ୨୦୨୨-୨୩ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ପଞ୍ଚଦଶ ଅର୍ଥ ଆୟୋଗଙ୍କ ଶେଷ ଚାରି ବର୍ଷ ଅବଧିରେ କାର୍ଯ୍ୟକାରୀ ହେବ । ୧୦୦ ପ୍ରତିଶତ କେନ୍ଦ୍ରୀୟ ପାଣ୍ଠି ଯୋଗାଣ ସହିତ ପିଏମ-ଡିଭାଇନ ନାମକ ନୂଆ ଯୋଜନା ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଅଟେ । ଏହାକୁ ଉତ୍ତରପୂର୍ବାଞ୍ଚଳ ବିକାଶ ( DoNER) ମନ୍ତ୍ରଣାଳୟ ଦ୍ବାରା କାର୍ଯ୍ୟକାରୀ କରାଯିବ ।

ପିଏମ-ଡିଭାଇନ ଯୋଜନାରେ ୨୦୨୨-୨୩ ଠାରୁ ୨୦୨୫-୨୬ (ପଞ୍ଚଦଶ ଅର୍ଥ ଆୟୋଗଙ୍କ ଶେଷ ଚାରି ବର୍ଷ) ପର୍ଯ୍ୟନ୍ତ ଚାରି ବର୍ଷର ଅବଧିରେ ମୋଟ ୬ ହଜାର ୬ଶହକୋଟି ଟଙ୍କା ବ୍ୟୟ କରାଯିବ ।

ପିଏମ-ଡିଭାଇନ ପ୍ରକଳ୍ପକୁ ୨୦୨୫-୨୬ ସୁଦ୍ଧା ସମ୍ପୂର୍ଣ୍ଣ କରିବା ଲାଗି ପ୍ରୟାସ କରାଯିବ । ଯାହାଫଳରେ ଏହି ବର୍ଷ ପରେ କୌଣସି ପ୍ରତିବଦ୍ଧ ଦେୟତା ରହିବ ନାହିଁ । ଏହାର ଅର୍ଥ ହେଉଛି ଯୋଜନା ଅଧୀନରେ ମୁଖ୍ୟତଃ ୨୦୨୨-୨୩ ଏବଂ ୨୦୨୩-୨୪ ବର୍ଷରେ ରହିଥିବା କଟକଣାର ଫ୍ରଣ୍ଟ ଲୋଡିଂ ପାଇଁ ପ୍ରୟାସ କରାଯିବ । ଅନ୍ୟପକ୍ଷରେ ୨୦୨୪-୨୫ ଏବଂ ୨୦୨୫-୨୬ ବର୍ଷ ସମୟରେ ଖର୍ଚ୍ଚକୁ ଜାରି ରଖାଯିବ । ପିଏମ-ଡିଭାଇନ ଯୋଜନା ମୌଳିକ ଭିତ୍ତିଭୂମି ନିର୍ମାଣ, ଉଦ୍ୟୋଗ, ସାମାଜିକ ବିକାଶ ପ୍ରକଳ୍ପକୁ ସହଯୋଗ କରିବ । ଯୁବକ ତଥା ମହିଳାମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଯାହାଫଳରେ ନୂଆ ରୋଜଗାର ସୁଯୋଗ ସୃଷ୍ଟି ହେବ ।

ପିଏମ-ଡିଭାଇନକୁ ଉତ୍ତରପୂର୍ବାଞ୍ଚଳ ପରିଷଦ କିମ୍ବା କେନ୍ଦ୍ର ମନ୍ତ୍ରଣାଳୟ/ଏଜେନ୍ସି ମାଧ୍ୟମରେ ଡୋନର ମନ୍ତ୍ରଣାଳୟ ଦ୍ବାରା କାର୍ଯ୍ୟକାରୀ କରାଯିବ । ପିଏମ-ଡିଭାଇନ ଅଧୀନରେ ମଞ୍ଜୁରିପ୍ରାପ୍ତ ପ୍ରକଳ୍ପ ଗୁଡିକର ଉପଯୁକ୍ତ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା ଲାଗି ଉଦ୍ୟମ କରାଯିବ । ଯାହାଫଳରେ ଏଗୁଡିକ ଦୀର୍ଘସ୍ଥାୟୀ ହୋଇପାରିବ । ସରକାରୀ ପ୍ରକଳ୍ପର ସମୟ ଏବଂ ଖର୍ଚ୍ଚରେ ବୃଦ୍ଧି ଜନିତ ନିର୍ମାଣ ବିପତ୍ତିକୁ ସୀମିତ କରିବା ଲାଗି, ଯଥାସମ୍ଭବ, ଏଗୁଡିକୁ ଇଞ୍ଜିନିୟରିଂ, କ୍ରୟ ଓ ନିର୍ମାଣ (ଇପିସି) ଆଧାରରେ ଲାଗୁ କରାଯିବ।

