ETV Bharat / bharat

BM CM ୧୧ ପ୍ରକଳ୍ପରେ ଅତିରିକ୍ତ ପୁଞ୍ଜିନିବେଶ ପାଇଁ ପେଟ୍ରୋ ରିସୋର୍ସେସ ଲିମିଟେଡକୁ ଅନୁମତି - Cabinet approves additional investment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ ଅର୍ଥନୀତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବ୍ରାଜିଲର ବିଏମ-ସିଲ-୧୧ ପ୍ରକଳ୍ପରେ ଅତିରିକ୍ତ ପୁଞ୍ଜି ନିବେଶ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି । ଏହାଫଳରେ ଏହି ପ୍ରକଳ୍ପରେ ଭାରତୀୟ କମ୍ପାନୀ ଭାରତ ପେଟ୍ରୋ ରିସୋର୍ସେସ ଲିମିଟେଡ ଏହି ପ୍ରକଳ୍ପରେ ଅଧିକ ପୁଞ୍ଜିନିବେଶ କରିବାର ଅନୁମତି ପାଇଛି । ଅଧିକ ପଢନ୍ତୁ

BM CM ୧୧ ପ୍ରକଳ୍ପରେ ଅତିରିକ୍ତ ପୁଞ୍ଜିନିବେଶ ପାଇଁ ପେଟ୍ରୋ ରିସୋର୍ସେସ ଲିମିଟେଡକୁ ଅନୁମତି

author img

By

Published : Jul 27, 2022, 10:15 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ ଅର୍ଥନୀତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବ୍ରାଜିଲର ବିଏମ-ସିଲ-୧୧ ପ୍ରକଳ୍ପରେ ଅତିରିକ୍ତ ପୁଞ୍ଜି ନିବେଶ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି । ଏହାଫଳରେ ଏହି ପ୍ରକଳ୍ପରେ ଭାରତୀୟ କମ୍ପାନୀ ଭାରତ ପେଟ୍ରୋ ରିସୋର୍ସେସ ଲିମିଟେଡ ଏହି ପ୍ରକଳ୍ପରେ ଅଧିକ ପୁଞ୍ଜିନିବେଶ କରିବାର ଅନୁମତି ପାଇଛି । ଏହି କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରସନ ଲିମିଟେଡର ଏକ ଅଧିସ୍ୱୀକୃତ ସହଯୋଗୀ ସଂସ୍ଥା ।

କ୍ୟାବିନେଟର ଅନୁମୋଦନ ଫଳରେ ଭାରତ ପେଟ୍ରୋ ରିସୋର୍ସେସ ଲିମିଟେଡ ବ୍ରାଜିଲର ବିଏମ-ସିଲ-୧୧ ପ୍ରକଳ୍ପରେ ଅତିରିକ୍ତ ୧୫ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ । ଏହାଫଳରେ ଏହି ପ୍ରକଳ୍ପରେ ଭାରତ ପେଟ୍ରୋ ରିସୋର୍ସେସର ଅଂଶଧନ ପରିମାଣ ୨୦ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇବ ।

ବ୍ରାଜିଲ ପଟ୍ରୋଲିୟମ ଲିମିଟେଡ ଦ୍ୱାରା ପରିଚାଳିତ ବିଏମ-ସିଲ-୧୧ ପ୍ରକଳ୍ପରେ ଏବେ ଭାରତ ପେଟ୍ରୋ ରିସୋର୍ସେସ (ବିପିଆରଏଲ) ସଂସ୍ଥାର ଅଂଶ ଧନ ମାତ୍ର ୫୦୦୦ କୋଟି ଟଙ୍କା ରହିଛି । ଏହାର ବିକାଶ ପାଇଁ ବିପିଆରଏଲ ଆଉ ୧୫୦୦ କୋଟି ଟଙ୍କା ନିବେଶ କରିବ । ଏହି ପ୍ରକଳ୍ପରୁ ୨୦୨୬-୨୭ ସୁଦ୍ଧା ଉତ୍ପାଦନ ଆରମ୍ଭ ହେବାର ଆଶା କରାଯାଉଛି ।

ଏହାଫଳରେ ଭାରତ ସେହି ପ୍ରକଳ୍ପରୁ ଯେଉଁ ତୈଳ ପାଇବ ତାହା ଦେଶର ଇନ୍ଧନ ଆବଶ୍ୟକତା ପୂରଣରେ ସହାୟକ ହେବ । ଭାରତ ବ୍ରାଜିଲରୁ ଅଧିକ ଅଶୋଧିତ ତୈଳ ମଧ୍ୟ ଶସ୍ତାରେ ପାଇବ । ୨୦୦୮ରୁ ଭାରତ ବ୍ରାଜିଲ ସହିତ ମିଶି ତୈଳ ଉତ୍ତୋଳନ କ୍ଷେତ୍ରରେ କାମ କରୁଛି । ଏହା ଫଳରେ ଦୁଇ ଦେଶ ମଧ୍ୟରେ ତୈଳ ଉତ୍ତୋଳନ କ୍ଷେତ୍ରରେ ସହଯୋଗ ବଢିଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.