ETV Bharat / bharat

Bypolls: ରାତି ପାହିଲେ ୬ଟି ରାଜ୍ୟରେ ଉପନିର୍ବାଚନ

ରାତି ପାହିଲେ ୬ଟି ରାଜ୍ୟରେ ଉପନିର୍ବାଚନ । ଆସନ୍ତାକାଲି ଓଡିଶା ସମେତ ୬ଟି ରାଜ୍ୟରେ ଉପନିର୍ବାଚନ । ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ କରିବେ ଭୋଟର । ଅଧିକ ପଢନ୍ତୁ

By-polls: ରାତିପାହିଲେ ୬ ରାଜ୍ୟରେ ଉପନିର୍ବାଚନ

author img

By

Published : Nov 2, 2022, 3:25 PM IST

ନୂଆଦିଲ୍ଲୀ: ରାତି ପାହିଲେ ୬ଟି ରାଜ୍ୟରେ ଉପନିର୍ବାଚନ । ଓଡିଶା ସମେତ ୬ଟି ରାଜ୍ୟରେ ଫାଙ୍କା ପଡିଥିବା ୭ଟି ବିଧାନସଭା ଆସନ ପାଇଁ ମତଦାନ କରିବେ ଭୋଟର(Bypolls in 6 states) । ଉପନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକ ହେଲା ମହାରାଷ୍ଟ୍ର, ବିହାର, ଓଡିଶା, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ହରିୟାଣା । ଆସନ୍ତାକାଲି ଭୋଟ ଗ୍ରହଣ ପରେ ନଭେମ୍ବର ୬ରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ । ଏନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି ।

ଓଡିଶା ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଧାମନଗର ଆସନ ଖାଲି ପଡିଛି । ଆସନ୍ତାକାଲି(ଗୁରୁବାର) ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବାକୁ ଯାଉଛି । ଏହାବ୍ୟତୀତ ବିହାରର ଦୁଇ ବିଧାନସଭା ଆସନ ମୋକମା, ଗୋପାଳଗଞ୍ଜ, ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟ, ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡେ ଏବଂ ଉତ୍ତରପ୍ରଦେଶର ଗୋଲା ଗୋରଖନାଥ ଆସନରେ ମଧ୍ୟ ଉପନିର୍ବାଚନ ହେବ ।

Dhamnagar By-Poll: ଧାମନଗରରେ ଭୋଟ ମାଗିଲେ ଧର୍ମେନ୍ଦ୍ର, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ

ବିହାର ମୋକମାର ତତ୍କାଳୀନ ଆରଡେଜି ବିଧାୟକ ଅନନ୍ତ କୁମାର ସିଂ କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜୁଲାଇରେ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । ଗତ ଅଗଷ୍ଟରେ ଗୋପାଳଗଞ୍ଜ ବିଧାୟକ ସୁବାଷ ସିଂହଙ୍କ ପରଲୋକ ପରେ ଏହି ଦୁଇଟି ଆସନ ଖାଲି ପଡିଛି । ଅନ୍ଧେରୀ ଇଷ୍ଟ, ଗୋଲା ଗୋରଖନାଥ ଏବଂ ଧାମନଗର ବିଧାୟକଙ୍କ ମୃତ୍ୟୁ ହୋଇଛି । ସେହିପରି ହରିୟାଣା ବିଧାୟକ କୁଲଦୀପ ବିଷ୍ଣୋଇ ଏବଂ କେ ରାଜଗୋପାଳ ରେଡ୍ଡୀଙ୍କ ଇସ୍ତଫା ପରେ ଆଦମପୁର ଓ ମୁନୁଗୋଡେ ଆସନ ଫାଙ୍କା ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.