ପିଏମ-ଡିଭାଇନର ଉଦ୍ଦେଶ୍ୟ ହେଉଛି

- ପିଏମ ଗତିଶକ୍ତି ଭାବନା ସହ ସମନ୍ବିତ ଢଙ୍ଗରେ ମୌଳିକ ଭିତ୍ତିଭୂମିକୁ ପାଣ୍ଠି ଯୋଗାଣ ।

- ଏନଇଆର ଦ୍ବାରା ଅନୁଧ୍ୟାନ କରାଯାଇଥିବା ଆବଶ୍ୟକତା ଆଧାରରେ ସାମାଜିକ ବିକାଶ ପ୍ରକଳ୍ପ ଗୁଡିକୁ ସମର୍ଥନ ।

- ଯୁବକ ଏବଂ ମହିଳାମାନଙ୍କ ପାଇଁ ଜୀବିକା ସମ୍ବନ୍ଧୀୟ କାମ ନିମନ୍ତେ ସୁଯୋଗ ସୃଷ୍ଟି କରିବା

- ବିଭିନ୍ନ କ୍ଷେତ୍ରରେ ବିକାଶଜନିତ ଶୂନ୍ୟସ୍ଥାନକୁ ପୂରଣ କରିବା

ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ ଡୋନର ମନ୍ତ୍ରଣାଳୟର ଅନ୍ୟ ଯୋଜନା ରହିଛି । ଡୋନର ମନ୍ତ୍ରଣାଳୟର ଅନ୍ୟ ଯୋଜନା ଅଧୀନରେ ପ୍ରକଳ୍ପ ଗୁଡ଼ିକର ହାରାହାରି ଆକାର ପାଖାପାଖି ୧୨ କୋଟି ଟଙ୍କା ରହିଥାଏ । ତେବେ ପିଏମ ଡିଭାଇନ ଯୋଜନା ମୌଳିକ ଭିତ୍ତିଭୂମି ଏବଂ ସାମାଜିକ ବିକାଶ ପ୍ରକଳ୍ପକୁ ସହାୟତା ପ୍ରଦାନ କରିବ ଯାହାକି ଆକାରରେ ବଡ଼ ହୋଇପାରିବ । ଭିନ୍ନ ଭିନ୍ନ ପ୍ରକଳ୍ପ ପରିବର୍ତ୍ତେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିକାଶ ସମାଧାନ ଯୋଗାଇ ଦେବ । ଏହା ସୁନିଶ୍ଚିତ କରାଯିବ ଯେ ପିଏମ-ଡିଭାଇନ ଅଧୀନରେ ଡୋନର ମନ୍ତ୍ରଣାଳୟ କିମ୍ବା ଅନ୍ୟ କୌଣସି ମନ୍ତ୍ରଣାଳୟ/ବିଭାଗର ଅନ୍ୟ ଯୋଜନା ଗୁଡ଼ିକ ସହିତ ପ୍ରକଳ୍ପ ସହାୟତାର ଦୋହରିକରଣ ହେବ ନାହିଁ ।

ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର (ଏନଇଆର)ରେ ବିକାଶ ବ୍ୟବଧାନକୁ ଦୂର କରିବା ଲାଗି କେନ୍ଦ୍ର ବଜେଟ ୨୦୨୨-୨୩ରେ ପିଏମ-ଡିଭାଇନର ଘୋଷଣା କରାଯାଇଥିଲା। ପିଏମ-ଡିଭାଇନର ଘୋଷଣା କେନ୍ଦ୍ର ସରକାରଙ୍କ ଦ୍ବାରା ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରକୁ ଦିଆଯାଉଥିବା ଗୁରୁତ୍ବର ଆଉ ଏକ ପଦକ୍ଷେପ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.