ETV Bharat / bharat

ସବୁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି - ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକ

ଆସନ୍ତା ୨୦୨୩-୨୪ ବିପଣନ ଋତୁ ପାଇଁ ସବୁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (Minimum Support Prices) ବୃଦ୍ଧି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( Prime Minister Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକ (Cabinet Committee on Economic Affairs ) ରେ ମଞ୍ଜୁରି ମିଳିଛି । ଅଧିକ ପଢନ୍ତୁ

ସବୁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

author img

By

Published : Oct 18, 2022, 6:00 PM IST

ନୂଆଦିଲ୍ଲୀ: ଆସନ୍ତା ୨୦୨୩-୨୪ ବିପଣନ ଋତୁ ପାଇଁ ସବୁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (Minimum Support Prices) ବୃଦ୍ଧି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( Prime Minister Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକ (Cabinet Committee on Economic Affairs ) ରେ ମଞ୍ଜୁରି ମିଳିଛି ।

ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦର ଲାଭଜନକ ମୂଲ୍ୟ ସୁନିଶ୍ଚିତ କରିବା ଲାଗି ସରକାର ୨୦୨୩-୨୪ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବଢାଇଛନ୍ତି । ମସୁର ଡାଲିର କୁଇଣ୍ଟାଲ ପ୍ରତି ଏମଏସପି ସର୍ବାଧିକ ୫୦୦ ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ରେପସିଡ ଏବଂ ସୋରିଷର କୁଇଣ୍ଟାଲ ପ୍ରତି ଏମଏସପି ୪୦୦ ଟଙ୍କା ବଢିଛି । କୁସୁମର କୁଇଣ୍ଟାଲ ପ୍ରତି ଏମଏସପି ୨୦୯ ଟଙ୍କା ବୃଦ୍ଧି କରାଯାଇଛି । ଗହମ, ଚଣା ଏବଂ ଯଅର କୁଇଣ୍ଟାଲ ପ୍ରତି ଏମଏସପି ଯଥାକ୍ରମେ ୧୧୦, ୧୦୫ ଏବଂ ୧୦୦ ଟଙ୍କା ବୃଦ୍ଧି କରାଯାଇଛି ।

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ଖର୍ଚ୍ଚର ପାଖାପାଖି ଦେଢଗୁଣା ସ୍ତରରେ ଏମଏସପି ନିର୍ଦ୍ଧାରଣ କରିବା ଲାଗି କେନ୍ଦ୍ରୀୟ ବଜେଟ ୨୦୧୮-୧୯ ରେ ଘୋଷଣା କରାଯାଇଥିଲା । ଏହି ଘୋଷଣା ଅନୁରୂପ ୨୦୨୩-୨୪ ବିପଣନ ଋତୁ ପାଇଁ ରବି ଫସଲର ଏମଏସପି ବୃଦ୍ଧି କରାଯାଉଛି । ଚାଷୀମାନଙ୍କୁ ଉଚିତ ଲାଭଜନକ ମୂଲ୍ୟ ପ୍ରଦାନ କରିବା ଏମଏସପି ବୃଦ୍ଧିର ଉଦ୍ଦେଶ୍ୟ । ଏମଏସପି ବୃଦ୍ଧି ଫଳରେ ଗହମ ଉପରେ ୧୦୦ ପ୍ରତିଶତ, ମସୁର ଉପରେ ୮୫ ପ୍ରତିଶତ, ଚଣା ଉପରେ ୬୬ ପ୍ରତିଶତ, ଯଅ ଉପରେ ୬୦ ପ୍ରତିଶତ ଏବଂ କୁସୁମ ଉପରେ ୫୦ ପ୍ରତିଶତ କୃଷି ଉତ୍ପାଦନ ଖର୍ଚ୍ଚର ରିଟର୍ଣ୍ଣ ବା ଲାଭ ମୂଲ୍ୟ ମିଳିପାରିବ ।

ଆର୍ଥିକ ବର୍ଷ ୨୦୧୪-୧୫ ବର୍ଷ ଠାରୁ ତୈଳ ବୀଜ ଓ ଡାଲି ଜାତୀୟ ଫସଲ ଉତ୍ପାଦନ ଉପରେ ବିଶେଷ ଗୁରୁତ୍ବାରୋପ କରାଯାଇ ଆସୁଛି । ଏହାର ସୁଫଳ ଦେଶରେ ଦେଖିବାକୁ ମିଳିଛି । ୨୦୧୪-୧୫ରେ ତୈଳ ବୀଜ ଉତ୍ପାଦନ ୨୭.୫୧ ନିୟୁତ ଟନ ଥିବା ବେଳେ ଏହା ୨୦୨୧-୨୨ରେ ୩୭.୭୦ ନିୟୁତ ଟନକୁ ବୃଦ୍ଧି ପାଇଛି । ଡାଲିଜାତୀୟ ଫସଲ ଉତ୍ପାଦନ ମଧ୍ୟ କ୍ରମାଗତ ଭାବେ ବଢି ଚାଲିଛି । ବିହନ ମିନିକିଟ୍ସ କାର୍ଯ୍ୟକ୍ରମ ଚାଷୀଙ୍କ କ୍ଷେତରେ ନୂଆ କିସମର ବିହନ ବୁଣିବା କ୍ଷେତ୍ରରେ ପ୍ରମୁଖ ମାଧ୍ୟମ ସାବ୍ୟସ୍ତ ହୋଇଛି ।

ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବା ଲାଗି ସରକାର ତୈଳବୀଜ ଓ ଡାଲି ଜାତୀୟ ଫସଲ ଉତ୍ପାଦନ ବୃଦ୍ଧି କରିବା ଉପରେ ପ୍ରାଥମିକତା ଦେଉଛନ୍ତି । କୃଷି କ୍ଷେତ୍ର ସମ୍ପ୍ରସାରଣ, ଉଚ୍ଚ ଅମଳ କିସମ, ଏମଏସପି ସହାୟତା ଏବଂ କ୍ରୟ ଆଦି ଜରିଆରେ ଉତ୍ପାଦନ ବୃଦ୍ଧି ପାଇଁ ସରକାର ରଣନୀତି ପ୍ରସ୍ତୁତ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.