ETV Bharat / bharat

PMGSY-2 ଅବଧି ବଢାଇଲା କେନ୍ଦ୍ର

author img

By

Published : Nov 18, 2021, 10:44 PM IST

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ୧ ଓ ୨ ଅଧୀନରେ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ସଡକ ସଂଯୋଗ କାର୍ଯ୍ୟ ନିମିତ୍ତ ଅର୍ଥନୈତିକ ବ୍ୟାପାର କମିଟି ମଞ୍ଜୁରୀ ପ୍ରଦାନ କରିଛି । ଏଥିପାଇଁ 2021-22 ରୁ 2024-25 ଅବଧି ମଧ୍ୟରେ 1.12,419 କୋଟି ଟଙ୍କା ରାଜ୍ୟର ଅଂଶ ସହିତ ଏହି ଯୋଜନାରେ ବିନିଯୋଗ କରାଯାଇ ଚାଲିଥିବା ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବ । ଅଧିକ ପଢନ୍ତୁ

PMGSY
PMGSY

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ୧ ଓ ୨ (PMGSY I,PMGSY-II) ଅଧୀନରେ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ସଡକ ସଂଯୋଗ କାର୍ଯ୍ୟ ନିମିତ୍ତ ଅର୍ଥନୈତିକ ବ୍ୟାପାର କମିଟି ମଞ୍ଜୁରୀ ପ୍ରଦାନ କରିଛି । ଏଥିପାଇଁ 2021-22 ରୁ 2024-25 ଅବଧି ମଧ୍ୟରେ 1,12,419 କୋଟି ଟଙ୍କା ରାଜ୍ୟର ଅଂଶ ସହିତ ଏହି ଯୋଜନାରେ ବିନିଯୋଗ କରାଯାଇ ଚାଲିଥିବା ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବ । 9 ଟି ରାଜ୍ୟର 44 ଟି ଜିଲ୍ଲାରେ ରହିଥିବା ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ 2016 ମସିହା ଠାରୁ ଏପର୍ଯ୍ୟନ୍ତ 105 ଟି ପୋଲ ସହିତ 4 ହଜାର 490 କିଲୋମିଟର ସଡକ ନିର୍ମାଣ ଶେଷ ହେଲାଣି ।

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ମାଓ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା 1 ଓ 2 କୁ 2022 ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲୁ କରିବା ଏବଂ ସଡକ ନିର୍ମାଣ କାର୍ଯ୍ୟ ସରି ନଥିବା ପ୍ରକଳ୍ପ ଗୁଡିକୁ 2023 ମାର୍ଚ୍ଚ ସୁଦ୍ଧା ଶେଷ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛି । ଏହି ଯୋଜନା 1 ଅଧୀନରେ ସମତଳ ଅଞ୍ଚଳର 500 ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସମସ୍ତ ଗ୍ରାମ ଏବଂ ଉତ୍ତର-ପୂର୍ବାଞ୍ଚଳ ତଥା ହିମାଳୟ ଅଞ୍ଚଳରେ 250 ଏବଂ ଅଧିକ ଜନସଂଖ୍ୟା ବିଶିଷ୍ଟ ସମସ୍ତ ଗ୍ରାମକୁ ସଡକ ସଂଯୋଗ କରାଯାଉଛି ।

ସେହିପରି ମାଓ ଅଧ୍ୟୁଷିତ ଅଞ୍ଚଳରେ 100 ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସମସ୍ତ ଗ୍ରାମକୁ ସଡକ ସଂଯୋଗ କରାଯାଉଛି । ଏହି ଯୋଜନା ଅଧିନରେ 1,88,444 ଟି ଗ୍ରାମକୁ 7 ହଜାର 523 ଟି ପୋଲ ସହିତ 64 ଲକ୍ଷ 45ହଜାର 627 କିଲୋମିଟର ସଡକ ନିର୍ମାଣ କରାଯାଉଛି । ଏ ପର୍ଯ୍ୟନ୍ତ ଏ ଦିଗରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଆଉ ମାତ୍ର 1 ହଜାର 974 ଟି ପୋଲ ଏବଂ20 ହଜାର 945 କିଲୋମିଟର ରାସ୍ତା ବାକି ରହିଛି ।

ସେହିଭଳି ଯୋଜନା (2) ଅଧୀନରେ 50 ହଜାର କିଲୋମିଟର ସଡକ ନିର୍ମାଣ ପ୍ରସ୍ତାବକୁ ବିଚାରକୁ ନିଆଯାଇଥିବା ବେଳେ 49 ହଜାର 885 କିଲୋମିଟର ରାସ୍ତା ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ସେଥିମଧ୍ୟରୁ 4ହଜାର 240 କିଲୋମିଟର ସଡକ ଏବଂ 254 ଟି ପୋଲ କାମ ଅଳ୍ପଦିନ ମଧ୍ୟରେ ଶେଷ ହେଲେ ଏହି ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ । କରୋନା ସଂକ୍ରମଣ, ବର୍ଷା , ପ୍ରବଳ ଥଣ୍ଡା ଏବଂ ପାର୍ବତ୍ୟ ଅଞ୍ଚଳ ଜଙ୍ଗଲରେ ସଡକ ନିର୍ମାଣଜନିତ ଅସୁବିଧା ଗୁଡିକ ଯୋଗୁଁ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହେଉଥିଲା । 2022 ମସିହା ସେପ୍ଟେମ୍ବର ସୁଦ୍ଧା ଏହିସବୁ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଏହାବାଦ 9 ଟି ରାଜ୍ୟର ମାଓବାଦୀ ଅଧ୍ୟୁଷିତ 44 ଟି ଜିଲ୍ଲାରେ 2016 ମସିହାରେ 5 ହଜାର 714 କିଲୋମିଟର ସଡକ ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ଆଉ 1 ହଜାର 887 କିଲୋମିଟର ସଡକ ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏବେ 398 ଟି ପୋଲ ସମେତ ସମୁଦାୟ 7 ହଜାର 601 କିଲୋମିଟର ସଡକ ନିର୍ମାଣ 2023 ମସିହା ମାର୍ଚ୍ଚ ମାସ ସୁଦ୍ଧା ଶେଷ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ସୂଚନାଯୋଗ୍ୟ ଯେ 2019 ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା-2 କାର୍ଯ୍ୟକାରୀ କରିଛନ୍ତି କେନ୍ଦ୍ର ସରକାର । ଯାହା 2025 ମାର୍ଚ୍ଚ ସୁଦ୍ଧା ଏହି ଯୋଜନାରେ 1 ଲକ୍ଷ 25 ହଜାର କିଲୋମିଟର ସଡକ ନିର୍ମାଣ କାର୍ଯ୍ୟ ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.