ETV Bharat / bharat

ସରକାରୀ ଯୋଜନାରେ ଭିଟାମିନଯୁକ୍ତ ଚାଉଳ ଯୋଗାଣ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ଟିପିଡିଏସ ଯୋଜନା କାର୍ଯ୍ୟକାରିତାକୁ ସଫଳ କରିବାକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଉଦ୍ୟମ ଜୋରଦାର କରିଛି । ଏଥିପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନ ସହ ସମନ୍ବୟ ରଖି କାମ କରୁଛି । ଏହି ଭିଟାମିନଯୁକ୍ତ ଚାଉଳ ସଂଗ୍ରହ କରିବାକୁ ଭାରତୀୟ ଖାଦ୍ୟ ନିଗମ ଏଫସିଆଇ ଓ ଅନ୍ୟାନ୍ୟ ସରକାରୀ ସଂଗ୍ରହକାରୀ ସଂସ୍ଥାମାନେ ମଧ୍ୟ ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୮୮. ୬୪ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ କରାଯାଇ ଯୋଗାଣ ଓ ବଣ୍ଟନ ପାଇଁ ରଖାଗଲାଣି । ଅଧିକ ପଢନ୍ତୁ

author img

By

Published : Apr 9, 2022, 9:58 PM IST

Government Schemes
Government Schemes

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( Prime Minister Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୀତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (Cabinet Committee on Economic Affairs) ବୈଠକରେ ଖାଦ୍ୟ ନିରାପତ୍ତା ଆଇନ ଅନ୍ତର୍ଗତ ଲକ୍ଷ୍ୟଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା (ଟିପିଡିଏସ), ସମନ୍ବିତ ଶିଶୁ ବିକାଶ ସେବା ଆଇସିଡିଏସ, ପ୍ରଧାନମନ୍ତ୍ରୀ ପୋଷଣଶକ୍ତି ନିର୍ମାଣ -ପିଏମ ପୋଷଣ (ପୂର୍ବରୁ ମଧ୍ୟାହ୍ନଭୋଜନ ଯୋଜନା) ଓ ଭାରତ ସରକାର ଅନ୍ୟାନ୍ୟ କଲ୍ୟାଣ ମୂଳକ କାର୍ଯ୍ୟକ୍ରମରେ ଫଟିଫାଏଡଯୁକ୍ତ ଚାଉଳ ଯୋଗାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଉପରୋକ୍ତ ଯୋଜନା ନିମନ୍ତେ ଏହି ଚାଉଳ ୨୦୨୪ ସୁଦ୍ଧା ପର୍ଯ୍ୟାୟକ୍ରମେ ଯୋଗାଇ ଦିଆଯିବ ।

ଏହି ଚାଉଳକୁ ଭିଟାମିନ ଯୁକ୍ତ କରିବା ପାଇଁ ବର୍ଷକୁ କେନ୍ଦ୍ର ସରକାର ପ୍ରାୟ ୨୭୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି ଯୋଗାଣ ବ୍ୟବସ୍ଥା ୨୦୨୪ ଜୁନ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବ । ଏଥିପାଇଁ ଯେଉଁ ଅତିରିକ୍ତ ଖର୍ଚ୍ଚ ପଡିବ ତାହାକୁ ଖାଦ୍ୟ ସବସିଡି ଆକାରରେ ଭରଣା କରିବେ କେନ୍ଦ୍ର ସରକାର।

ଏହି ଯୋଜନାର କାର୍ଯ୍ୟକାରିତାକୁ ସଫଳ କରିବାକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଉଦ୍ୟମ ଜୋରଦାର କରିଛି । ଏଥିପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନ ସହ ସମନ୍ବୟ ରଖି କାମ କରୁଛି । ଏହି ଭିଟାମିନଯୁକ୍ତ ଚାଉଳ ସଂଗ୍ରହ କରିବାକୁ ଭାରତୀୟ ଖାଦ୍ୟ ନିଗମ ଏଫସିଆଇ ଓ ଅନ୍ୟାନ୍ୟ ସରକାରୀ ସଂଗ୍ରହକାରୀ ସଂସ୍ଥାମାନେ ମଧ୍ୟ ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୮୮. ୬୪ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ କରାଯାଇ ଯୋଗାଣ ଓ ବଣ୍ଟନ ପାଇଁ ରଖାଗଲାଣି ।

ସୂଚନାଯୋଗ୍ୟଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୧ ସ୍ବାଧୀନତା ଦିବସ ଭାଷଣରେ ଗରିବ ଲୋକଙ୍କୁ ସରକାରୀ ଯୋଜନାରେ ଯୋଗାଇ ଦିଆଯାଉଥିବା ଚାଉଳକୁ ଭିଟାମିନଯୁକ୍ତ କରିବାକୁ ଘୋଷଣା କରିଥିଲେ । ଏହା ଦ୍ବାରା ସମ୍ପୃକ୍ତ ହିତାଧିକାରୀଙ୍କ ପୁଷ୍ଟିସାଧନ ଆବଶ୍ୟକତା ପୂରଣ ହୋଇପାରିବ ବୋଲି କହିଥିଲେ । ଦେଶରେ ଗରିବ ଜନତା, ବିଶେଷକରି ମହିଳା, ଶିଶୁ ଓ ପ୍ରସୂତି ଖାଦ୍ୟରେ ଉପଯୁକ୍ତ ପୋଷକ ତତ୍ତ୍ବ ପାଉ ନଥିବାରୁ କୁପୋଷଣର ସମ୍ମୁଖୀନ ହେବା ସହିତ ଶାରୀରିକ ବିକାଶରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପ୍ରତିବନ୍ଧକ ହଟାଇବାକୁ ପ୍ରଧାନମନ୍ତ୍ରୀ ଭିଟାମିନଯୁକ୍ତ ଚାଉଳ ଯୋଗାଣକୁ ଗୁରୁତ୍ବ ଦେଇଥିଲେ । ପୂର୍ବରୁ ଭିଟାମିନଯୁକ୍ତ ଚାଉଳ ପ୍ରସ୍ତୁତି ଓ ଏହାର ଯୋଗାଣ ପାଇଁ ୨୦୧୯-୨୦ ରେ ଦେଶରେ କେନ୍ଦ୍ରୀୟ ଯୋଜନାରେ ଏକ ତିନିବର୍ଷିଆ ପାଇଲଟ ଯୋଜନା ଭିତ୍ତିରେ ଆରମ୍ଭ ହୋଇଥିଲା ।

ଏଥିରେ ଗୋଟିଏ ରାଜ୍ୟରେ ଅତି କମରେ ଗୋଟିଏ ଜିଲ୍ଲାକୁ ସାମିଲ କରାଯାଇଥିଲା । ଯେଉଁଥିରେ ଓଡିଶା, ଆନ୍ଧ୍ରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, ଛତିଶଗଡ, ଉତ୍ତରପ୍ରଦେଶ, ଝାଡଖଣ୍ଡ, ତେଲଙ୍ଗାନା, ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡ ଆଦି ୧୧ଟି ରାଜ୍ୟରେ ଏହି ପାଇଲଟ ଯୋଜନା ସଫଳତାର ସହିତ କାର୍ଯ୍ୟକାରୀ ହୋଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଏହି ଚାଉଳ ସେସବୁ ଜିଲ୍ଲାରେ ଯୋଗାଇ ଦିଆଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.